No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୯ ମଇ , ଶନିବାର ) ପାଟଣାଗଡ଼ :- ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟର ଏସ.ଡି.ଏମ.ଓ ଡାକ୍ତର ବାଚସ୍ପତି ଦାସ ଜଣେ ପ୍ରସୂତୀ ମହିଳା ଙ୍କର ପ୍ରସୂତୀ କରିବା ପାଇଁ କୋଡିଏ ହଜାର ଲାଞ୍ଚ ଦାବୀ କରି ମୁଲଚାଳ ପରେ ପାଞ୍ଚ ହଜାର ରେ ଛିଣ୍ଡିଥିଲା । ଡାକ୍ତର ଟଙ୍କା ଲାଞ୍ଚ ନେବାର ଭିଡ଼ିଓ କେମେରା ରେ କଏଦ ହୋଇଥିଲା ଓ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରସାରଣ ହୋଇଥିଲା । ଏ ବିଷୟରେ ପାଟଣାଗଡ଼ କଂଗ୍ରେସ, ବିଜେପି, କୋଶଲ ରାଜ୍ୟ ସଂମନ୍ଵୟ ସମିତି ତରଫରୁ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ କୁ ଅଭିଯୋଗ ମଧ୍ୟ ହୋଇଥିଲା । ଏହାକୁ ଭିତ୍ତିକରି ସି.ଡି.ଏମ.ଓ ଏକ ତଦନ୍ତକାରୀ ଟିମ ଗଠନ କରି ତା.୨୧.୦୫.୨୧ ରେ ରେ ପାଟଣାଗଡ଼ ଡାକ୍ତରଖାନା କୁ ଆସି ତଦନ୍ତ କରିଥିଲେ ।
ତଦନ୍ତ ରେ ସହଯୋଗ କରିବା ପାଇଁ କିଛି ସଂଗଠନ ତଥା ଯାହାଙ୍କ ଠାରୁ ଡାକ୍ତର ଲାଞ୍ଚ ନେଉଥିଲେ ତାଙ୍କୁ ମଧ୍ୟ ପକ୍ଷଭୁକ୍ତ କରି ତଦନ୍ତ କରିଥିଲେ ।ତଦନ୍ତରେ ଶ୍ରୀ ରମେଶ ସେଠ ପୂର୍ବରୁ ଘଟଣା ଯାହା ଘଟିଥିଲା ତଦନ୍ତ କାରୀ ଅଧିକାରୀ ମାନଙ୍କୁ ଘଟଣାର ସତ୍ୟାସତ୍ୟ କହିଥିଲେ । ତଦନ୍ତ ପୂର୍ବରୁ ଅଭିଯୋଗ କାରୀଙ୍କ ବୟାନକୁ ଏପଟ ସେପଟ କରିବା ତଥା ଡାକ୍ତରଙ୍କ ସପକ୍ଷରେ କହିବା ପାଇଁ ଡାକ୍ତରଙ୍କ ସମର୍ଥକ ମାନେ ଅଭିଯୋଗ କାରୀଙ୍କୁ ଶ୍ରୀ ରମେଶ ସେଠଙ୍କୁ ପାଟଣାଗଡ଼ ବାବାଜୀପଡା ର ସୁକାନ୍ତ ଦାସ ତାଙ୍କ ମୋଟର ସାଇକେଲ ରେ ବସେଇ ନେଇ ପାଟଣାଗଡ଼ ସୁବର୍ଣ୍ଣରେଖା ନଦୀ ପଠାରେ ଥିବା ଡିଙ୍ଗର କୁମ୍ଭାର ଙ୍କ ଘରକୁ ନେଇଥିଲେ । ସେଠାରେ ପୂର୍ବରୁ ଉପସ୍ଥିତ ଥିବା ଡିଙ୍ଗର କୁମ୍ଭାର, ବାପି ସାମଲ ଓ ଡ଼ା ବାଚସ୍ପତି ଦାସ ଓ ଅନ୍ୟମାନେ ବିଭିନ୍ନ ପ୍ରଲୋଭନ ଦେଖେଇ , ଧମକ ଚମକ ଠେଲାପେଲା ଓ ଭୟଭୀତ କରି ଡାକ୍ତରଙ୍କ ସପକ୍ଷରେ କହିବାକୁ ଏକ ଭିଡ଼ିଓ ମଧ୍ୟ ଅଭିଯୋଗକାରୀ ଙ୍କ ଠୁ ବନେଇବାରେ ସଫଳ ହୋଇଥିଲେ ।
ଭୟରେ ଶ୍ରୀ ରମେଶ ସେଠ ଡ଼ାକ୍ତର ଙ୍କ ସପକ୍ଷରେ କହିଦେଲେ । କିନ୍ତୁ ଡାକ୍ତରଙ୍କ ସମର୍ଥକ ମାନେ ତଦନ୍ତ ଦିନର ଘଟଣା ସମ୍ପର୍କରେ ଜାଣି ପୁଣି ଶ୍ରୀ ରମେଶ ସେଠ ଙ୍କୁ ଆମେ ଯାହା କହିଥିଲୁ ତଦନ୍ତ ଦିନ କହିଲୁ ନାହିଁ ,ଆମ ସହିତ ଲାଗୁଛୁ ,ଡାକ୍ତରଙ୍କ ସହ ଲାଗୁଛୁ ବୋଲି ଧମକ ଚମକ,ଜୀବନରେ ମାରିଦେବାର ମଧ୍ୟ ଧମକ ଦେଇଛନ୍ତି । ଶ୍ରୀ ରମେଶ ସେଠ ଭୟଭୀତ ହୋଇ ଜୀବନ ପ୍ରତି ବିପଦ ଥିବାରୁ ଜୀବନ ଓ ଜୀବନ ଜୀବିକା କୁ ସୁରକ୍ଷା ଦେବାପାଇଁ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଶ୍ରୀ ରମେଶ ସେଠଙ୍କ ଅଭିଯୋଗ କୁ ଭିତ୍ତି କରି ପାଟଣାଗଡ଼ ଥାନାରେ ଥାନା କେଶ ନଂ.୯୫/ତା.୨୮.୦୫.୨୧ କେସ ରୁଜୁକରି ଦଫା.୨୯୪,୩୨୩,୫୦୬,୩୪ ମାମଳା ରୁଜୁ ହୋଇଥିବା ଜଣାପଡିଛି । ପାଟଣାଗଡ଼ (ଗୋରେଖନାଥ ବରିହା )
No Result
View All Result