ଜଗତସିଂହପୁର ( ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ବିରିଡି ବ୍ଲକର ବରିଷ୍ଠ ଖବର ଦାତା ଡ଼ଃ ସୁରେଶ ଚନ୍ଦ୍ର ଜେନାଙ୍କ 79 ତମ ଜନ୍ମ ବାର୍ଷିକ ପାଳନ ମଙ୍ଗଳବାର ପବିତ୍ର ଧ୍ୟାନକୁଦ ପୀଠରେ ପାଳିତ ହୋଇଯାଇଛି l ବ୍ଲକ ଖବରଦାତା ମାନଙ୍କ ପକ୍ଷରୁ ଏହି ଜନ୍ମ ଉଚ୍ଛବ ପାଳନ କରାଯାଇଥିଲା l ଧ୍ୟାନକୁଦ ପୀଠର ପିଠାଧୀସ ବାବା ଅରକ୍ଷିତ ଦାସ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଜନ୍ମଉଛବରେ ନାରାୟଣ ଶତପଥୀ,

ବିଜୟ ରାଉତ, ପ୍ରଶାନ୍ତ ରାଉତ, ଅରୁଣ ଦାସ, ରୀନାରାଣୀ ଦାଶ,ସସ୍ମିତା ଦାଶ ଭଗବାନ ଜେନା ପ୍ରମୁଖ ଯୋଗଦେଇ ଡ଼ଃ ଜେନା ଙ୍କୁ ଉପଢୌକନ ପୁଷ୍ପ ଗୁଚ୍ଛ ଦେଇ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ l ବାବା ଶ୍ରୀ ଦାସ ତାଙ୍କୁ ଆଶ୍ରିବାଦ ଦେଇଥିଲେ l














