No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ମଇ ଗୁରୁବାର ) ବାଙ୍କୀ :- ବାଙ୍କୀ ଓକିଲ ସଂଘର ପୂର୍ବତନ ସଭାପତି ଗଗନ ବିହାରୀ ପଣ୍ଡାଙ୍କର (୭୬) ଆଜି ସନ୍ଧ୍ୟାରେ ତାଙ୍କ ବେଦପୁର ବାସଭବନ ଠାରେ ପରଲୋକ ଘଟିଛି । କିଛି ଦିନ ତଳେ ସେ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ତାଙ୍କର ଡାହଣ ଗୋଡ ଭାଙ୍ଗି ଶଯ୍ୟାଶାୟୀଥିଲେ । ପରେ ତାଙ୍କର ବ୍ରେନଷ୍ଟ୍ରୋକ୍ ହେବାରୁ ସେ କୋମା ଅବସ୍ଥାରେ ଥିଲେ । ଅବସ୍ଥା ଗୁରୁତର ହେବାରୁ ଆଜି ସନ୍ଧ୍ୟାରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ଗ୍ରାମ୍ୟଶ୍ମଶାନରେ ତାଙ୍କର ଶବସତ୍କାର କରାଯାଇଛି ।
ବଡପୁଅ ଅମୀତାଭ ପଣ୍ଡା ମୁଖାଗ୍ନି ପ୍ରଦାନ କରିଥିଲେ । ବାଙ୍କୀ ଓକିଲ ସଂଘର ସଭାପତି ଗୌରୀଶଙ୍କର ନନ୍ଦ, ସଂପାଦକ ବିଶ୍ୱଜିତ୍ ପଣ୍ଡା, ଉପସଭାପତି ସନ୍ତୋଷ କୁମାର ରଣା, ସହ ସଂପାଦକ ସୁବାଶିଷ ମହାପାତ୍ର, ଧର୍ମପ୍ରସାଦ ମଙ୍ଗରାଜ, ପୂର୍ବତନ ସଭାପତି ସୁବାସ ଚନ୍ଦ୍ର ମିଶ୍ର, ବକ୍ସି ସୁଧାଂଶୁ ରଞ୍ଜନ ପଟ୍ଟନାୟକ, ସନ୍ତୋଷ ମିଶ୍ର,ଶ୍ରୀନିବାସ ମହାପାତ୍ର , ପ୍ରେସକ୍ଲବ ସଭାପତି ବଳଭଦ୍ର ପଣ୍ଡା, ଉପସଭାପତି ସମରେନ୍ଦ୍ର ମହାପାତ୍ର, ସଂପାଦକ ସୁବାସ ଚନ୍ଦ୍ର ପାଢୀ, ବରିଷ୍ଠ ସାମ୍ବାଦିକ ଜ୍ଞାନେନ୍ଦ୍ର ମୋହନ ମିଶ୍ର ,ସାମ୍ବାଦିକ ଗୌତମ ମିଶ୍ର, ଆଶିଷ କୁମାର ମହାପାତ୍ର, ଆଇନଜୀବୀ ପ୍ରଦୀପ ପୃଷ୍ଟି, କୈଳାସ ମହାପାତ୍ର, ଅଜୟ ପଟ୍ଟନାୟକ ପ୍ରଭୃତି ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ସ୍ୱର୍ଗତ ପଣ୍ଡା ବାଙ୍କୀ ଏନ୍.ଏ.ସିର ପୂର୍ବତନ କାଉନସିଲର, ଗୃହନିର୍ମାଣ ସେବାସମବାୟ ସମିତିର ସଭାପତି , ବାଙ୍କୀ ଭୂବନ୍ଧକ ବ୍ୟାଙ୍କର ନିର୍ଦ୍ଦେଶକ, ବାଙ୍କୀ କ୍ରେଡିଟ୍ କୋ ଅପରେଟିଭ୍ ବ୍ୟାଙ୍କର ନିର୍ଦ୍ଦେଶକ ଭାବେ ସୂଚାରୁ ରୂପେ କାର୍ଯ୍ୟ କରିଥିଲେ । ତାଙ୍କର ବିୟୋଗରେ ବାଙ୍କୀରେ ଶୋକର ଛାୟା ଖେଳିଯିବା ସହ ଓକିଲ ସଂଘ , ପ୍ରେସକ୍ଲବ ତଥା ବହୁ ଅନୁଷ୍ଠାନ ତରଫରୁ ଶୋକ ବ୍ୟକ୍ତ କରାଯାଇଛି ।ବାଙ୍କୀ ବିଜେପି ବିଧାୟକ ପ୍ରାଥୀ ଶୁଭ୍ରାଂଶୁ ମୋହନ ପାଢ଼ୀ ଶୋକ ପ୍ରକାଶ କରିବା ସହ ମା ଚର୍ଚ୍ଚିକା ଙ୍କ ପାଖରେ ତାଙ୍କର ଆତ୍ମା ଶାନ୍ତି ପାଇଁ ପ୍ରାଥନା କରିଥିଲେ ।(ରିପୋର୍ଟ ଗୌତମ ମିଶ୍ର )
No Result
View All Result