୨୬ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ଲାଠିପଡ଼ା ସ୍ଥିତ ମଡେଲ ଡିଗ୍ରୀ କଲେଜରେ ସମ୍ବିଧାନ ଦିବସ ଆୟୋଜିତ ହୋଇଯାଇଅଛି l ଉକ୍ତ ସଭାରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥି ସଭାପତିତ୍ବ କରିଥିବାବେଳେ ଶତାଧିକ ଛାତ୍ରଛାତ୍ରୀଙ୍କୁ ଭାରତୀୟ ସମ୍ବିଧାନ ଓ ଏହାର ସାଧାରଣ ଜୀବନରେ ଉପାଦେୟତା ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ l ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀଙ୍କ ଦ୍ବାରା ସମବେତ ଭାବରେ ସମ୍ବିଧାନର ପ୍ରିଆମ୍ବଲ୍ ପାଠ କରାଯାଇଥିଲା l ଏହି ଅବସରରେ “ଏକ ରାଷ୍ଟ୍ର-ଏକ ନିର୍ବାଚନ” ବିଷୟ ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l

ରାଜନୀତି ବିଜ୍ଞାନ ବିଶେଷଜ୍ଞ ଅଧ୍ୟାପକ ଶ୍ରୀ ମନୋରଞ୍ଜନ ରାଉତ ଏହି ଆଲୋଚନା ଚକ୍ରରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ “ ଭାରତ ଦେଶରେ ଏକ ସମୟରେ ନିର୍ବାଚନର ଆବଶ୍ୟକତା” ବିଷୟରେ ଆଲୋଚନା କରିଥିଲେ l ସଭାର ପ୍ରାରମ୍ଭିକ ସୂଚନା ଅଧ୍ୟାପିକା ମଧୁସ୍ମିତା ମହାପାତ୍ର ପ୍ରଦାନ କରିଥିବା ବେଳେ ଡ଼ ଜ୍ୟୋତ୍ସ୍ନାରାଣୀ କର ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ ସଭାରେ ମହାବିଦ୍ୟାଳୟର ଗୌରମୋହନ ସାହୁ, ଦୀପିକାରାଣୀ ତୁରୁକ୍, ରୀନାବାଳା ଘଡ଼େଇ, ରୋଜାଲିନ ମହାପାତ୍ର, ପୂଜା ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ.l