No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ମଇ ଗୁରୁବାର ) ଭୁବନେଶ୍ୱର :- ବାଙ୍କୀ :- ଭର୍ଚୁଆଲ ମୋଡ଼ ରେ କଟକ ସଂସାଦ ଭତୃହରି ମହତାବ ଜିଲ୍ଲା ର କରୋନା ସ୍ଥିତି ସମ୍ପର୍କରେ ପ୍ରଶାସନିକ ଅଧିକାରୀ, ସ୍ୱାସ୍ଥ୍ୟ ଅଧିକାରୀ ,ମନ୍ତ୍ରୀ ଓ ବିଧାୟକ ଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ।ଏହା ପୂର୍ବରୁ ସାଂସଦ ମହତାବ କଟକ ଜିଲ୍ଲା ପ୍ରଶାସନ ସହ ଗତ ୧୬ତାରିଖ ରେ ଭର୍ଚୁଆଲ ମୋଡ଼ ବୈଠକ କରିଥିଲେ।ଆଜିର ବୈଠକ କୁ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ପରିଚଳନା କରି ଜିଲ୍ଲା ର କରୋନା ସ୍ଥିତି ସମ୍ପର୍କରେ ସମସ୍ତ ଙ୍କୁ ଅବଗତ କରାଇ ଥିଲେ। ବୈଠକ ରେ ଆଶା କର୍ମୀ ମାନେ ଚଳିତ ମାସ ୨୪ ତାରିଖ ରୁ ପ୍ରତ୍ୟେକ ଘର ଘର ବୁଲି ଯେଉଁ ଲୋକଙ୍କ ଠାରେ କରୋନା ଲକ୍ଷଣ ଦେଖା ଯାଉଛି ସେମାନଙ୍କୁ ସ୍ୱାବ ପରୀକ୍ଷା କେନ୍ଦ୍ର କୁ ସ୍ୱାବ ପରୀକ୍ଷା କରେଇବା ପାଇଁ ପଠେଇବା କୁ ଚେଷ୍ଟା କରେଇବା ପ୍ରତି ଗୁରୁତ୍ୱ ଦେବା ସହ କିପରି ଅଧିକ ସ୍ୱାବ ସଂଗ୍ରହ କରିହେବ ଯାହା ଫଳରେ କରୋନ ସ୍ଥିତି କୁ ନିୟନ୍ତ୍ରଣ କରିହେବ ତାହା ଆଲୋଚନା ହେବା ସହ ଆଶା କର୍ମୀ ମାନଙ୍କୁ ଥର୍ମାଲ ସ୍କାନର ଓ ଅକ୍ସି ମିଟର ,ସାନିଟାଇଜର, ପିପିକିଟ ବିଧାୟକ ମାନେ ସେମାନଙ୍କ ବିଧାୟକ ପାଣ୍ଠି ରୁ ଯୋଗେଇ ଦେବା ପାଇଁ ଆଲୋଚନା କରାଯାଇଥିଲା ।
କରୋନା ପ୍ରତିଷେଧକ ଟୀକା କରଣ କଟକ ମୁନିସପାଲଟି ରେ ଯେପରି ସୁଚାରୁ ରୁପେ ଚାଲିଛି ସେହି ପ୍ରକାର ଗ୍ରାମାଞ୍ଚଳରେ ଶାନ୍ତି ଶୃଙ୍ଖଳା ରେ କିପରି ଟିକା କରଣ କରାଯିବ ସହ ଅନଲାଇନ ମାଧ୍ୟମରେ ଗ୍ରାମାଞ୍ଚଳ ଲୋକେ କିପରି ଟିକା କରଣ ନିମନ୍ତେ ପଞ୍ଜି କରଣ କରିପାରିବେ ସେ ସମ୍ପର୍କରେ ବିଶେଷ ଭାବେ ଆଲୋଚନା କରାଯାଇଥିଲା।ଆଶା ଓ ଅଙ୍ଗନବାଡ଼ି କର୍ମୀ ମାନେ ପ୍ରତି ଘର ଘର ବୁଲି ଲୋକ ମାନଙ୍କୁ ଅନଲାଇନ ଟିକା କରଣ ସମ୍ପର୍କରେ ସଚେତନ କରେଇବା ଆବଶ୍ୟକ ବୋଲି ଆଲୋଚନା କରାଯାଇଥିଲା।ଯେଉଁ ମାନେ ପ୍ରଥମ ପାଳି ଟିକା ନେଇଛନ୍ତି ସେହି ବ୍ୟକ୍ତି ମାନେ କେବେ ଦୂତୀୟ ପାଳି ଟିକା କରଣ କରିବେ ସେ ନେଇ ଅନେକ ଙ୍କ ମନରେ ନାନା ସଙ୍କା ଦେଖା ହେଇଛି କେହି କେହି ଜାଣି ପାରୁନାହାନ୍ତି ସେ ସମ୍ପର୍କରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ପକ୍ଷରୁ ଖୁବ ଶୀଘ୍ର ସ୍ପଷ୍ଟୀକରଣ ପ୍ରକାଶ ପାଇବ ବୋଲି ଆଲୋଚନା ରେ ଜିଲ୍ଲାପାଳ ଶ୍ରୀ ଚଇନି ସମସ୍ତ ଙ୍କୁ ଜଣେଇଥିଲେ।ଅକ୍ସିଜେନ ପ୍ଲାଣ୍ଟ ଆଚାର୍ଯ୍ୟ ହରିହର କ୍ୟାନ୍ସର ଚିକିତ୍ସାଲୟ ରେ ଯେପରି କାର୍ଯ୍ୟ କରୁଛି ସେହିପରି ଏସିବି ଚିକିତ୍ସାଲୟ ପରିସରରେ ଅକ୍ସିଜେନ ପ୍ଲାଣ୍ଟ ଦ୍ରୁତ ଗତି ରେ ଖୁବ ଶୀଘ୍ର କାର୍ଯ୍ୟ ସମ୍ପୂର୍ଣ୍ଣ କରି ପ୍ରଚୁର ପରିମାଣର ଅକ୍ସିଜେନ ଜିଲ୍ଲା ରେ ମହଜୁଦ କରେଇବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା ।
ଏଥି ସହ କରୋନା ସଂକ୍ରମିତ ବ୍ୟକ୍ତି ଚିକିତ୍ସିତ ହେବା ପାଇଁ କଟକ ରେ କେତେକ ନିଧିଷ୍ଟ କୋଭିଡଚିକିତ୍ସାଲୟ ଅଛି ସେସବୁ ଚିକିତ୍ସା ଲୟ ରେ ହେଲ୍ପ ଡେ଼କ୍ସ କୁ ଆହୁରି ସୁବିଧା କରଣ କରିବା ସହ ଚିକିତ୍ସିତ ହେଉଥିବା ଆକ୍ରାନ୍ତ ଙ୍କ ସମ୍ପର୍କୀୟ ଫୋନ କଲେ ସଠିକ ତଥ୍ୟ ଦେବା ସହ ଯଦି ଆବଶ୍ୟକ ହୁଏ ତେବେ ସେମାନଙ୍କ ଙ୍କ ସହ କଥା କରେଇବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା।ଉକ୍ତ କୋଭିଡ ଚିକିତ୍ସାଲୟ ମାନଙ୍କ ରେ ସି ଟି ସ୍କାନର ରହିବା ଆବଶ୍ୟକ।ଅତ୍ୟନ୍ତ ଆବଶ୍ୟକ ହେଲେ ଆକ୍ରାନ୍ତ ଙ୍କ ସିଟି ସ୍କାନ କରେଇଲେ କଣ କଣ ଅସୁବିଧା ଅଛି ଜଣାଯାଇପାରିବ ଓ ଡାକ୍ତର ସୁବିଧା ରେ ଚିକିତ୍ସା କରିପାରିବେ ବୋଲିବୈଠକରେ ଭାଗ ନେଇଥିବା ବହୁ ସ୍ୱାସ୍ଥ୍ୟ ଅଧିକାରୀ ପ୍ରକାଶ କରିଥିଲେ।ପରିଶେଷରେ କୋଭିଡ ରେ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତି ଙ୍କୁ ସମ୍ମାନ ସହକାରେ କୋଭିଡ ସଂସାନ ରେ ଦାହ କରେଇବା ପାଇଁ ଆଲୋଚନା କରାଯାଇ ଥିଲା ।
ଏହି ଭାରଚୁଆଲ ମୋଡ଼ ବୈଠକରେ କେନ୍ଦ୍ରାପଡା ସାଂସଦ ଅନୁଭଵ ମହାନ୍ତି, ରାଜ୍ୟ ସଭା ସାଂସଦ ସୁବାସ ସିଂ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ବିଧାୟକ ମହମ୍ମଦ ମୁକିମ,ବିଧାୟକ ପ୍ରଫେସର ପ୍ରମୋଦ ମଲ୍ଲିକ,ଆଞ୍ଚଳିକ କମିଶନର ଅନୀଲ ସାମଲ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ଛୋଟରାୟ, ସିଏମସି କମିଶନର ଅନନ୍ୟା ଦାସ,ଜିଲ୍ଲା କୋଭିଡ ପରିଚାଳକ ଉମେଶ ରାୟ,ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା,ଆଠଗଡ଼ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି, କଟକସଦର ଉପଜିଲ୍ଲାପାଳ ପ୍ରତାପ ବେଉରା,କଟକ ଜିଲ୍ଲାର ୧୪ ଗୋଟି ବ୍ଲକ ର ବିଡ଼ିଓ, ତହସିଲଦାର, ମେଡ଼ିକାଲ ଅଫିସର ଭାଗ ନେଇଥିଲେ।ସାଂସଦ ମହତାବ ଜିଲ୍ଲା ର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ସହ ସ୍ୱାସ୍ଥ୍ୟ କେନ୍ଦ୍ର ରେ କିପରି କୋଭିଡ ପରିଚାଳନା ଅଧିକ ସୁବିଧା କରଣ କରିହେବ ଓକୋଭିଡ ପରିଚାଳନା ରେ କଣ କଣ ସମସ୍ୟା ହେଉଛି ତାହା ପଚାରି ବୁଝିଥିଲେ।କିପରି ଜିଲ୍ଲା ରେ କରୋନା କୁ ଚେକ ଦିଆଯିବ ସେ ସମ୍ପର୍କରେ ଉପସ୍ଥିତ ସମସ୍ତେ ଆଲୋଚନା କରିଥିଲେ। (ରିପୋର୍ଟ ଗୌତମ ମିଶ୍ର )
No Result
View All Result