No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ମଇ ଶୁକ୍ରବାର ) ପାଟଣାଗଡ଼ :- ସରକାର ପ୍ରତ୍ୟେକ ଜିଲ୍ଲାର ସଦର ମହକୁମା ସହର ଓ ବ୍ଳକ ଗୁଡିକ ରେ ବିଭିନ୍ନ ସରକାରୀ ସଭାସମିତି କରିବା ସହ ବିଭିନ୍ନ ସମୟରେ ସରକାରୀ ଉଚ୍ଚ କର୍ତ୍ତୃପକ୍ଷ ଏବଂ ମନ୍ତ୍ରୀ ଙ୍କ ଆଗମନ ହେଇଥାଏ । ଏହି ଆଗମନ ଅତିଥି ମାନଙ୍କୁ ଡ଼ାକବଙ୍ଗଳା ରେ କିଛି ସମୟ ବିତାଇବା ବିଶ୍ରାମ କରିବା ର ବ୍ୟବସ୍ଥା ରହିଥାଏ । ସେଠାକାର ପ୍ରଶାସନ ଡ଼ାକବଙ୍ଗଳା ର ରକ୍ଷଣାବେକ୍ଷଣ କରିବାର ଦାୟିତ୍ବ ନେଉଥିବା ର ସୁଚନା ରହିଛି । କେତେକ ଡାକବଙ୍ଗଳା ଗୁଡ଼ିକ ର ରକ୍ଷଣାବେକ୍ଷଣ ଅଭାବରୁ ଡ଼ାକବଙ୍ଗଳା ଟି ଅଳିଆ ଆବର୍ଜ୍ଜନା ରେ ପଡିରହିଥିବା ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ କି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ଠାରେ ଥିବା ଡ଼ାକବଙ୍ଗଳା ଟି ବେଲପଡା ପ୍ରଶାସନ ରକ୍ଷଣାବେକ୍ଷଣ ଅଭାବରୁ ଡ଼ାକବଙ୍ଗଳା କୋଠରୀ ପରିସର ଟି ମଦୁଆଙ୍କ ଆଡ୍ଡାସ୍ଥଳୀ ହେଉଛି । କୋଠରୀ ଭିତରେ ମଦ ପାଉଚ ।ବିଅର ବୁତଲ ଏବଂ ବିଭିନ୍ନ ପ୍ରକାରର ବିଦେଶୀ ମଦ ବୁତଲ ପଡ଼ିଥିବା ବେଳେ । ଡ଼ାକବଙ୍ଗଳା ଟି ବାହାର ଚର୍ତୁପାଶ୍ୱରେ ଅଳିଆ ଆବର୍ଜ୍ଜନା ରେ ପରିପୂର୍ଣ ହୋଇପଡ଼ିଛି ।
ବେଲପଡା ରେ ସରକାରୀ, ବେସରକାରୀ, ସ୍ଵେଚ୍ଛାସେବୀ ଅନୁଷ୍ଠାନ , ସାମାଜିକ ଅନୁଷ୍ଠାନ ତଥା, ବ୍ୟକ୍ତି ବିଶେଷ ଗଣ ଅନେକ ସମୟରେ ଜନସଚେତନ , ତାଲିମ ଶିବିର , ଏବଂ ଶୋକ ଭଲି କାର୍ଯ୍ୟ କ୍ରମ କରିଥାନ୍ତି । ହେଲେ କାର୍ଯ୍ୟ କ୍ରମ କରିବା କୈାଣସି ସୁବିଧା ନଥିବାରୁ ଘୋର ଅସୁବିଧା ଦେଖା ଯାଉଛି । ଅଳିଆ ଆବର୍ଜ୍ଜନା ରେ ଭରା ବେଲପଡା ଡ଼ାକବଙ୍ଗଳା ବୋଲି ଲୋକେ କୁହାକୁହି ହେଉଥିବା ଶୁଣିବାକୁ ମିଳିଛି । ବେଲପଡା ବ୍ଳକ ପ୍ରଶାସନ ଦୃଷ୍ଟି ଦେଇ ଡ଼ାକବଙ୍ଗଳା ରକ୍ଷଣାବେକ୍ଷଣ କରିବାକୁ ସାଧାରଣ ରେ ଦାବି ହେଉଛି ।(ପାଟଣାଗଡ଼/ଗୋରେଖନାଥ ବରିହା )
No Result
View All Result