No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ମଇ ମଙ୍ଗଳବାର ) ପାଟଣାଗଡ଼ :- ଜାତୀୟ ପରିବାର ମଙ୍ଗଳ ଯୋଜନା ରେ ସହାୟତା ପାଇବାକୁ ଆବେଦନ କରିଥିବା ଅସହାୟ ବିଧବା ମହିଳା ମାନଙ୍କ ଆଶା- ଆକାଂକ୍ଷା ପ୍ରତି ଖପ୍ରାଖୋଲ ବ୍ଳକ ରେ ଗୁରୁତ୍ଵ ଦିଆଯାଇଥିବାରୁ ବହୁ ଆବେଦନ କାରି ବଞ୍ଚିତ ହେଉଛନ୍ତି । ବହୁତ ଗୁଡ଼ାଏ ଆବେଦନ ଫର୍ମ ଯାଞ୍ଚ ଆଳରେ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିଦିଆଯାଇଥିବା ଅଭିଯୋଗ ହେଉଛି । ପ୍ରଶାସନିକ ସ୍ତରରେ ଏଭଳି ଅସହଯୋଗ ମନଭାବ ରହୁଥିବାରୁ ସ୍ବାମୀ ହରା ତଥା ବିପିଏଲ ତାଲିକା ଭୁକ୍ତ ବିଧବା ମହିଳା ମାନଙ୍କୁ ପରିବାର ପୋଷଣ ସକାଶେ ଉପାର୍ଜନକ୍ଷମ କରାଇବାର ଯୋଜନା ର ଲକ୍ଷ ଏହି ବ୍ଳକ ରେ ସାଧିତ ହୋଇପାରୁନାହିଁ । ଅନ୍ୟ ପକ୍ଷରେ ସ୍ବାମୀ ହରା ମହିଳା ମାନେ ନିଜ ପିଲାଛୁଆଙ୍କୁ ନେଇ ଅତ୍ୟନ୍ତ ଦୁର୍ଦ୍ଦଶା ମଧ୍ୟ ଦେଇ ଗତି କରୁଛନ୍ତି ।
ସୁଚନା ଯୋଗ୍ୟ ବ୍ଳକ ର ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଗ୍ରାମ ର ଗରୀବ ଆଦିବାସୀ ବିଧବା ମହିଳା ଗୁଲାପୀ ବରିହା ତାଙ୍କ ସ୍ଵାମୀ ଭଗବାନ ବରିହା ଙ୍କ ମୃତ୍ୟୁ ହେବାର ଆଜକୁ ପ୍ରାୟ ପାଞ୍ଚ ବର୍ଷ ରୁ ଉର୍ଦ୍ଧ ହେଇଥିଲେ ହେଁ ତାଙ୍କୁ ଜାତୀୟ ପରିବାର ମଙ୍ଗଳ ଯୋଜନା ରେ ଆର୍ଥିକ ସହାୟତା ରାଶି ମିଳିନାହିଁ । ଠିକ୍ ସେହିପରି ଲୁହାସିଂହା ପଞ୍ଚାୟତ ଟେଙ୍ଗରାପଥର ଗ୍ରାମ ର ଗରୀବ ଆଦିବାସୀ ବିଧବା ମହିଳା ସବିତା ବରିହା ଙ୍କୁ ମଧ୍ୟ ତାଙ୍କ ସ୍ବାମୀ ରୁପେଶ ଙ୍କ ମୃତ୍ୟୁ ଗୋଟିଏ ବର୍ଷ ବିତିଯାଇଥିଲେ ହେଁ ବିଧବା ଭତ୍ତା କି ଜାତୀୟ ପରିବାର ମଙ୍ଗଳ ଯୋଜନା ରେ ଆର୍ଥିକ ସହାୟତା ରାଶି ମିଳୁନଥିବା ଅଭିଯୋଗ ହେଉଛି ।
ଏହି ଯୋଜନା ପାଇଁ ଅର୍ଥ ବ୍ୟବସ୍ଥା ରହିଥିବା ସତ୍ତ୍ବେ କେଉଁ ଉଦ୍ଦେଶ୍ୟ ରଖି ହିତାଧିକାରୀ ଚୟନ ପ୍ରକିୟା ପାତର ଅନ୍ତର ନୀତି ଅବଲମ୍ବନ କରାଯାଇଛି ବୋଲି ଅଭିଯୋଗ ହେଉଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଦୁଇ ଗରିବ ଆଦିବାସୀ ବିଧବା ମହିଳା ଙ୍କୁ ଜାତୀୟ ପରିବାର ମଙ୍ଗଳ ଯୋଜନା ରେ ସରକାରୀ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି । (ପାଟଣାଗଡ଼,ରିପୋର୍ଟ /ଗୋରେଖନାଥ ବରିହା )
No Result
View All Result