No Result
View All Result
ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଏକ ବିଜ୍ଞାପନ ଜାରୀ କରାଯାଇଛି
ଓଡ଼ିଶା ତାଜା ନ୍ୟୁଜ (୧୭ ମଇ ସୋମବାର ) ରିପୋର୍ଟ, ଅଭିମନ୍ୟୁ ରଣପୁର :- କରୋନା କୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଟୀକାକରଣ ଚାଲିଥିବା ବେଳେ ରାଜ୍ୟସରକାର ଙ୍କ ନିର୍ଦେଶ ଅନୁସାରେ ସମସ୍ତ ଜିଲ୍ଲାରେ ଟୀକାକରଣ କୁ ବାଧ୍ୟତାମୂଳକ କରାଯାଇଛି । କରୋନା ର ପ୍ରତିଶୋଧକ ଟୀକା ଏବେ ସାଧାରଣ ଲୋକ ଙ୍କୁ ଦିଆଯାଉଅଛି । ସେହିଭଳି ନୟାଗଡ଼ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳରେ ମଧ୍ୟ ଟୀକାକରଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ସାଧାରଣରେ ଟୀକା ପାଇଁ ନାମ ପଞ୍ଜିକରଣ କାର୍ଯ୍ୟ ଅନଲାଇନ ମାଧ୍ୟମ ରେ ଉପଲବ୍ଧ ରହିଥିବା ବେଳେ ଏବେ ଅଫଲାଇନ ମଧ୍ୟ ନାମ ପଞ୍ଜିକରଣ କରିପାରିବେ ଜନ ସାଧାରଣ ।
ସେଥିପାଇଁ ସାଧାରଣ ଲୋକଙ୍କ ସୁରକ୍ଷା କୁ ଆଖି ଆଗରେ ରଖି ରଣପୁର ଏନଏସି ଠାରେ ପ୍ରଥମ ଡୋଜ୍ ଟୀକା ପାଇଁ ନାମ ପଞ୍ଜିକରଣ କରାଯାଇ ଟୋକନ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ଏତଦବ୍ୟତୀତ ଟୋକନ ଗ୍ରହଣ କରିସାରିବା ପରେ ରଣପୁର ର ବିସି ହାଇସ୍କୁଲ ପ୍ରଙ୍ଗଣରେ ଟୀକାକରଣ କରାଯିବ । ଏଥିରେ ସାଧାରଣ ଜନତା ଙ୍କ ସ୍ୱାସ୍ଥ୍ୟ କୁ ଗୁରୁତ୍ୱ ଦିଆଯାଇ କରୋନା ଟୀକା ର ପଞ୍ଜିକୃତ ସ୍ଥାନ ଭାବେ ଏନଏସି ଅଫିସ କୁ ନିଆଯାଇଛି ।
ଯେଉଁଠାରେ କୋଭିଡ଼ ଗାଇଡ଼ଲାଇନ କୁ ଅନୁସରଣ କରି ସ୍ଥାନୀୟ ଜନ ସାଧାରଣଙ୍କ ନାମ ପଞ୍ଜିକୃତ କରାଯିବ ବୋଲି ରଣପୁର ଏନଏନସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ତାପସ ବିସି ସୂଚନା ଦେଇଛନ୍ତି ।
No Result
View All Result