No Result
View All Result

ଓଡ଼ିଶା ତାଜା ନ୍ୟୁଜ (୨୭ ମଇ ଗୁରୁବାର ) ବାଲେଶ୍ୱର :- ବାତ୍ୟା ୟସର ପ୍ରଭାବରେ ବାଲେଶ୍ଵରରେ କ୍ଷୟକ୍ଷତି ଆକଳନ କରିବା ପାଇଁ ବହୁ ମନ୍ତ୍ରୀ ବାଲେଶ୍ଵରରେ ପହଞ୍ଚିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସ୍ବତନ୍ତ୍ର ଭାବେ ବାତ୍ୟା ପରର ସ୍ଥିତି ସମୀକ୍ଷା କରିବା ପାଇଁ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବାଲେଶ୍ଵରରେ ଅଛନ୍ତି ।

ବାତ୍ୟା ବିପନ୍ନଙ୍କୁ ତୁରନ୍ତ ରିଲିଫ ପହଞ୍ଚାଇବା ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶସକାଳ ଠାରୁ ମନ୍ତ୍ରୀ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ତୁରନ୍ତ ରିଲିଫ ସାମଗ୍ରୀ ବିପନ୍ନଙ୍କୁ ଯୋଗାଇ ଦେବାପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ସପ୍ତାହେ ପାଇଁ ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତି କରାଯାଇଛି।ଲୋକମାନଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ପାଇଁ ପର୍ଯ୍ୟାପ୍ତ ପରିମାଣର ସାମଗ୍ରୀ ମହଜୁଦ ଥିବା ମନ୍ତ୍ରୀ କହିଛନ୍ତି ।

ସେହିପରି ବଜାରରେ ଚଢା ଦର ଉପରେ ଯୋଗାଣ ବିଭାଗ ନଜରb ରଖିଛି । ଜିଲ୍ଲାର ଯୋଗାଣ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବ୍ଲକ ଅଧିକାରୀଙ୍କ ସହିତ ଆଲୋଚନା କରି ଲୋକଙ୍କ ପାଖରେ ଖାଦ୍ୟ ସାମଗ୍ରୀ ପହଞ୍ଚାଇବାର ସୁବନ୍ଦୋବସ୍ତ ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । (ଦୀପ୍ତିମାନ ପତି, ବାଲେଶ୍ୱର )
No Result
View All Result