No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ମେ ଗୁରୁବାର) କଳାହାଣ୍ଡି :- ନର୍ଲା ବ୍ଲକ ଅନ୍ତର୍ଗତ ଖଇରମାଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସ୍ଵର୍ଗତ ତୁମେଶ୍ଵର ମାଝୀ କିଛି ଦିନ ତଳେ କରୋନାରେ ପ୍ରାଣ ହରାଇଥିଲେ । ଏହି ପରିପ୍ରେକ୍ଷୀରେ ଖଇରମାଲ କ୍ଳଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏକଜୁଟ ହୋଇ ଆର୍ଥିକ ସହାୟତାର ହାତ ବଢ଼ାଇଥିଲେ । ସ୍ୱର୍ଗତ ମାଝୀଙ୍କ ପରିବାର ଲୋକଙ୍କୁ ସମାଵେଦନା ଜ୍ଞାପନ କରିଵା ସହ ୧୭୫୦୦ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଶିକ୍ଷକ ମାନଙ୍କ ମଧ୍ୟରୁ ଟଙ୍କଧର ନିହାଳ, ସୁବାଷ ମାଝୀ,ଅମର ସିଂ ମାଝୀ,

ସତ୍ୟ ନାରାୟଣ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ପ୍ରକାଶ ଥାଉ କି ଯେ ସ୍ଵର୍ଗତ ମାଝୀଙ୍କ ଗୋଟିଏ ପୁଅ ଗୋଟିଏ ଝିଅ ଥିବା ବେଳେ ପୂର୍ବରୁ ତାଙ୍କ ସ୍ତ୍ରୀ ପୁଅ ଜନ୍ମ କରି ମୃତ୍ୟୁ ବରଣ କରିଥିଲେ।ପରେ ସ୍ଵର୍ଗତ ମାଝୀଙ୍କ ବାପା ଵି ମୃତ୍ୟୁ ବରଣ କରିଥିଲେ । ବର୍ତ୍ତମାନ ବାପ ମାଁ ଛେଉଣ୍ଡ ପିଲା ତାଙ୍କ ଜେଜେ ମାଁ ପାଖରେ ରହୁଛନ୍ତି। ସ୍ଵର୍ଗତ ମାଝୀ ଶିକ୍ଷକତା କରି ପରିବାର ପୋଷଣ କରୁଥିଲେ ବର୍ତ୍ତମାନ ଦୁଇ କୁନି ଛୁଆ ବେସାହାରା ହୋଇ ଯାଇଛନ୍ତି ବୋଲି ତାଙ୍କ ଜେଜେ ମାଁ ପ୍ରକାଶ କରିଛନ୍ତି । (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)
No Result
View All Result