No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୩ ମେ ରବିବାର ) ଦିଲ୍ଲୀ :- ଦିଲ୍ଲୀର ଏକ ଷ୍ଟାଡିୟରେ ଜଣେ ୨୩ ବର୍ଷ ବୟସ୍କ କୁସ୍ତିଯୋଦ୍ଧାଙ୍କୁ ହତ୍ୟା କରାଯିବା ଅଭିଯୋଗରେ ପୁଲିସ ଅଲିମ୍ପିକ୍ସ ବିଜେତା କୁସ୍ତିଯୋଦ୍ଧା ସୁଶିଲ କୁମାରଙ୍କୁ ଗିରଫ କରିଛି । ସୁଶିଲ ଅଲିମ୍ପିକ୍ସରେ ଦୁଇଥର ପଦକ ବିଜେତା ହୋଇଥିଲେ । ଛତ୍ରଶାଳ ଷ୍ଟାଡିୟମରେ ଚଳିତ ମାସ ୪ ତାରିଖରେ ୨୩ ବର୍ଷ ବୟସ୍କ ଜଣେ କୁସ୍ତିଯୋଦ୍ଧା ସାଗର ରାଣାଙ୍କୁ ହତ୍ୟା କରାଯାଇଥିଲା । ସେଥିରେ ସୁଶିଲ କୁମାର ଓ ଅନ୍ୟଜଣେ ସଂପୃକ୍ତ ଥିବା ଅଭିଯୋଗ ହୋଇଥିଲା । ଦିଲ୍ଲୀ ପୁଲିସ ପକ୍ଷରୁ ଏହି ମାମଲାରେ ସୁଶିଲ କୁମାର ଓ ତାଙ୍କ ସହଯୋଗୀଙ୍କୁ ଖୋଜାଯାଉଥିବା ବେଳେ ସେମାନେ ଫେରାର ଥିଲେ ।
ତେବେ ସେମାନଙ୍କୁ ଆଜି ସକାଳେ ଦକ୍ଷିଣ ପଶ୍ଚିମ ଦିଲ୍ଲୀର ମୁଣ୍ଡକା ଅଞ୍ଚଳରୁ ଗିରଫ କରାଯାଇଛି । ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଦିଲ୍ଲୀ ପୁଲିସ ସ୍ୱତନ୍ତ୍ର ପ୍ରକୋଷ୍ଠର ସହକାରୀ ଆରକ୍ଷୀ ଆୟୁକ୍ତଙ୍କ ଅଧୀନରେ ଆରକ୍ଷୀ ନିରୀକ୍ଷକ କରମବୀରଙ୍କ ନେତୃତ୍ୱରେ ଏକ ଦଳ ମୁଣ୍ଡକା ଅଞ୍ଚଳରେ ଚଢଉ କରି ସୁଶିଲ ଏବଂ ତାଙ୍କ ସହଯୋଗୀ ଅଜୟଙ୍କୁ ଗିରଫ କରିଥିଲେ ।
ପୁଲିସ କହିଛି ଯେ ଚଳିତ ମାସ ୪ ତାରିଖରେ ସାଗର ରାଣା ଏବଂ ତାଙ୍କର ଦୁଇବନ୍ଧୁଙ୍କ ଉପରେ ସୁଶିଲ କୁମାର ଏବଂ ତାଙ୍କ ସହଯୋଗୀମାନେ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ଗୁରୂତର ଆହତ ତିନିଜଣଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ହସପିଟାଲରେ ରାଣାଙ୍କର ମୃତ୍ୟୁ ଘଟିଥିଲା । ସୁଶିଲଙ୍କୁ ଧରାଇଦେବା ପାଇଁ ଦିଲ୍ଲୀ ପୁଲିସ ପକ୍ଷରୁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।
No Result
View All Result