No Result
View All Result
ଜରୁରୀକାଳୀନ ସମୟରେ ଯେ କେହି ୨୪ ଘଂଟିଆ କଲ୍ ସେଂଟର ନମ୍ବର ୧୯୧୨/୧୮୦୦୩୪୫୭୧୨୨କୁ କଲ୍ କରିପାରିବେ

ଓଡ଼ିଶା ତାଜା ନ୍ୟୁଜ (୨୩ ମଇ ରବିବାର ) ଭୁବନେଶ୍ୱର :- ଆଇଏମ୍ଡିର ରିପୋର୍ଟ ଅନୁସାରେ, ଉତର ଆଣ୍ଡାମାନ ସାଗର ପୂର୍ବ କେନ୍ଦ୍ରୀୟ ବଙ୍ଗୋପାଗରରେ ୨୦୨୧ ମେ’ ୨୨ର ଏକ ଲଘୁଚାପ ଅଂଚଳ ସୃଷ୍ଟି ହୋଇଛି । ପରବର୍ତୀ ୭୨ ଘଂଟା ଭିତରେ ଏହା ଆହୁରି ତୀବ୍ର ହେବ ଓ ମେ’ ୨୫ରେ ଏକ ସାମୁଦ୍ରିକ ବାତ୍ୟାରେ ପରିଣତ ହେବ । ବାତ୍ୟାର ମୁକାବିଲା କରିବା ଲାଗି ଟିପିସିଓଡିଏଲ୍ର ଏକ ସମ୍ପୂର୍ଣ୍ଣ ବିଜନେସ୍ କଂଟିନୁଇଟି ଆଣ୍ଡ୍ ଡିଜାଷ୍ଟର ମ୍ୟାନେଜମେଂଟ୍ (ବିସିଡିଏମ୍ପି) ପ୍ରସ୍ତୁତ ରହିଛି । ବିସିଡିଏମ୍ପିରେ ବିପର୍ଯ୍ୟୟର ତୀବ୍ରତା ଏହାର ପରବର୍ତୀ କାର୍ଯ୍ୟାନୁଷ୍ଠାନକୁ ନେଇ ବିିଭିନ୍ନ ବର୍ଗ ରହିଛି, ବିପର୍ଯ୍ୟୟର ଆଲର୍ଟ ହାସଲ କରିବା, ତାହାକୁ ଅନୁଧ୍ୟାନ କରିବା, ପ୍ରାକ୍ ବିପର୍ଯ୍ୟୟ ଆଲର୍ଟ ପଠାଇବା ପାଇଁ ଏକ ବିପର୍ଯ୍ୟୟ ପରିଚାଳନା ଢ଼ାଂଚା ଓ ବିସିଡିଏମ୍ପିକୁ ଲାଗୁ କରିବା ଏବଂ ପ୍ରତ୍ୟାହାର କରିବା ଲାଗି ବ୍ୟବସ୍ଥା । ଯୋଜନାର ପ୍ରତିକ୍ରିୟାକୁ ଯାଂଚ କରିବା ଲାଗି ଏକ ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି ।
କୋଭିଡ୍-୧୯ ମହାମାରୀର ଦ୍ୱିତୀୟ ଲହର ବିଦ୍ୟୁତ ଯୋଗାଣକୁ ପୁନର୍ବାର ଚାଲୁ କରିବା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି କାରଣ ଏହା ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ପ୍ରଭାବିତ କରିବ । ଯେକୌଣି ପ୍ରକାରର ଆକସ୍ମିକତାର ମୁକାବିଲା ଲାଗି ପ୍ରସ୍ତୁତ କରିବା ସ୍ଥିତିରେ ରହିଥାଏ ଏବଂ ବିଦ୍ୟୁତ ଯୋଗାଣକୁ ନେଇ ଗାହକମାନଙ୍କ ଆବଶ୍ୟକତା ପୂରଣ କରିବା ଲାଗି ଏହା ପ୍ରସ୍ତୁତ ରହିଛି । ସମୟର ଆବଶ୍ୟକତାକୁ ବୁଝି ପାରି, ଟିପିସିଓଡିଏଲ୍ ପକ୍ଷରୁ ଅକ୍ସିଜେନ୍ ପ୍ଲାଂଟ୍କୁ ୨୪ ଘଂଟା ବିଦ୍ୟୁତ ଯୋଗାଣ କରିବା ଲାଗି ଏକ ଉତ୍ସର୍ଗୀକୃତ ଟିମ୍ ଗଠନ କରାଯାଇଛି । ଲାଇସେନ୍ସ ମିଳିଥିବା ଅଂଚଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଉତ୍ସର୍ଗୀକୃତ ତ୍ୱରିତ ପ୍ରତିକ୍ରିୟାଶୀଳ ଦଳ ମୂତୟନ କରାଯିବ । ଯେକେହି ୨୪ ଘଂଟିଆ କଲ୍ ସେଂଟର ଟୋଲ୍ ଫ୍ରି ନମ୍ବର ୧୯୧୨ କିମ୍ବା ୧୮୦୦୩୪୫୭୧୨୨କୁ ଯେକୌଣସି ଜରୁରୀ ସେବା ଲାଗି କଲ୍ କରିପାରିବେ ।
ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ, ପ୍ରଭାବିତ ଅଂଚଳରେ ଏହି ସବୁ କାର୍ଯ୍ୟ ନକରିବା ଲାଗି ଟିପିସିଓଡିଏଲ୍ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି:
1. ବିଜୁଳି ମାରିବା ସମୟରେ ଘର ଭିତରେ କୌଣସି ତାର କିମ୍ବା ପ୍ଲମ୍ବିଂକୁ ସ୍ପର୍ଶ କର ନାହିଁ କାରଣ ଟେଲିଫୋନ୍ ତାର. ଧାତବ ପାଇପ୍ରେ ବିଦ୍ୟୁତ ପ୍ରବାହିତ ହୋଇପାରେ
2. ଅତ୍ୟଧିକ ପବନ, ବଜ୍ରପାତ ଓ ବୃଷ୍ଟିପାତ ସମୟରେ କୌଣସି ବୃକ୍ଷ / ସାମୟିକ ଢ଼ାଂଚା ତଳେ ଆଶ୍ରୟ ନିଅନ୍ତୁ ନାହିଁ ।
3. ଓଦା ହାତରେ କିମ୍ବା ବିନା ଗ୍ଲୋଭସ୍, ସେଫ୍ଟି ସୁଜ୍ କିମ୍ବା ଇନ୍ସୁଲେଡେଜ୍ ପ୍ଲାଟଫର୍ମରେ କୌଣସି ବିଦ୍ୟୁତ ସ୍ଥାପନାକୁ ସ୍ପର୍ଶ କରନ୍ତୁ ନାହିଁ
4. ବୃଷ୍ଟିପାତ ପରେ ପାଣି ପ୍ରବାହିତ ହେଉଥିବା ଡ୍ରେନ୍ ନିକଟରେ ପିଲାମାନଙ୍କୁ ଖେଳିବାକୁ ଦିଅନ୍ତୁ ନାହିଁ ଏହି ଅଭିଯାନ ସମ୍ପର୍କରେ ଶ୍ରୀଯୁକ୍ତ ଏମ୍ ସେନ୍ବାଗମ, ସିଇଓ, ଟିପିସିଓଡିଏଲ୍ କହିଛନ୍ତି ଯେ, “ନିରବଚ୍ଛିନ୍ନ ବିଦୁୃ୍ୟତ ଯୋଗାଣକୁ ନିଶ୍ଚିତ କରିବା ବିଶେଷ କରି କୋଭିଡ୍ ୧୯ ମହାମାରୀ ଭଳି ପରୀକ୍ଷା ନେଉଥିବା ସମୟ ପାଇଁ ଆମେ ପ୍ରତିବଦ୍ଧ ରହିଛୁ ।
ପ୍ରଭାବିତ ହେବାକୁ ଥିବା ଅଂଚଳରେ ରେକର୍ଡ ସମୟ ଭିତରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣକୁ ନିଶ୍ଚିତ କରିବା ଲାଗି ଟିମ୍ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛି । ସାମୁଦ୍ରିକ ବାତ୍ୟା “ୟସ୍’ ସମୟରେ କୌଣି ପ୍ରକାର ଦୁର୍ଘଟଣାରୁ ବଂଚିବା ଲାଗି ଆବଶ୍ୟକ ସୁରକ୍ଷା ନିୟମକୁ ପାଳନ କରିବା ଳାଗି ଆମେ ଜନ ସାଧାରଣଙ୍କୁ ଆହ୍ୱାନ ଦେଉଛୁ ।’’ ଉଭୟ ବଂଟନ ଓ ଗ୍ରାହକ ସବ୍-ଷ୍ଟେସନରେ କଂପାନି ତରଫରୁ ଉପକରଣଗୁଡ଼ିକର ସମସ୍ତ ପ୍ରତିଷେଧମୂଳକ ରକ୍ଷଣାବେକ୍ଷଣ କରାଯାଉଛି । ଯେକୌଣସି ପ୍ରକାର ଜରୁରୀକାଳୀନ ସ୍ଥିତିର ମୁକାବିଲା କରିବା ଲାଗି ସହରର ବିଭିନ୍ନ ସ୍ଥାନରେ ଉତ୍ସର୍ଗୀକଢତ ଟିମ୍ ମୂତୟନ କରାଯାଇଛି । ଟ୍ରାନ୍ସଫରମର, ସ୍ୱିଚଗିୟର ଇତ୍ୟାଦି ଭଳି ଆବଶ୍ୟକ ସ୍ପେୟାରପାର୍ଟସ୍, ଟୁଲ୍ ଓ ଉପକରଣର ପର୍ଯ୍ୟାପ୍ତ ଷ୍ଟକ ରଖାଯାଇଛି ଯାହା ବିଦ୍ୟୁତ ବ୍ୟାହତକୁ ସୁଧାରିବା ସମୟକୁ ହ୍ରାସ କରିବାରେ ନିଶ୍ଚିତ କରିବ । ହସ୍ପିଟାଲ୍ ଓ ଅକ୍ସିଜେନ୍ ପ୍ଲାଂଟ୍କୁ ବିଦ୍ୟୁତ ଯୋଗାଣ କରିବା ଲାଗି ସ୍ୱତନ୍ତ୍ର ଟିମ୍ କାର୍ଯ୍ୟ କରିବ ।
No Result
View All Result