• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଅଣ୍ଡା ଉଷୁମାଉ ଥିବା ଅଜଗର କୁ ସୁରକ୍ଷା ଦେବେ ଗ୍ରାମ ବାସୀ ଓ ବନ କର୍ମଚାରୀ :ସ୍ନେକ ହେଲ୍ପ ଲାଇନ ର ଐତିହାସିକ ଉଦ୍ୟମ: ଓଡ଼ିଶାରେ ପ୍ରଥମ ଘଟଣା

Proprietor Abhimanyu Maharana by Proprietor Abhimanyu Maharana
May 16, 2021
in ଓଡ଼ିଶା, କଟକ, ହୋମ୍
0
ଅଣ୍ଡା ଉଷୁମାଉ ଥିବା ଅଜଗର କୁ ସୁରକ୍ଷା ଦେବେ ଗ୍ରାମ ବାସୀ ଓ ବନ କର୍ମଚାରୀ :ସ୍ନେକ ହେଲ୍ପ ଲାଇନ ର ଐତିହାସିକ ଉଦ୍ୟମ: ଓଡ଼ିଶାରେ ପ୍ରଥମ ଘଟଣା
Share on FacebookShare on TwitterWhatsapp

ସ୍ଥିତି ଅନୁଧ୍ୟାନ କରୁଛନ୍ତି ବାଙ୍କୀ ର ପୁଅ ସ୍ନେକ ହେଲ୍ପ ଲାଇନ ର ରାଜ୍ୟ ସଂଯୋଜକ ଲଳିତ ।

 ଓଡ଼ିଶା ତାଜା ନ୍ୟୁଜ (୧୬ ମଇ ରବିବାର ) ବାଙ୍କୀ :- ଖୋର୍ଦ୍ଧା ଜିଲ୍ଲା ମଲ୍ଲିପୁର ପଞ୍ଚାୟତ ର ମଲ୍ଲିପୁର ଗ୍ରାମର ଗ୍ରାମ୍ୟ ଜଙ୍ଗଲରେ କିଛି ଲୋକ ଏକ ଖୋଲ ଭିତରେ ଏକ ଅଜଗର ସାପ କୁ ଦେଖିଲେ । ସ୍ଥାନୀୟ ଯୁବକ ମାନେ ହଳଦିଆ ରେଞ୍ଜ ଅଫିସର ଙ୍କୁ ଖବର ଦେଲା ପରେ ରେଞ୍ଜ ଅଫିସର ଜୟକୃଷ୍ଣ ପଣ୍ଡା ନିଜର ଟିମ ଧରି ପହଞ୍ଚିଲେ । ସ୍ଥାନୀୟ କିଛି ସାପ ଉଦ୍ଧାରକାରୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଲେ । ତେବେ ସେମାନେ ସାପ କୁ ଉଦ୍ଧାର କରିବା ପୂର୍ବରୁ ସ୍ନେକ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ରେଞ୍ଜ ଅଫିସର ଙ୍କୁ ଉଦ୍ଧାର କରିବା ପାଇଁ ମନା କରି ନିଜେ ଯାଉଛନ୍ତି ବୋଲି କହିଲେ । ରେଞ୍ଜ ଅଫିସର ସ୍ଥାନୀୟ ସାପ ଉଦ୍ଧାରକାରୀ ଙ୍କୁ ବାରଣ କରିଥିଲେ ।ସ୍ନେକ ହେଲ୍ପ ଲାଇନ ର ଏକ ଦୁଇ ଜଣିଆ ଟିମ ଶୁଭେନ୍ଦୁ ମଲ୍ଲିକ ଙ୍କ ନେତୃତ୍ୱରେ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ବହୁ ଜନ ସମାଗମ ହୋଇସାରିଥିଲା , ଏବଂ ଜଣେ ପୁଲିସ ସବଇନ୍ସପେକ୍ଟର ନିଜ ଷ୍ଟାଫ ଙ୍କୁ ଧରି ଆଇନ ଶୃଙ୍ଖଳା ରକ୍ଷା କରୁଥିଲେ ।

 କରୋନା କଟକଣା ପାଇଁ ପୁଲିସ ଲୋକଙ୍କୁ ଦୂରକୁ ହଟେଇବା ପରେ ଶୁଭେନ୍ଦୁ ଆସ୍ତେ ଆସ୍ତେ ସାପ କୁ ନିଜର ହୁକ ସାହାଯ୍ୟରେ ଅଳ୍ପ ଟେକିବା ପରେ ସାପ ପେଟ ତଳେ କିଛି ଅଣ୍ଡା ଦେଖିବାକୁ ପାଇଥିଲେ । ଆଉ ସାପ କୁ ବିରକ୍ତ ନକରି ତୁରନ୍ତ ଚନ୍ଦକା ଡିଏଫଓ ଙ୍କୁ ଜଣେଇଥିଲେ । ସାପକୁ ତା ବସା ରୁ ବାହାରନକରିସେହିଜାଗାରେଅଣ୍ଡାଫୁଟେଇବାକୁ ସୁଯୋଗ ଦେବା ପାଇଁ ଶୁଭେନ୍ଦୁ ପରାମର୍ଶ ଦେଇଥିଲେ । ଚନ୍ଦକା ଡିଏଫଓ ଙ୍କ ନିର୍ଦ୍ଦେଶ ରେ ଆଜି ଠାରୁ ସେହି ଜାଗାରେ ବାରିକେଡ ତିଆରି ହୋଇ ଏଜ ଅସ୍ଥାୟୀ କ୍ୟାମ୍ପ ବ୍ୟବସ୍ଥା ହେଲା। ସ୍ଥାନୀୟ ଗ୍ରାମ କମିଟି ତରଫରୁ ଗ୍ରାମର ଯୁବକ ସଙ୍ଘ ମଧ୍ୟ ସାପ ର ସୁରକ୍ଷା ନେବା ଦାୟୀତ୍ବ ନେଲେ । ମଲ୍ଲୀପୁର ସରପଞ୍ଚ ବିଜୟ କୁମାର ଦାସ ଓ ଗଡ଼ ନିଆଳ ଗ୍ରାମ୍ୟ କମିଟି ସଭାପତି ମନୋଜ କୁମାର ପ୍ରତିହାରୀ ଗ୍ରାମ ବାସୀଙ୍କ ତରଫରୁ ସୁରକ୍ଷା ଦେବା ପାଇଁ ଆଗେଇ ଆସିଛନ୍ତି । ଅଜଗର ସାପ ଟି କିପରି ନିଜ ବସା ପାଖରେ ପାଣି ପାଇ ପାରିବ ସେଥି ନିମନ୍ତେ ଗ୍ରାମ୍ୟ କମିଟି ତରଫରୁ ଏକସିମେଣ୍ଟ ନନ୍ଦ ବ୍ୟବସ୍ଥା କରାଯାଇଛି । ସେହି ନନ୍ଦ ଭିତରେ ପାଣି ମଧ୍ୟ ଭର୍ତ୍ତି କରି ଦିଆଯାଇଛି ।

 

 ଅଜଗର ସାପ ଅଣ୍ଡା ଦେଇଥିବା ଖବର ବିଜୁଳି ବେଗରେ ଚାରିଆଡେ ବ୍ୟାପୀ ବାରେ ଲାଗିଥିଲା, ଏବଂ ବହୁତ ଲୋକ ଘଟଣା ସ୍ଥଳକୁ ଆସିବାରେ ଲାଗିଛନ୍ତି । ଏଥିପାଇଁ ବନ ବିଭାଗ ତରଫରୁ ସାପ ବସା ଠାରୁ ପ୍ରାୟ 30 ଫୁଟ ରୁ ଅଧିକ ଦୂର ରେ କାଠ ବହ୍ଲା ଦ୍ୱାରା ବାରିକେଡ ନିର୍ମାଣ କରାଯାଇଛି । ହଳଦିଆ ରେଞ୍ଜ ଅଧିକାରୀ ଜୟକୃଷ୍ଣ ପଣ୍ଡା ଏନେଇ କହିଛନ୍ତି “ଭାରତୀୟ ଅଜଗର ସାପ ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ, ୧୯୭୨ ଅନୁଯାୟୀ ତଫସିଲ ୧ଅନ୍ତର୍ଭୂକ୍ତ । ସାପ ର ବସାକୁ ଭାଙ୍ଗି ନଷ୍ଟ କଲେ ଜାମିନ ବିହୀନ ଦଫା ଧାରା ୯(ପ୍ରୋହିବିସନ ଅଫ ହଁଟିଙ୍ଗ) ରେ ଗିରଫଦାରୀ ହେବ । ସାପ ଅଣ୍ଡା ଫୁଟିବା ପର୍ଯ୍ୟନ୍ତ ଆମର ଏହି ସ୍ଥାନରେ ୨୪ ଘଣ୍ଟିଆ ପହରା ଦିଆଯିବ” ।

ସାପ ଅଣ୍ଡା ଦେଇଥିବା ଜାଗାର ଆଖ ପାଖରେ ୩ -୪ଟି ଗୋଧି ବୁଲା ବୁଲି କରିବା ଦେଖାଯିବା ପରେ, ସାପ ବସା ରୁ ଅଣ୍ଡାକୁ ଗୋଧି ଖାଇ ଦେବାର ବିପଦ ଦେଖା ଦେଲା । ଏଣୁ ଗ୍ରାମ୍ୟ କମିଟି ସଭାପତି ମନୋଜ ପ୍ରତିହାରୀ ଗାଁ ରୁ ମାଛ ଜାଲ ଆଣି ବ୍ୟାରିକେଡ ଚାରି ପଟେ ଘେରି ବୁଲେଇ ଥିଲେ । ଏହା ଫଳରେ ଯଦି ଗୋଧି ସାପ ଅଣ୍ଡା ଖାଇବାକୁ ଆସିବ, ସେହି ଜାଲ ରେ ଛନ୍ଦି ହେଇଯିବ, ଏବଂ ତା ପରେ ଗୋଧିକୁ ଜାଲ କାଟି ବାହାର କରି ଜଙ୍ଗଲରେ ଛାଡି ଦିଆ ଯିବ ।ସ୍ନେକ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି “ସାପ ଅଣ୍ଡା କୁ ବନ କର୍ମଚାରୀ ଓ ଗ୍ରାମବାସୀ ସୁରକ୍ଷା ଦେବା ଓଡ଼ିଶାରେ ପ୍ରଥମ ଘଟଣା । ଅଜଗର ସାପ ମାର୍ଚ୍ଚ ରୁ ଜୁନ ମାସ ମଧ୍ୟରେ ପ୍ରାୟ ୧୦୦ ପର୍ଯ୍ୟନ୍ତ ଅଣ୍ଡା ଦେଇ ଅଣ୍ଡା କୁ ଫୁଟିବା ପର୍ଯ୍ୟନ୍ତ ଜଗି ରହି ଥାଏ ।

 ଏଠି ଯଦି ମା’ ସାପ କୁ ଧରି ସ୍ଥାନାନ୍ତର କରାଯାଇଥାନ୍ତା ତାହେଲେ ଆଉ ସେହି ଅଣ୍ଡା ଗୁଡିକ କସ୍ମିନ୍ କାଳେ ଫୁଟି ନଥାନ୍ତା” । ସ୍ନେକ ହେଲ୍ପ ଲାଇନ ର ଅଧୀକୃତ ସଦସ୍ୟ ମାନେ ପ୍ରତିଦିନ ଘଟଣା ସ୍ଥଳକୁ ଯାଇ ପୁରା ବ୍ୟବସ୍ଥାକୁ ତଦାରଖ କରୁଛନ୍ତି । ସ୍ନେକ ହେଲ୍ପ ଲାଇନ ର ସଂଯୋଜକ ବାଙ୍କୀ ର ସମାଜସେବୀ ଲଳିତ ମୋହନ ପଣ୍ଡା ଦିନେ ଛଡା ଦିନେ ଡ୍ରୋନ କ୍ୟାମେରା ସାହାଯ୍ୟରେ ଅଜଗର ସାପର ଗତି ବିଧି ପର୍ଯ୍ୟବେକ୍ଷଣ କରୁଛନ୍ତି ।ଚନ୍ଦକା ଡିଏଫଓ କେଦାର ସ୍ୱାଇଁ କହିଛନ୍ତି “ସାପ ଅଣ୍ଡା ଫୁଟିବା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିଲା । କୌଣସି ଲୋକଙ୍କୁ ସାପ ଅଣ୍ଡା ପାଖକୁ ଛଡା ଯିବ ନାହିଁ । ଆମ କର୍ମଚାରୀ ୨୪ ଘଣ୍ଟା ସେହି ସ୍ଥାନରେ ରହିବେ । ଗ୍ରାମବାସୀ କରୋନା କାଳ ରେ ନିଜ ଘରେ ରୁହନ୍ତୁ, ଏବଂ ସାପ ଅଣ୍ଡା ପାଖକୁ ଆଦୌ ଆସନ୍ତୁ ନାହିଁ” ।(ରିପୋର୍ଟ – ଗୌତମ ମିଶ୍ର )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026

Recent News

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version