No Result
View All Result

ଓଡ଼ିଶା ତାଜା ନ୍ୟୁଜ (୧୮ ମେ ମଙ୍ଗଳବାର ) ବାଙ୍କୀ :- ରାଜ୍ୟ ବିଜୁ ଛାତ୍ର ଜନତାଦଳ ସଭାପତି ତଥା ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ବାଙ୍କୀ ଓ ଡମପଡା ବିଜୁ ଛାତ୍ରଜନତାଦଳ ପକ୍ଷରୁ ଆଜି ବାଙ୍କୀ ବ୍ଲକର ୧୫ ଗୋଟି ଓ ଡମପଡା ବ୍ଲକ ର ୧୩ ଗୋଟି ପଞ୍ଚାୟତ ରେ କୋଭିଡ୍ ସଂକ୍ରମରରେ ଚିହ୍ନିତ ହୋଇଥିବା ଲୋକଙ୍କୁ ଶୁଖିଲା ଖାଦ୍ୟା, ମାସ୍କ, ସାବୁନ୍ ବଣ୍ଟନ କରିଥିଲେ । ଡମପଡା ବ୍ଲକ ବିଜେଡି ଛାତ୍ର ସଭାପତି ଗୌରବ ବଳିୟାର ସିଂ ,

ଜ୍ଞାନରଞ୍ଜନ ବଳିୟାର ସିଂ ,ବଳରାମ ମିଶ୍ର, ରାଜେଶ କୁମାର ରାଉତ ଓ ବାଙ୍କୀ ବ୍ଲକ ରେ ବିଜେଡି ଛାତ୍ର ସଭାପତି ଜିତେନ୍ଦ୍ର କୁମାର ପଲେଇ ଙ୍କ କର୍ମକର୍ତା ଓ ଉଭୟ ବ୍ଲକ ର ବିଭିନ୍ନ ପଞ୍ଚାୟତ ବିଜେଡି ଛାତ୍ର କର୍ମକର୍ତା ଙ୍କ ସହ ମିଶି କୋଭିଡ ଆକ୍ରାନ୍ତ ଙ୍କ ଘର ଘର ବୁଲି ଶୁଖିଲା ଖାଦ୍ୟା, ମାସ୍କ, ସାବୁନ୍ ବଣ୍ଟନ କରିଥିଲେ ।ବିଧାୟକ ଦେବୀରଞ୍ଜନ ଙ୍କ ବାର୍ତା କରୋନା ଆକ୍ରାନ୍ତ ଙ୍କୁ ଘୁଣା ଓ ବାଛନ୍ଦ ନକରି ସେମାନେ କିପରି ଆରୋଗ୍ୟ ଲାଭ କରିବେ ଓ ସେମାନଙ୍କର ମନ ବଳ ବଢ଼େଇ ବା ଆବଶ୍ୟକ ସେଥି ପ୍ରତି ଯତ୍ନବାନ ସମସ୍ତ ଗ୍ରାମବାସୀ ହେବା ଆବଶ୍ୟକ ।

ଆଶା ଓ ସ୍ୱାସ୍ଥ୍ୟ କର୍ମୀ ଙ୍କୁ ଆକ୍ରାନ୍ତ ଙ୍କ ସ୍ୱାସ୍ଥ୍ୟ ଦୈନିକ ପରୀକ୍ଷା କରେଇବା ସହ ସହଯୋଗ ପାଇଁ ପ୍ରୟାସ କରିବା ଆବଶ୍ୟକ।ସମସ୍ତ ଙ୍କୁ ମାକ୍ସ ପିନ୍ଧବା ପାଇଁ ପଣ କରେଇବା ପାଇଁ ବିଧାୟକ ତ୍ରିପାଠୀ ଅନୁରୋଧ କରିଥିଲେ।କ ରୋନା ହାରିବ ବାଙ୍କୀ ଯିତିବଏହି ଭାବ ରଖିବା ପାଇଁ ସମସ୍ତେ ପ୍ରୟାସ କରିବା ଆବଶ୍ୟକ ବୋଲି ଛାତ୍ର ବିଜେଡି କର୍ମୀ ଗାଁ ଗାଁ ରେ ବୁଝାଉଥିଲେ। (ରିପୋର୍ଟ ଗୌତମ ମିଶ୍ର)
No Result
View All Result