ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍)(ନି.ପ୍ର) :- ଗରୀବ ଶ୍ରେଣୀର ଝିଅ ଟପ୍ପର ହୋଇଥିବା ଦେଖିବାକୁ ମିଳିଛି। ସାରା ଓଡିଶା ରେ ଦଶମ ପରୀକ୍ଷା ରିଜଲ୍ଟ ବାହାରିଥିବା ବେଳେ ଗଜପତି ଜିଲ୍ଲା ର ପାସ୍ ହାର ଏକ ନମ୍ବର ରହିଛି । ଜିଲ୍ଲା ରେ ମାତ୍ର ୬ ଜଣ ଏ ୱାନ୍ ଗ୍ରେଡ଼ ରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେଥି ମଧ୍ୟରୁ ଜଣେ ଗରିବ ଶ୍ରେଣୀର ଝିଅ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ଆର୍ ଉଦୟଗିରୀ ବ୍ଲକ ଛେଳିଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ର ଲକ୍ଷ୍ମୀ ରାଣୀ ପାଣି ୫୪୦ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ବାପା ଧର୍ମେନ୍ଦ୍ର ପାଣି ପାଞ୍ଚ ବର୍ଷ ବୟସରେ ଲକ୍ଷ୍ମୀ ଙ୍କୁ ଛାଡି ଚାଲି ଯାଇଥିଲା। ସେବେଠାରୁ ଲକ୍ଷ୍ମୀ ଙ୍କ ମା ଭୁବନେଶ୍ବର ର ଏକ ହଷ୍ଟେଲ ରେ ରହି କୁଲି ମଜୁରୀ କରି ଯାହା ଦୁଇ ପଇସା ରୋଜଗାର କରନ୍ତି ସେଥିରେ ପାଠ ପଢ଼ାଇବା ସହ ପରିବାର ପ୍ରତି ପୋଷଣ କରନ୍ତି ।

ଗୋଟିଏ ପଟେ ମା ଭୁବନେଶ୍ବର ରେ କୁଲି ମଜୁରୀ କାମ କରି ରହୁଥିବା ବେଳେ ଲକ୍ଷ୍ମୀ ଓ ତାଙ୍କ ସାନ ଭାଇ ନିଜ ଅଜା ଘରେ ରହି ପାଠ ପଢ଼ୁଛନ୍ତି । ଲକ୍ଷ୍ମୀ ଦିନକୁ ୬ ରୁ ୮ ଘଣ୍ଟା ପାଠ ପଢ଼ି ପରିଶ୍ରମ କରି ଆଜି ନିଜ ସ୍କୁଲ ତଥା ବିଦ୍ୟାଳୟ ପାଇଁ ଗୌରଵ ଆଣି ପାରିଛନ୍ତି ବୋଲି ସେ କହିଛନ୍ତି । ଅନ୍ୟପଟେ କୃତିତ୍ୱ ହାସଲ କରିଥିବା ଛାତ୍ରୀ ଜଣକ ଡାକ୍ତରୀ ହେବା ଲକ୍ଷ ରଖିଛନ୍ତି ।














