No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୭ ମଇ ସୋମବାର ) ବାଙ୍କୀ :- ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକ ଗୟଳବାଙ୍କ ଗ୍ରାମର ସ୍ୱର୍ଗତ ଦିବାକର ସିଂ ଙ୍କର ୩୦ବର୍ଷର ପୁତ୍ର ସୂର୍ଯ୍ୟଭାନୁ ସିଂଙ୍କର ଆଜି କରୋନାରେ ମୃତ୍ୟୁ ହୋଇଯାଇଛି । ସୂଚନା ଯୋଗ୍ୟ ଦିବାକର ସିଂ ଓ ତାଙ୍କ ପତ୍ନୀ ,ପୁତ୍ର ସୂର୍ଯ୍ୟଭାନ୍ ଗତ ୩ତାରିଖ ଦିନ ଭୁବନେଶ୍ୱରରେ ସ୍ୱାବ୍ ପରୀକ୍ଷା ପରେ କରୋନା ପଜିଟିଭ୍ ଚିହ୍ନଟ ହୋଇ ଭୁବନେଶ୍ୱରସ୍ଥ ନୀଳାଚଳ ଡାକ୍ତର ଖାନାରେ ଚିକିତ୍ସୀତ ହେଉଥିଲେ । ୮ତାରିଖ ଦିନ ଦିବାକର ସିଂଙ୍କର କରୋନାରେ ମୃତ୍ୟୁ ହୋଇଥିଲା । ଏହା ପରେ ତାଙ୍କ ପତ୍ନୀ ଓ ପୁତ୍ରକୁ ହାଇଟେକ୍ ମେଡିକାଲକୁ ନୀଳାଚଳ ମେଡିକାଲରୁ ସ୍ଥାନାନ୍ତର କରାଯାଇଥିଲା ।
ଆଜି ସୂର୍ଯ୍ୟଭାନଙ୍କର ହାଇଟେକ୍ ମେଡିକାଲ କଲେଜରେ ପରଲୋକ ଘଟିଛି । ତାଙ୍କ ମୃତ ଶରୀରକୁ ବି.ଏମ୍.ସି ସହାୟତାରେ ସତ୍ୟନଗର ଶ୍ମଶାନରେ ସତ୍କାର କରାଯାଇଛି ଏବଂ ତାଙ୍କ (ସୂର୍ଯ୍ୟଭାନୁ) ମାତା ହାଇଟେକ୍ ମେଡିକାଲରେ ଚିକିତ୍ସା ଧିନ ଥାଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଦିବାକରଙ୍କ ବୃଦ୍ଧମାତା ନିଜ ଘରେ ଥିବା ବେଳେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଚିକିତ୍ସା ହେବାପରେ ତାଙ୍କୁ ଗାଁକୁ ଅଣାଯାଇଥିଲା । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପୁନର୍ବାର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା ।
ଯାହା ଫଳରେ ଗତ ୧୩ତାରିଖରେ ଦିବାକରଙ୍କ ବୃଦ୍ଧ ମାତା ମାଳତି ସିଂଙ୍କର କରୋନାରେ ସଂକ୍ରମିତ ହୋଇ ପରଲୋକ ଘଟିଥିଲା । ସୁର୍ଯ୍ୟଭାନର ପତ୍ନୀ ବର୍ତ୍ତମାନ ଗୋଟିଏ ୬ମାସର ପୁଅ ସହିତ ନିଜ ବାପ ଘରେ ରହୁଛନ୍ତି । ଗୋଟିଏ ପରିବାରରୁ କରୋନାରେ ୩ଜଣଙ୍କର ମୃତ୍ୟୁ ହେବାକୁ ନେଇ ସେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ଏବଂ ଏହା ଦୁଃଖଦ ଘଟଣା ବୋଲି ଜନସାଧାରଣ ପ୍ରକାଶ କରିଛନ୍ତି । (ରିପୋର୍ଟ ଗୌତମ ମିଶ୍ର)
No Result
View All Result