No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୯ ମଇ ବୁଧବାର ) ଭୁବନେଶ୍ୱର :- ବଙ୍ଗୋପସାଗରରେ ବଳ ଗୋଟାଉଛି କି ଆଉ ଏକ ସାମୁଦ୍ରିକ ଝଡ । କିନ୍ତୁ ଭିନ୍ନ ଭିନ୍ନ ପାଣିପାଗ ସଂସ୍ଥ ଭିନ୍ନ ଭିନ୍ନ ଆକଳନ କରିଛନ୍ତି। ସମସ୍ତେ ଅନୁମାନ କରିଛନ୍ତି ମେ ୨୩ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ଯାହାର ନାମ ୟସ୍। ଆସନ୍ତା ୨୩ ତାରିଖ ବେଳକୁ ଏହା ଘନୀଭୂତ ହୋଇ ୨୪ ତାରିଖ ବେଳକୁ ଲଘୁଚାପ କିମ୍ବା ଅବପାତର ରୂପ ନେଇପାରେ। ୨୫ ତାରିଖ ପରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହା ଘନୀଭୂତ ହୋଇ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଆଡକୁ ମୁହାଁଇବ। ମାତ୍ର ଏହା ଉପକୂଳ ଆସିବା ପୂର୍ବରୁ ଦୁର୍ବଳ ହୋଇଯିବା ସମ୍ଭାବନା ରହିଛି।
୨୫ ତାରିଖରେ ବାତ୍ୟାରେ ପରିଣତ ହେବା ନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ପାରାଦ୍ୱୀପଠାରୁ ଦୀଘା ମଧ୍ୟରେ ଏହା ସ୍ଥଳଭାଗ ଅତିକ୍ରମ କରିବ ବୋଲି ସ୍କାଏ ମେଟ୍ ଆକଳନ କରିଛି। ଭାରତୀୟ ପାଣିପାଗ ବିଭାଗ ଏହି ଘୂର୍ଣ୍ଣିଝଡ ସୁନ୍ଦରବନରେ ସ୍ଥଳଭାଗ ଛୁଇଁ ବାଂଲାଦେଶ ମୁହାଁଇବ ବୋଲି ପୂର୍ବାନୁମାନ କରିଛନ୍ତି। ଏହି ବାତ୍ୟା ଓଡ଼ିଶା ଉପରେ କେତେ ପ୍ରଭାବ ପକାଇବ ତାହା ସ୍ପଷ୍ଟ ହୋଇ ନଥିଲେ ହେଁ ଉପକୂଳ ଓଡ଼ିଶା ଓ ଉତ୍ତର ଓ଼ଡ଼ିଶା ଏହାଦ୍ୱାରା ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ସ୍ଥିତି ଉପରେ ତୀଜ୍ଞଣ ନଜର ରଖାଯାଇଥିବା କହିଛି ଆଇଏମ୍ଡି। ସ୍କାଏ ମେଟ୍ର ପୂର୍ବାନୁମାନ ଅନୁସାରେ ସାମୁଦ୍ରିକ ଝଡ ୟସ୍ ମିଆଁମାର ଆଡେ ଗତି କରୁଛି। ତେବେ ଭାରତ ଉପକୂଳରେ ପଭାବ ପକଇବ ନାହିଁ ବୋଲି ଆକଳନ କରାଯାଇଛି।
No Result
View All Result