No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୭ ମଇ ସୋମବାର )ପାଟଣାଗଡ଼ :- କରୋନା କଟକଣା ପାଇଁ ରାଜ୍ୟସରକାର ଶନିବାର ଏବଂ ରବିବାର ସଟଡାଉନ ଘୋଷଣା କରିଛନ୍ତି । ଯାହାଦ୍ୱାରା ରୋଗୀ ଙ୍କ ସହିତ ଆସୁଥିବା ସମ୍ପର୍କୀୟମାନେ ଖାଇବାକୁ ନ ପାଇ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର ସମାଧାନ କରିବାକୁ ଯାଇ ଅଞ୍ଚଳର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ସେବା ଚାରିଟେବଳେ ଟ୍ରଷ୍ଟ ତରଫରୁ ପ୍ରତେକ ଶନିବାର ଏବଂ ରବିବାର ଦିନ ପାଟଣାଗଡ଼ ଏବଂ ବେଳପଡା ଡାକ୍ତରଖାନାରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଗଣାରେ ରନ୍ଧାଖାଦ୍ୟ ଯୋଗାଇବାର ବ୍ୟବସ୍ଥା କରାଯାଇଅଛି । ଆଗକୁ ଏହା ଖପ୍ରାଖୋଲ ଡାକ୍ତରଖାନାରେ ମଧ୍ୟ ଉପଲବ୍ଧ ହେବ । ଟ୍ରଷ୍ଟ ସଭାପତି ଶ୍ରୀ ସୁନୀଲ କୁମାର ସିଂହ ଙ୍କ ଆହ୍ୱାନ କ୍ରମେ ଟ୍ରଷ୍ଟ ଉପ ସଭାପତି ଶ୍ରୀ ଗିରିଧାରୀ ଭୋଇ ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି ।
ଏହି କାର୍ଯ୍ୟକ୍ରମ ରେ ଟ୍ରଷ୍ଟ ର କୋଷାଧ୍ୟକ୍ଷ ଶ୍ରୀ ପ୍ରକାଶ ସିଂହ, ଯୁଗ୍ମ ସମ୍ପାଦକ ଶ୍ରୀ ଘନଶ୍ୟାମ ପଧାନ ମନବୋଧ ବରୀହା,ରୀଙ୍କୁ ନାଗ,ସିଲୁ ସାହୁ,ସୂର୍ଯ୍ୟମଣି ଶବର,ବିପିନ ବିଭାର ବିପିନ ଧାରୁଆ,ସଂଗ୍ରାମ ବାହୁକ ସିପୁନ ଖମାରି ବନମାଳୀ ନାଏକ ଜିତୁ ନାଏକ ,ଜନାର୍ଦନ ସିଂ ,ନେପାଳ , ବିକାଶ ,ମାରୁଆ ସରପଞ୍ଚ ସନ୍ତୋଶିନୀ ବିଶି,ରୋଳିନୀ ଦାସ ପ୍ରମୁଖ ଖାଦ୍ୟ ବଣ୍ଟନ କାର୍ଯ୍ୟ କୁ ସୁଚାରୁରୂପେ ସମ୍ପାଦନ କରିଥିଲେ । ଏହି କାର୍ଯ୍ୟକ୍ରମ ସର୍ଟଡାଉନ ଏବଂ ଲକ ଡାଉନ ଥିବାଯାଏ ଜାରି ରହିବ ବୋଲି ଟ୍ରଷ୍ଟ ସଭାପତି ଶ୍ରୀ ସୁନୀଲ କୁମାର ସିଂହ ସୂଚନା ଦେଇଛନ୍ତି । (ପାଟଣାଗଡ଼/ଗୋରେଖନାଥ ବରିହା )
No Result
View All Result