No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୭ ମଇ ଗୁରୁବାର ) ହିଞ୍ଜିଳିକାଟୁ :- ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଏକମାତ୍ର ପୌର ପରିଷଦ ହିଞ୍ଜିଳିକାଟୁ ପୌର କାର୍ଯ୍ୟାଳୟକୁ ଗୁରୁବାର ପୂର୍ବାହ୍ନରେ ଏଡ଼ିଏମ ତଥା ନବ ନିଯୁକ୍ତ ହିଞ୍ଜିଳିକାଟୁ ପୌର ପରିଷଦର ପ୍ରଶାସକ ଲିନା କୁମାରୀ ଖେଶ ହିଞ୍ଜିଳିକାଟୁ ପୌରାଂଚଳ ଗ୍ରସ୍ତ କରିଛନ୍ତି । ଗୁରୁବାର ପୂର୍ବାହ୍ନରେ ଏଡ଼ିଏମ ଲିନା କୁମାରୀ ସ୍ଥାନୀୟ ପୌର ପରାିଷଦ କାର୍ଯ୍ୟାଳୟରେ ପଂହଚି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ ଓ କାର୍ଯ୍ୟରତ ସମସ୍ତ ପୌର କର୍ମଚାରୀଙ୍କ ସହ ବିଭିନ୍ନ କାର୍ଯ୍ୟାବଳୀ ସର୍ମ୍ପକରେ ଆଲୋଚନା କରିଥିଲେ । ସ୍ଥାନୀୟ ପୌରାଂଚଳରେ କରୋନା ସ୍ଥିତି ଓ ଏହାକୁ ପ୍ରତିହିତ କରିବା ସକାଶେ କିଭଳି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି, ସେ ସମ୍ପର୍କରେ ପୌର କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ । ପରେ ସ୍ଥାନୀୟ ପୌରାଂଚଳ ଶେଷ ପ୍ରାନ୍ତରରେ ନିର୍ମିତ ବର୍ଜ୍ୟବସ୍ତୁ ପରିଚାଳନା ଓ ପୃଥୀକିକରଣ କେନ୍ଦ୍ର ଏମସିସି ଓ ଏମଆରଏଫ କେନ୍ଦ୍ର ବୁଲି ଦେଖିବା ସହ କାର୍ଯ୍ୟଶୌଳୀ ସର୍ମ୍ପକରେ ପରିଚାଳନା କରୁଥିବା ତଥା କାର୍ଯ୍ୟରତ ମିଶନ ଶକ୍ତି ସଦସ୍ୟା ମାନଙ୍କୁ ପଚାରି ବୁଝିଥିଲେ । ପରେ ସ୍ଥାନୀୟ ପୌରାଂଚଳ ହିଞ୍ଜିଳି ନେତାଜୀ ଶିଶୁ ଉଦ୍ୟାନ ଓ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଦେଖିବା ସହ ପାର୍କର ନିର୍ମାଣ ଶୌଳୀ ଓ ସୁନ୍ଦର କାରୁକାର୍ଯ୍ୟକୁ ଭୂୟସୀ ପ୍ରଂଶସା କରିଥିଲେ ।
ସେଠାରୁ ସ୍ଥାନୀୟ ବୃନ୍ଦାବନ ବିଦ୍ୟାପିଠ ମିନି ଷ୍ଟାଡ଼ିୟମ ପରିସରରେ ସ୍ଥାପିତ ମୋ ପୋଷାକ ହବକୁ ବୁଲି ଦେଖିଥିଲେ । ପରେ ସ୍ଥାନୀୟ ପୌରାଂଚଳରେ ନିର୍ମାଣଧିନ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଥିଲେ । ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡ୍ଳୀର ପ୍ରାଣକେନ୍ଦ୍ର ହିଞ୍ଜିଳିକାଟୁ ପୌରାଂଚଳ ପରିସରରେ ବହୁ ଉନ୍ନୟନ ପ୍ରକଳ୍ପର କାର୍ଯ୍ୟଶୌଳୀକୁ ପ୍ରଂଶସା କରିବା ସହ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ପୌର କର୍ମଚାରୀଙ୍କ ଦକ୍ଷତାକୁ ପ୍ରଶଂସା କରିବା ସହ ସମସ୍ତ କର୍ମଚାରୀଙ୍କୁ ସାଧୁବାଦ ଜଣାଇଥିଲେ । ଏଡ଼ିଏମ ତଥା ହିଞ୍ଜିଳିକାଟୁ ପୌର ପ୍ରଶାସପ ଲିନା କୁମାରୀଙ୍କ ଗ୍ରସ୍ତ ସମୟରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ , ପୌର ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ନାୟକ, କନିଷ୍ଠ ଯନ୍ତ୍ରୀ ମାନସ ରଂଜନ ଦାସ, ଦିଲ୍ଲିପ କୁମାର ମିଶ୍ର, ପୌର କର୍ମଚାରୀ ବିବେକାନନ୍ଦ ମହାପାତ୍ର, ଛବି ନାରାୟଣ ପଣ୍ଡା, ଏ.ମୋହନ ରାଓ ଆଚାରୀ, ଅଭିଜିତ ପୁରୋହିତ, ଭାସ୍କର ସାହୁ, ଲାଲମୋହନ ସେଠି, ସୁବାଷ ପଟ୍ଟନାୟକ, ମାନସ ରଂଜନ ଦିଗାଲ, ଅରୁଣ ପାଢି, ସୁରେନ୍ଦ୍ର ଗଉଡ଼, ରବିନ୍ଦ୍ର ନାହକ, ଇ.କିଶାନ କୁମାର ପାତ୍ରଙ୍କ ସମେତ ସମସ୍ତ ପୌର କର୍ମଚାରୀ ଉପସ୍ଥିତ ଥିଲେ । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result