No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୭ ମେ ଗୁରୁବାର) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ଓ ବଲାଙ୍ଗୀର ଜିଲ୍ଲା ସୀମା ରେଖା ତେଲ ନଦୀରୁ କେସିଙ୍ଗା ବ୍ଲକ ଅନ୍ତର୍ଗତ ବାହାଦୁର ପଦର ଗାଁ ନିକଟରୁ ଏକ ଶବ ଉଦ୍ଧାର କରାଯାଇଛି। ତେଲ ନଦୀରେ ଏକ ଅଖାବସ୍ତା ଭାସୁଥିବା ବେଳେ ଗାଁ ଯୁବକ ମାନେ ପ୍ରଥମେ ଦେଖିବାକୁ ପାଇଥିଲେ । କେସିଙ୍ଗା ପୋଲିସ ଓ ଟିଟିଲାଗଡ ପୋଲିସ ପକ୍ଷରୁ ଅଖା ବସ୍ତାକୁ ଦମକଳ ବାହିନୀ ଦ୍ଵାରା ଉଦ୍ଧାର କରାଯାଇ ଏକ ଶବକୁ ଚିହ୍ନଟ କରାଯାଇଛି।ମୃତକର ଭାଇ ଆସି ଶବଟିକୁ ଚିହ୍ନଟ କରିଛନ୍ତି ।
ମୃତକ ଜଣକ ୪ଦିନ ତଳେ ନିଖୋଜ ହୋଇଥିବା ବେଳେ ବୋର୍ଡା ଫାଣ୍ଡି ମାଦିଗୁଡା ଗ୍ରାମର ଜିତୁ ରଣା ବୋଲି ଚିହ୍ନଟ ହୋଇଛି। କେହି ତାଙ୍କୁ ହତ୍ୟାକରି ବସ୍ତାରେ ଭର୍ତ୍ତି କରି ନଦୀରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ତେବେ ଏ ନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।(ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)
No Result
View All Result