• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭୟରେ ଦରପୋଡ଼ା ଶବ ଛାଡ଼ି ପଳାଇଲେ ପରିବାର

Proprietor Abhimanyu Maharana by Proprietor Abhimanyu Maharana
May 29, 2021
in ଓଡ଼ିଶା, ମୟୁରଭଞ୍ଜ, ହୋମ୍
0
ଭୟରେ ଦରପୋଡ଼ା ଶବ ଛାଡ଼ି ପଳାଇଲେ ପରିବାର
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୯ ମଇ ଶନିବାର ) ଖୁଣ୍ଟା :- ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ୍‌ ଅଞ୍ଚଳର ଜଣେ କରୋନା ଆକ୍ରାନ୍ତଙ୍କ ଶବଦାହକୁ ନେଇ ହଟହଟା ହୋଇଛି ପ୍ରଶାସନ। ଖୁଣ୍ଟା ବ୍ଲକ୍‌ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଚିହ୍ନଟ ହୋଇଥିବା ଜାଗାରେ ଶବ ସତ୍କାର କରାଯାଉଥିବା ବେଳେ ଏହାକୁ ବିରୋଧ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ। ଏନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ।

ସୂଚନା ମୁତାବକ ଖୁଣ୍ଟା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ(କେଜିବିଭି)ରେ ରାତ୍ର ଜଗୁଆଳି ଭାବେ କାର୍ଯ୍ୟରତ ପଡ଼ୋଶୀ ଗୋପବନ୍ଧୁନଗର ବ୍ଲକ୍‌ ଭଣ୍ତଗାଁ ପଞ୍ଚାୟତ ଘଣ୍ଟଶୀଳା ଗ୍ରାମର ଲାଖାୟ ବାସ୍କେ(୩୨) କିଛି ଦିନ ପୂର୍ବେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଚିହ୍ନଟ ପରେ ସେ ନିଜ ଘରେ ଗୃହ ସଙ୍ଗରୋଧରେ ରହୁଥିଲେ। ତେବେ ସେ କଚାଘରେ ରହୁଥିବାରୁ ବାତ୍ୟା ଭୟରେ ଗତ ମଙ୍ଗଳବାର ଦିନ ସପରିବାର କେଜିବିଭିକୁ ଆସିଥିଲେ ଓ ସେଠାରେ ଏକ କୋଠରୀରେ ଅଲଗା ରହୁଥିଲେ। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ପରେ ଗୋପବନ୍ଧୁନଗର ବ୍ଲକ୍‌ ପ୍ରଶାସନ ପକ୍ଷରୁ ଆକ୍ରାନ୍ତଙ୍କ ଶବ ସତ୍କାର ନିମନ୍ତେ ଖୁଣ୍ଟା ବ୍ଲକ୍‌ ଅଞ୍ଚଳର ନାଳଖମାଣ ଠାରେ ଚିହ୍ନଟ ହୋଇଥିବା ସ୍ଥାନକୁ ମୃତଦେହ ନିଆଯାଇଥିଲା। ବିଡିଓ, ଅତିରିକ୍ତ ତହସିଲଦାର, ଅନ୍ୟ ବିଭାଗୀୟ କର୍ମଚାରୀ ଓ ମୃତକଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଶବ ସତ୍କାର ଆରମ୍ଭ ହୋଇଥିଲା । ଜୁଇରେ ଅଗ୍ନି ସଂଯୋଗ କରାଯିବାର କିଛି କ୍ଷଣ ପରେ ବହୁ ଲୋକ ହାତରେ ଠେଙ୍ଗା ଧରି ଘଟଣାସ୍ଥଳରେ ପହ‌ିଞ୍ଚି ଶବ ସତ୍କାରକୁ ବିରୋଧ କରିଥିଲେ। ସେମାନଙ୍କ ଭୟରେ ଶବ ସତ୍କାର ପାଇଁ ଆସିଥିବା ମୃତକଙ୍କ ପରିବାର ବର୍ଗ ଛତ୍ରଭଙ୍ଗ ଦେଇଥିଲେ ।

ହେଲେ ଉପସ୍ଥିତ ପ୍ରଶାସନିକ ଅଧିକାରୀଙ୍କୁ ଗ୍ରାମବାସୀ ଘେରି ଯାଇଥିଲେ। ଫଳରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ଖୁଣ୍ଟା ପୁଲିସ ପହଞ୍ଚି ‌ଲୋକଙ୍କ ସହ ଆଲୋଚନା କରିଥିଲା ଓ ଶେଷରେ ଅର୍ଦ୍ଧଦଗ୍ଧ ଶବକୁ ପୋଡି ଦିଆଯାଇଥିଲା। ତେବେ ଗୋବପନ୍ଧୁନଗର ବ୍ଲକ୍‌ ପ୍ରଶାସନ ପକ୍ଷରୁ ଖୁଣ୍ଟା ବ୍ଲକ୍‌ ଶବଦାହକୁ ନାଳଖମାଣ, ନବକିଶୋରପୁର ଓ ଆଖପାଖ ଗାଁର ଲୋକେମାନେ ବିରୋଧ କରିଛନ୍ତି। ଆଗାମୀ ଦିନରେ କୌଣସି ପରିସ୍ଥିତିରେ ଏଠାରେ ଶବଦାହ କରାଇ ଦିଆଯିବନି ବୋଲି ଚେତାବନୀ ଦେଇଛନ୍ତି।   (ଦୀପ୍ତିମାନ ପତି, ମୟୂରଭଞ୍ଜ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

March 7, 2026
ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 7, 2026
ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ – ମହତପଲ୍ଲାରେ ବାର୍ଷିକ ଉତ୍ସବ

ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ – ମହତପଲ୍ଲାରେ ବାର୍ଷିକ ଉତ୍ସବ

March 7, 2026
ଭିସ୍ୱାସ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ସ୍ଟିଟ୍ୟୁଟ୍‌ ୨୦୨୬ ମସିହାର ସ୍ଥାପନା ଦିବସକୁ ବହୁ ଉତ୍ସାହ, ସମ୍ମାନ ଓ କୃତଜ୍ଞତା ସହିତ ପାଳନ କଲା

ଭିସ୍ୱାସ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ସ୍ଟିଟ୍ୟୁଟ୍‌ ୨୦୨୬ ମସିହାର ସ୍ଥାପନା ଦିବସକୁ ବହୁ ଉତ୍ସାହ, ସମ୍ମାନ ଓ କୃତଜ୍ଞତା ସହିତ ପାଳନ କଲା

March 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

March 7, 2026
ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version