No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୭ ମଇ ସୋମବାର )ବାଙ୍କୀ :- ବାଙ୍କୀ ଉପଖଣ୍ଡରେ ୬୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଉପଖଣ୍ଡ ଚିକିତ୍ସାଳୟରେ ୧୧୩ଜଣଙ୍କର ଆଣ୍ଟିଜେନ୍ ଓ ୪୬ଜଣଙ୍କର ଆର୍ଟିପିସିଆର ସ୍ୱାବ୍ ସଂଗ୍ରହ କରାଯାଇଥିଲା । ସେଥି ମଧ୍ୟରୁ ୩୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଓ ବିଭିନ୍ନ ଉପସ୍ୱାସ୍ଥ୍ୟକେନ୍ଦ୍ରରେ ୩୧ଜଣ ଆର୍ଟିପିସିଆର ଓ ୯୯ଜଣ ଅଣ୍ଟିଜେନ୍ ସ୍ୱାବ୍ ସଂଗ୍ରହ
କରାଯାଇଥିଲା । ସେଥି ମଧ୍ୟରୁ ୨୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩୦ଜଣଙ୍କର ଆଣ୍ଟିଜେନ୍ ଓ ୨୯ଆର୍ଟିପିିସିଆର ସ୍ୱାବ୍ ସଂଗ୍ରହ କରାଯାଇଥିଲା । ସେଥି ମଧ୍ୟରୁ ୧୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୨୦ଜଣଙ୍କୁ ଟିକାଦାନ କରାଯାଇଛି । ଏହା ବ୍ୟତିତ ବାଙ୍କୀ ଏବଂ ସୁବର୍ଣ୍ଣପୁରରେ ଟିକାଦାନ କାର୍ଯ୍ୟ ଟିକା ଅଭାବରୁ ହୋଇ ପାରିନାହିଁ । (ରିପୋର୍ଟ ଗୌତମ ମିଶ୍ର)
No Result
View All Result