No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୭ ମଇ ସୋମବାର ) ବାଙ୍କୀ :- କଟକ ଜିଲ୍ଲାର ଚଳିତ ବର୍ଷ ପ୍ରଥମ ଧାନମଣ୍ଡି ଆଜି ଡମପଡ଼ା ବ୍ଲକ କୁଶପଙ୍ଗି ସମବାୟ ସମିତି ପକ୍ଷରୁ ଖୋଲାଯାଇଛି । କଟକ ଡିଭିଜନ୍ ସମବାୟ ବିଭାଗ ଡେପୁଟି ରେଜିଷ୍ଟାର ଲକ୍ଷ୍ମୀଧର ସୁବୁଦ୍ଧି ଏହି ମଣ୍ଡିକୁ କୋଭିଡ କଟକଣା ମଧ୍ୟରେ ଉଦ୍ଘାଟନ କରିଥିଲେ । କଟକ ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ ଜ୍ଞାନରଞ୍ଜନ ମିଶ୍ର, ବାଙ୍କୀ ସମବାୟ ସର୍କଲ ସହକାରୀ ନିବନ୍ଧକ ଜ୍ୟୋର୍ତିରଞ୍ଜନ ସେଠୀଙ୍କ ଉପସ୍ଥିତିରେ ଏହି ଧାନମଣ୍ଡି ଖୋଲାଯାଇଛି ।
ଆଜି ୪୫୦କ୍ୱିଣ୍ଟାଲ୍ ଧାନ ସଂଗ୍ରହ ପାଇଁ ୧୪ଜଣ ଚାଷୀଙ୍କୁ ଟୋକନ ପ୍ରଦାନ କରାଯାଇଛି । ସମିତି ସଂପାଦକ ରମେଶ ଚନ୍ଦ୍ର ନାୟକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଚଳିତ ବର୍ଷ ରବିମଣ୍ଡିରେ କୁସୁପଙ୍ଗି ଓ ଗୋବିନ୍ଦପୁର ଗ୍ରାମପଂଚାୟତରେ ୧୨ହଜାର କ୍ୱିଣ୍ଟାଲ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ସମିତି ସଂପାଦକ ପ୍ରକାଶ କରିଛନ୍ତି ।(ରିପୋର୍ଟ ଗୌତମ ମିଶ୍ର)
No Result
View All Result