No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୩ ମଇ ରବିବାର ) କଳାହାଣ୍ଡି,କେସିଙ୍ଗା :- ପରମ ପୂଜ୍ୟ ଆଚାର୍ଯ୍ୟଶ୍ରୀ ମହାଶ୍ରମଣଜୀ ଙ୍କ ଶିଷ୍ୟ ମୁନିଶ୍ରୀ ଜିନେସ କୁମାରଙ୍କ ସାନିଧ୍ୟ ରେ କୁଡ଼ସୁଡ଼ ତେରାପଂଥ ଭବନରେ ମହାଶ୍ରମଣଙ୍କ ୧୨ ତମ ପଦାଭିଷେକ ଦିବସ ଅଭ୍ୟର୍ଥନା ରୁପେ ପାଳନ କରାଯାଇଛି । ଏହି ଅବସରରେ ମୁନିଶ୍ରୀ ଜିନେସ କୁମାର କହିଥିଲେ ଯେ ଭାରତୀୟ ସଂସ୍କୃତିରେ ଗୁରୁଙ୍କ ସର୍ବୋପରି ସ୍ଥାନ ଅଟେ । ଗୁରୁଙ୍କୁ ପାରସମଣୀର ଆଖ୍ୟା ଦିଆ ଯାଇଛି । ଆମେ ସୌଭାଗ୍ୟଶାଳୀ ଯେ ଆମକୁ ମହାଶ୍ରମଣ ଭଳି ଗୁରୁ ମିଳିଛି । ଆଚାର୍ଯ୍ୟଶ୍ରୀ ମହାଶ୍ରମଣ ଭାରତୀୟ ସଂସ୍କୃତିରେ ଉଜ୍ବଳ ନକ୍ଷତ୍ର ଅଟନ୍ତି । ଆଜିର ଦିନରେ ସେ ସରଦାରସହରରେ ଆଚାର୍ଯ୍ୟ ପଦ ଗ୍ରହଣ କରିଥିଲେ ।
ତାଙ୍କର କୁଶଳ ଶାସନ ସଙ୍ଘ ପାଇଁ ନିରନ୍ତର ଗତି ପ୍ରଗତି କରୁଅଛି । ଆଚାର୍ଯ୍ୟ ହେଲାପରେ ସଂଘକୁ ନୂଆ ନୂଆ ଅବଦାନ ଦେଇଛନ୍ତି । ସେ ଭିତରେ ଅହିଂସାଯାତ୍ରା , ଶନିବାର ସାମାୟିକ ପ୍ରମୁଖ ଅଟେ । ମହାଶ୍ରମଣ କୀର୍ତ୍ତିମାନ ର ଦେବତା ବୋଲି ମୁନି ପରମାନନ୍ଦ ପ୍ରକାଶ କରିଥିଲେ । ଏହି ଦିବସ ଉପଲକ୍ଷେ ମୁନି କୁଣାଲ କୁମାର ଏକ ସୁନ୍ଦର ଗୀତ ପରିବେଷଣ କରିଥିଲେ ଏହି ଅବସରରେ ଓଡ଼ିଶା ପ୍ରାନ୍ତୀୟ ସଭା ଅଧ୍ୟକ୍ଷ ମୁକେଶ ଜୈନ , ପୂର୍ବ ଅଧ୍ୟକ୍ଷ ଛତ୍ରପାଳ ଜୈନ , ଉପାଧ୍ୟକ୍ଷ ଗୋବିନ୍ଦ ଜୈନ , କୋଷାଧ୍ୟକ୍ଷ ସୁଦର୍ଶନ ଜୈନ , ସହ ସମ୍ପାଦକ ସୁନିଲ ଜୈନ ,
ମହାସଭା ପ୍ରଭାରୀ କେଶବ ନାରାୟଣ ଜୈନ , କୁଡ଼ସୁଡ଼ ଓ କୋତମରା ସଭା ଅଧ୍ୟକ୍ଷ ଜୟଭାଗବନ ଜୈନ , ସିନ୍ଧେକେଲା ସଭା ଅଧ୍ୟକ୍ଷ ମାଣିକ ଚନ୍ଦ ଜୈନ , ବୋରଡା ସଭା ପୂର୍ବ ଅଧ୍ୟକ୍ଷ ଜଗଦୀଶ ଜୈନ , ଇଶିକା ଜୈନ , ରାଜେଶ ଜୈନ , ସ୍ନେହା ଜୈନ , ଲବ୍ଧି ଜୈନ , ଖୁସି ଜୈନ ପ୍ରମୁଖ ଅଭିବନ୍ଦନା ଦିବସ ଉପରେ ମତବ୍ୟକ୍ତ କରିଥିଲେ । ମୁନିଶ୍ରୀ ପରମାନନ୍ଦ ମଞ୍ଚ ପରିଚାଳନା କରିଥିବାବେଳେ ଶୀତଳ ଜୈନ ସ୍ୱାଗତ ଗୀତ ପରିବେଷଣ କରିଥିଲେ ଓ ଯୁବକ ପରିଷଦ ସଭାପତି ମନୋଜ ଜୈନ ଧନ୍ୟବାଦ ଜ୍ଞାପନ କରିଥିଲେ ।
ଆଚାର୍ଯ୍ୟ ମହାଶ୍ରମଣ ଙ୍କ ପଦାଭିଷେକ ଦିବସ ଉପଲକ୍ଷେ ମୁନିଶ୍ରୀ ଜିନେସ କୁମାରଙ୍କ ପ୍ରେରଣା ତଥା ପ୍ରାନ୍ତୀୟ ସଭା ର ଉଦ୍ୟମରେ ପଶ୍ଚିମ ଓଡିଶାର ୪୫ କ୍ଷେତ୍ରର ଶ୍ରାବକ , ଶ୍ରାବିକା ଙ୍କ ଦ୍ଵାରା ଶନିବାର ଦିନ ୨୨୦୦ ରୁ ଅଧିକ ସାମୟିକ ପାଠ କରି ଗୁରୁଦେବ ଙ୍କୁ ଭେଟ ଦିଆଯାଇଥିଲା । ସାମୟିକ କୁ ସଫଳ କରିବାରେ ପ୍ରାନ୍ତୀୟ ସଭା ଅଧ୍ୟକ୍ଷ ମୁକେଶ ଜୈନ , ସଂଯୋଜକ ଗୋବିନ୍ଦ ଜୈନ ସମେତ ସମସ୍ତ ସଦସ୍ୟଙ୍କ ବିଶେଷ ଯୋଗଦାନ ରହିଥିଲା । (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ )
No Result
View All Result