No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ମଇ ସୋମବାର ) ବାଙ୍କୀ :- ବାଙ୍କୀ ରେ କରୋନା କାୟା ବିସ୍ତାର କରିଥିବା ବେଳେ ଆକ୍ରାନ୍ତ ଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।ରାଜ୍ୟ ସରକାର କରୋନା କୁ ଚେକ ଦେବା ପାଇଁ ଲକଡାଉନ ଓ ସଟଡାଉନ କରିଛନ୍ତି ।ମାତ୍ର ଉକ୍ତ ନିୟମ କୁ ବାଙ୍କୀ ରେ ଲୋକେ ଫୁ କରିଛନ୍ତି।ବାଙ୍କୀ ରେ ବହୁତ ଜାଗାରେ ତାଲା ବନ୍ଦ ସମୟରେ ଲୁଚା ଛପା ଜଳଖିଆ ଓ ହୋଟେଲ ଚାଲୁଛି ଦୋକାନ ଆଗରେ ତାଲା ପକେଇ ଚୋରା ବାଟରେ ବେପାର ହେଉଛି।ରାଜନୈତିକ ନେତାଙ୍କ ଛତ୍ର ଛାୟା ରେ ଥିବା ଏହି ବେପାରୀ ପୋଲିସ କି ପ୍ରଶାସନ କାହାକୁ ଡର ଭୟ ନାହିଁ ।

ଜଣେ ସରକାରୀ କର୍ମଚାରୀ ନିଜ ନାମ ପ୍ରକାଶ ନକରି କହିଲେ କିଛି ପୋଲିସ ଅଫିସର ଜୈନିକ ହୋଟେଲ ରେ ଖଟି କରୁଛନ୍ତି ତେବେ ତଲାବନ୍ଦ ଆଇନ ବାଙ୍କୀ ରେ କେତେ କଡା କଡ଼ି ତାହା ବାରି ହେଉଥିବ।ପୋଲିସ ଲୋକ ଦେଖାଣିଆ ଉପରିସ୍ଥ ଅଫିସର ଙ୍କୁ ଖୁସି କରିବା ପାଇଁ ବାଧ୍ୟ ରେ ଅମାନିଆ ଙ୍କୁ ତନଖି କରୁଥିବା ସମୟରେ ସେଠାରୁ ୨୦୦ମିଟର ଦୂରତା ରେ ଏକ ହୋଟେଲ ଖୋଲା ଯାଇ ଲୁଚା ବାଟରେ ପାରର୍ସଲ ହେଉଥିବା ଦେଖିବାକୁ ମିଳୁଛି।ବାଙ୍କୀ ବଜାର ରେ ବହୁ ଦୋକାନ ତାଲା ବନ୍ଦ ନିୟମ କୁ ଫୁ କରି ଖୁଲମ ଖୁଲା ଲୁଚା ବାଟରେ ବେପାର କରୁଥିବା ବହୁ ବୁଦ୍ଧି ଜୀବୀ ପ୍ରକାଶ କରିଛନ୍ତି ।

ମାତ୍ର ପୋଲିସ ସବୁ ଜାଣି କାହା କଥା ରେ ନିରବ। ବାଙ୍କୀ ର ତିନି ଗୋଟି ପ୍ରବେଶ ପଥ ରେ ପୋଲିସ ପେଟ୍ରୋଲିଂ ନାହିଁ କି ପୋଲିସ ତନଖି ନାହିଁ ।ଗତ ବର୍ଷ ତଲାବନ୍ଦ ରେ କିଛି ଅମାନିଆ ଲୁଚା ଛପା ଦୋକାନ ଖିଲିଥିଲେ ବି ପୋଲିସ ତନଖି କଡା କଡ଼ି ଥିଲା ଲୋକ ବାହାରେ ଇତସ୍ତତଃ ହୋଇ ବେପରୁଆ ବୁଲୁନଥିଲେ ପୋଲିସ ର ଭୟ ଥିଲା ।ମାତ୍ର ଦୁଃଖ ର କଥା ଚଳିତ କରୋନା ର ଦୂତୀୟ ଲହରୀ ଆକ୍ରାନ୍ତ ଙ୍କ ସଂଖ୍ୟା ବଢୁଥିବା ବେଳେ ପୋଲିସ ର ବେପରୁଆ ତନଖି ବସ୍ତବିକ ଚିନ୍ତା ର ବିଷୟ। ଯଦି କେହି ପୋଲିସ ବିଭାଗ ର ଉପରିସ୍ଥ ଅଫିସର ତାଲା ବନ୍ଦ ତନଖି ପାଇଁ ବାଙ୍କୀ ଗ୍ରସ୍ତ ରେ ଆସନ୍ତି ତେବେ କୋମା ରୁ ଉଠି ବାଙ୍କୀ ପୋଲିସ ବିଭିନ୍ନ ସ୍ଥାନରେ ମାଳ ମାଳ ପୋଲିସ ଅଫିସର ଙ୍କୁ ନିୟୋଜିତ କରି ଉପରିସ୍ଥ ଅଫିସର ଙ୍କ ଆଗରେ ସାବାସୀ ପାଉଛି।ଅଫିସର ଗଲା ପରେ ଯଥା ପୂର୍ବମ ତଥା ପରମ ହୋଇଥାଏ ।

ପୋଲିସ ତନଖି କରିବା ସମୟରେ ନିଜ ର ଟାର୍ଗେଟ ପୁରଣ ପାଇଁ ସରକାର କୋହଳ କରିଥିବା ଚାଷୀ ଓ ନିର୍ମାଣ କାର୍ଯ୍ୟ ରେ ନିଯୋଜିତ ଶ୍ରମିକ ଙ୍କ ଠାରୁ ଅଯଥା ରେ ଫାଇନ କାଟି ରାଜନୈତିକ ଲୋକ ଓ ପୋଲିସ ର ଜଣା ଶୁଣା ପ୍ରଭାବ ଶ୍ରେଣୀ ର ଲୋକଙ୍କୁ କିଛି ବି କହୁନାହାନ୍ତି।ତଲାବନ୍ଦ ସନ୍ଧ୍ୟାରେ ରେ ଓ ଅଧିକାଂଶ ସମୟରେ ବିଭିନ୍ନ ଲୋକ ମାଳ ମାଳ ହୋଇ ଗପସପ ଠିଆ ହେଉ ଛନ୍ତି ପୋଲିସ ଜାଣି ନିରବ।ପୋଲିସ ବେଳେ ବେଳେ ସାଇରନ ଲଗେଇ ପେଟ୍ରୋଲିଂ ଗାଡି ରେ ବୁଲିବା ବେଳେ ଅମାନିଆ ଦୌଡି ପକାଉ ଛନ୍ତି।ବାଙ୍କୀ ର ବହୁ ବୁଦ୍ଧି ଜୀବୀ ଓ ବରିଷ୍ଠ ନାଗରିକ ପୋଲିସ କୁ ନିବେଦନ କରିଛନ୍ତି ତଲାବନ୍ଦ ନିୟମ କଡା କଡ଼ି କରିବା ସହ ସାଧା ପୋଷାକ ରେ ମଟର ସାଇକେଲରେ ପେଟ୍ରୋଲିଂ କରି ଅମାନିଆ କୁ ତଗିଦ କରି ଜୋରିନାମା ଆଦାୟ ସହ ତାଲା ବନ୍ଦ ସମୟରେ ଯେପରି ବିନା ଅନୁମତି ଦୋକାନ ଲୁଚା ଛପା ରେ ଖୋଲି ବେପାର ନକରିବାକୁ।
ଏ ସମ୍ପର୍କରେ ବାଙ୍କୀ ଉପଖଣ୍ଡ ପୋଲିସ ଅଧକାରୀ ବାସୁଦେବ ସ୍ବାଇଁ ଙ୍କୁ ପଚରିବାରୁ ସେ କହିଲେ କାଲି ଠାରୁ କଡା କଡ଼ି ନିୟମ ପାଳନ କରାଯିବ କେହି ଯେପରି ବିନା କାରଣ ରେ ତାଲା ବନ୍ଦ ସମୟ ରେ ବାହାରେ ବୁଲିବେନି ତାହା ଉପରେ ଦୃଷ୍ଟି ଦିଆ ଯିବ ଯେଉଁ ଅମାନିଆ କୁ ଧରା ଯିବ ତାହା ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଏହି ଘଟଣା ସମ୍ପର୍କରେ କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ ଯୁଗଳ କିଶୋର ବିନିଥ ଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିବାରୁ ତାଙ୍କ ଫୋନ ନେଟୱାର୍କ ବାହାରେ ଥିବା ଜଣା ପଡିଥିଲା।ଦେଖିବାକୁ ରହିଲା ବାଙ୍କୀ ଉପଖଣ୍ଡ ପୋଲିସ ଅଧିକାରୀ କିପରି ତାଲାବନ୍ଦ ଆଇନ କୁ ବାଙ୍କୀ ରେ କିପରି କଡାକଡି ପାଳନ କରି ଅମାନିଆ ଙ୍କୁ ସାବାଡ଼ କରୁଛନ୍ତି ।(ରିପୋର୍ଟ/ଗୌତମ ମିଶ୍ର)
No Result
View All Result