No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ମଇ ସୋମବାର ) ବାଙ୍କୀ :- ସମ୍ଭାବ୍ୟ ବାତ୍ୟା ୟଶ କୁ ନେଇ ଗାଈ ଗୋରୁ ଙ୍କ କିପରି ଯତ୍ନ ନେବେ ସେ ସମ୍ପର୍କରେ ଉପଖଣ୍ଡ ପ୍ରଣୀ ଚିକିତ୍ସା ଅଧିକାରୀ ଡାକ୍ତର ସତ୍ୟ ରଞ୍ଜନ ରାଉତ ଙ୍କ ତତ୍ୱାବଧାନରେ ବାଙ୍କୀ ଉପଖଣ୍ଡ ରେ ପ୍ରାଣୀ ମାନଙ୍କ ସୁରକ୍ଷା ପାଇଁ ସଚେତନତା ବାର୍ତା ବିଭିନ୍ନ ପଞ୍ଚାୟତ ପଠା ଯାଇ ସମସ୍ତ ଙ୍କୁ ସଚେତନ କରାଯାଇଛି।ବାତ୍ୟା ଯଶ ପାଇଁ ଉପଖଣ୍ଡ ସ୍ତରରେ ଯେଉଁ ଗାଈ ଚାଷୀ ଙ୍କ କଚା ଗୁହାଳ ଅଛି ସେମାନେ ଉକ୍ତ ଗୁହାଳ ରେ ଗାଈ ମାନଙ୍କୁ ବାହାରକୁ ଆଣି ସୁରକ୍ଷିତ ସ୍ଥାନରେ ବାନ୍ଧିବା ପାଇଁ ପ୍ରାଣୀ ଅଧିକାରୀ ଡାକ୍ତରରାଉତ ସମସ୍ତ ଙ୍କୁ ଅନୁରୋଧ କରିଛନ୍ତି ।
ବାତ୍ୟା ସମୟରେ ଓ ତାହା ପରେ କୌଣସି ପ୍ରାଣୀ ପଶୁ ର କ୍ଷୟ କ୍ଷତି ର ଚିକିତ୍ସା ପାଇଁ ସମସ୍ତ ପ୍ରାଣୀ ଡାକ୍ତର ଙ୍କୁ ପ୍ରାଣୀ ଚିକିତ୍ସା ଲୟ ରେ ରହି ଚିକିତ୍ସା ପାଇଁ ନିର୍ଦେଶ ଦେଇଛନ୍ତି।ଜିଲ୍ଲା ପ୍ରାଣୀ କାର୍ଯ୍ୟାଳୟ କୁ ବାତ୍ୟା ପରେ ବିପୁଳ ପ୍ରାଣୀ ଔଷଧ ବାଙ୍କୀ ଉପଖଣ୍ଡ ଚିକିତ୍ସା ଲୟ କୁ ପଠେଇବା ପାଇଁ ଡାକ୍ତର ରାଉତ ଜିଲ୍ଲା ଅଫିସ ଓ ରାଜ୍ୟ ଅଫିସ କୁ ମେଲ କରିଛନ୍ତି।
ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଗାଡି ବିଭିନ୍ନ ସ୍ଥାନରେ ବୁଲି ବୁଲି ଆହତ ପଶୁ,ଗାଈ ଗୋରୁ ,ଛେଳି ,ମେଣ୍ଢା ଙ୍କୁ ଚିକିତ୍ସା କରିବ।ଯେପରି ଜିରୋ କାଜୁଆଳିଟ ହେବ ସେଥି ପ୍ରତି ସମସ୍ତ ପ୍ରଣୀ ଡାକ୍ତର କାର୍ଯ୍ୟ କରିବେ ବୋଲି ଡାକ୍ତର ରାଉତ ପ୍ରକାଶ କରିଛନ୍ତି।ଡାକ୍ତର ଅନ୍ତଜ୍ୟାମୀ ବାରିକ, ଡାକ୍ତର କୃଷ୍ଣ କେଶବ ଷଡ଼ଙ୍ଗୀ, ଡାକ୍ତର ଅପ୍ରିତା ପାଢ଼ୀ ଓ ଡାକ୍ତର ସ୍ୱରୂପ ରଞ୍ଜନ ମହାପାତ୍ର ସମସ୍ତ କାର୍ଯ୍ୟ କୁ ସୁଚାରୁ ରୁପେ କରି ବାତ୍ୟା ପରେ ଯେପରି କୌଣସି ଗାଈ ଗୋରୁ ଓ ପଶୁ ଙ୍କ କ୍ଷତି ହେବନି ସେଥିପାଇଁ ବିଶେଷ ଦୃଷ୍ଟି ଦେବେ ବୋଲି ଡାକ୍ତର ରାଉତ ପ୍ରକାଶ କରିଛନ୍ତି। (ରିପୋର୍ଟ : ଗୌତମ ମିଶ୍ର)
No Result
View All Result