No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ମଇ ଗୁରୁବାର ) ବାଙ୍କୀ :- ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକ ହରିରାଜପୁର ପଂଚାୟତ ରେ ଏ ପର୍ଯ୍ୟନ୍ତ ୧୫ଜଣ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇ ପିଡିତ ହେଲେଣି । ବର୍ତ୍ତମାନ ୫ଜଣ ପିଡିତ ନିଜ ଘରେ ସଂଗରୋଧରେ ରହୁଛନ୍ତି । ଏହି ବ୍ୟକ୍ତିମାନେ ଗ୍ରାମର ଅଧିକ ଲୋକମାନଙ୍କ ସହିତ ମିଳାମିଶା କରୁଛନ୍ତି । ଯାହା ଫଳରେ ପଂଚାୟତରେ ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ପଂଚାୟତ ବାସୀଙ୍କ ହିତ ପାଇଁପଂଚାୟତକୁ ଆଜି ୨୦ତାରିଖ ସନ୍ଧ୍ୟା ୬ଘଟିକା ଠାରୁ ଆସନ୍ତା ୨୩ତାରିଖ ରାତି ୯ପର୍ଯ୍ୟନ୍ତ ପଂଚାୟତର ସମଗ୍ର ଅଂଚଳକୁ ମାଇକ୍ରୋ କଣ୍ଟେନ୍ମେଣ୍ଟ୍ ଜୋନ୍ ଭାବେ ସ୍ଥାନୀୟ ସରପଂଚ ଦେବସ୍ମୀତା ସେଠୀ ଘୋଷଣା କରିଛନ୍ତି ।
ଏହି ସମୟ ଭିତରେ ଗ୍ରାମ ପଂଚାୟତ ଭିତରକୁ କୌଣସି ବାହରଲୋକ ପ୍ରବେଶ କରିପାରିବେ ନାହିଁ କିମ୍ବା ପଂଚାୟତର ଲୋକମାନେ ଗ୍ରାମବାହାରକୁ ଯାଇ ପାରିବେ ନାହିଁ । ପଂଚାୟତ ଭିତରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଉଥିବା ଦୋକାନ ବ୍ୟତିତ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ । ଛକ ଯାଗା , କ୍ଲବ ଘର, କୋଠ ଘର ପାଖରେ କେହି ଅଯଥାରେ ଗହଳି କରିପାରିବେ ନାହିଁ । ଯେଉଁ ବ୍ୟକ୍ତିମାନଙ୍କର ଥଣ୍ଡା, କାଶ, ଜ୍ୱର, ଛିଙ୍କ ଆଦି ଲକ୍ଷଣ ଦେଖାଯାଉଛି ସେମାନେ ତୁରନ୍ତ ଡାକ୍ତରଖାନା ଯାଇ କରୋନା ଟେଷ୍ଟ୍ କରିବା ସହ ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ସୁରକ୍ଷୀତ ରୁହନ୍ତୁ ବୋଲି ସରପଂଚ ଶ୍ରୀମତୀ ସେଠୀ ଅନୁରୋଧ କରିଛନ୍ତି । (ରିପୋର୍ଟ ଗୌତମ ମିଶ୍ର )
No Result
View All Result