No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୯ ମଇ , ଶନିବାର ) ଓଡ଼ଗାଁ :- ଆଜି ଦିନ ୧୧ଟା ସମୟରେ କୁରାଳ ପାଇକରାୟ ସାହିର ଜ୍ୟୋତି ରଞ୍ଜନ ପ୍ରଧାନ ନିଜ ବାଇକ ଟିଭିଏସ ଆପାଚି ନଂ-OD-25J-7447ରେ ଓଡ଼ଗାଁରୁ କୁରାଳ ଫେରୁଥିବା ବେଳେ ଗୋଡିପଲ୍ଲୀ ଛକର ବାଙ୍କରାସ୍ତା ଠାରେ କୁରାଳପଟରୁ ଆସୁଥିବା ଏକ ଇଣ୍ଡିକା କାର ନଂ-OR-05AT-9315 ବାଇକକୁ ଧକ୍କାଦେଇ ଦ୍ରୁତଗତିରେ ଚାଲି ଯାଇଥିଲା ।ବାଇକ ଚାଳକ ତଳେପଡିଯାଇଥିଲେ ।

ଚାଳକଙ୍କ ଡାହାଣ ହାତ ଭାଙ୍ଗିଯିବା ସହ ଗୋଡ଼ , ବାମହାତ ଓ ମୁଣ୍ଡରେ ପ୍ରଚୁର ଆଘାତ ଲାଗିଥିବା ବେଳେ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ଜ୍ୟୋତିଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ତେବେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ମେଡିକାଲକୁ ସ୍ଥାନାନ୍ତରିତ ହୋଇଥିବା ବେଳେ ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ବାଇକକୁ ଜବତ କରିବା ସହିତ ଘଟଣାର ଅନୁସନ୍ଧାନ ଚଳାଇଥିବା ଜଣାପଡିଛି । (ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result