No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୬ ମଇ ବୁଧବାର ) ପାଟଣାଗଡ଼ :- କରୋନା ମହାମାରୀ ଯୋଗୁଁ ସରକାର ଏ ବର୍ଷ କୋଟି କୋଟି ଟଙ୍କା ବିନିଯୋଗ କରି ଅନେକ ଯୋଜନା ଉନ୍ନତି ମୂଳକ କାର୍ଯ୍ୟ କରୁଛନ୍ତି! କିନ୍ତୁ ଠିକ ଭାବରେ ମଜୁରିଆ ମାନଙ୍କୁ ନ ମିଳିବା ଅଭିଯୋଗ ଦିନକୁ ଦିନ ଆସୁଛି! ସୂଚନା ଯୋଗ୍ୟ ଯେ ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଧୁମାଭଟା ପଞ୍ଚାୟତ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିର୍ଦ୍ଦେଶରେ ଚଳିତ ବର୍ଷ ଜାନୁୟାରୀ ମାସରେ ଆବାସ ଗୃହ କାମ କରିବା ପାଇଁ ରାଜମିସ୍ତ୍ରୀ ମାନେ ଲାଗିଥିଲେ ! ହେଲେ ସେମାନେ ଏପର୍ଯ୍ୟନ୍ତ ତାଙ୍କ ପ୍ରାପ୍ୟ ଟଙ୍କା ନ ପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ! ଅନେକ ଥର ସରପଞ୍ଚ ଓ ବ୍ଳକ ପ୍ରଶାସନ କୁ ଜଣାଇଥିଲେ ସୁଦ୍ଧା ତାଙ୍କର ମଜୁରୀ ଟଙ୍କା ପାଇନାହାନ୍ତି !
ଶେଷରେ ସେମାନେ ହତାଶ ହୋଇ ଆଜି ବେଲପଡା କୋଶଳ ରାଜ୍ୟ ସମନ୍ୱୟ ସମିତି ସଂପାଦକ ଗିରିଧାରୀ ଭୋଇ ,ଜିତୁ ନାଏକ , ସଞ୍ଜିବ ଶର୍ମା , ସଭାପତି ଜନାର୍ଦ୍ଦନ ସିଂ ଙ୍କ ନେତୃତ୍ବରେ ବେଲପଡା ବ୍ଳକ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ! ବିଡିଓ ବାହାର କୁ ଆସି କୋୖଣସି ପ୍ରତିକ୍ରିୟା ନ ଦେବାରୁ ସେମାନେ ଲିଖିତ ଭାବେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି !ଏ ବିଷୟରେ ଆମେ ବେଲପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭିକ୍ଟୋରିଆ ସୋରେଙ୍ଗ ଙ୍କୁ ପଚାରିବାରୁ ସେ କହିଲେ ଯେ ପ୍ରକୃତରେ ଏହି ରାଜମିସ୍ତ୍ରୀ ମାନେ କାମ କରିଥିଲେ ଓ ଏମାଙ୍କ ପ୍ରାପ୍ତ ଟଙ୍କା ସରକାର ଙ୍କ ଠାରୁ ଆସିନାହିଁ! ଯେତେବେଳେ ଏମାନଙ୍କ ପାରିଶ୍ରମିକ ଟଙ୍କା ଆସିବ ସଙ୍ଗେ ସଙ୍ଗେ ଆମେ ସେମାନଙ୍କୁ ପ୍ରଦାନ କରିବୁ !
ତାଙ୍କ ମଜୁରୀ ଟଙ୍କା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇଛୁ ! ଏବେ ଦେଖିବାକୁ ବାକି ରହିଲା କେତେଦିନ ଭିତରେ ଏ ମାନଙ୍କ ପ୍ରାପ୍ୟ ଟଙ୍କା ମିଳିବ? ଲିଖିତ ଦାବି ପତ୍ର ନିରାକାର ବୁଡେକ ,ଭିଷ୍ମ କରଣ , ପୁରୁଷୋତ୍ତମ ମଲିକ , ଦେବାନନ୍ଦ ମଲ୍ଲିକ , ପୁଷ୍କର ବୁଡେକ ,ହାଡୁ ବୁଡେକ ପ୍ରମୁଖ ଶ୍ରମିକ ଙ୍କ ସ୍ବାକ୍ଷର ରହିଥିବା ଜଣାପଡିଛି । ଏହାକୁ ଜିଲ୍ଲା ପ୍ରଶାସନ ଧ୍ୟାନ ଦେବା ସଙ୍ଗେ ସଙ୍ଗେ ଯଥାଶୀଘ୍ର ଏମାଙ୍କୁ ଉକ୍ତ ପ୍ରାପ୍ତ ଟଙ୍କା ଦିଆଯାଉ ବୋଲି ସାଧାରଣରେ ଦାବୀ ହେଉଛି! । (ପାଟଣାଗଡ଼/ଗୋରେଖନାଥ ବରିହା )
No Result
View All Result