No Result
View All Result
୨୬ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ :-> ହିନ୍ଦୁ ସଂସ୍କୃତି,ଧର୍ମ ଓ ଏହାର ପୁରାତନ ମୂଲ୍ୟବୋଧ ର ରକ୍ଷକ ସମିତି ପକ୍ଷରୁ ଡଃ. ଆର୍.ସି. ସାମନ୍ତରାୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମହାବିଦ୍ୟାଳୟ ଆନୁକୁଲ୍ୟରେ ୩ ଦିନିଆ ଗୀତା ଜ୍ଞାନ ବୌଦ୍ଧିକ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ୨୪ ନଭେମ୍ବର ସନ୍ଧ୍ୟା ରୁ ଆରମ୍ଭ ହୋଇ ୨୫ ନଭେମ୍ବର ଓ ୨୬ ନଭେମ୍ବର ଦ୍ଵିତୀୟ ପ୍ରହର ପର୍ଯ୍ୟନ୍ତ ଚାଲିଥିଲା। ୩ ଦିନିଆ ଏହି ଶିବିର ରେ ମହାବିଦ୍ୟାଳୟ ର ପ୍ରାୟତଃ ୨୬୦ ଯୁବ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ଆଜିର ଯୁବକ ମାନଙ୍କ ମଧ୍ୟରେ ଶ୍ରୀମଦ୍ ଭଗବଦ୍ ଗୀତା ସମ୍ବନ୍ଧ ରେ ଉତ୍ସାହ ଆଣିବା ସହ ଗୀତା ର ଅଗାଧ ଜ୍ଞାନ କୁ ଯୁବକ ମାନଙ୍କ ମଧ୍ୟ ରେ ପ୍ରତିରୋପଣ କରିବା।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସ୍ବାମୀ ଆଖଣ୍ଡାନନ୍ଦ ମହାରାଜ ସମ୍ମାନନୀୟ ଅତିଥି ଭାବେ ମହାବିଦ୍ୟାଳୟ ର ସମ୍ପାଦକ ଶ୍ରୀମାନ୍ ଏଲ୍ଡାଡ କିଣ୍ଡସେଥ ମହୋଦୟ, ଅଧ୍ୟକ୍ଷ ଶ୍ରୀଯୁକ୍ତ ମଳୟ କୁମାର ପଣ୍ଡା ମହୋଦୟ ଯୋଗଦେଇଥିଲେ। ଶିବିର ର ପ୍ରଥମ କାଳାଂଶ ରେ ମୁଖ୍ୟ ଅତିଥି ଙ୍କ ଦ୍ଵାରା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଶ୍ରୀମଦ୍ ଭଗବଦ୍ ଗୀତା ବହି ବଣ୍ଟନ କରାଯାଇ ଗୀତା ଗ୍ରନ୍ଥ କୁ ଜୀବନ ସାଥୀ ରୂପେ ଗ୍ରହଣ କରିବା ର ଶପଥ ପାଠ କରାଯାଇଥିଲା।
ପରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଓ ସମ୍ପାଦକ ମହୋଦୟ ଙ୍କ ମୁଖ ନିଶୃତ ବାଣୀ ଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କୁ ଶ୍ରୀମଦ୍ ଭଗବଦ୍ ଗୀତା ଗ୍ରନ୍ଥ ର ଜୀବନ ରେ ଆବଶ୍ୟକତା ର ଉଦାହରଣ ଦେବା ସହ ଏଥିରୁ ମିଳୁଥିବା ଅନେକ ପ୍ରେରଣା ପ୍ରଦାନ କରିଥିଲେ ଏବଂ ଏହି ଶିବିର ରେ ବିଭିନ୍ନ କାଳାଂଶ ରେ ଭଗବଦ୍ ଗୀତା ର ସମ୍ବନ୍ଧ ରେ ଅନେକ ଶିକ୍ଷା ପ୍ରଦାନ କରାଯାଇଥିଲା। ଏହି ଶିବିର ରେ ପ୍ରାତଃ ରେ ଯୋଗ ଅଭ୍ୟାସ ଓ ଅପରାହ୍ନ ରେ ଆଧ୍ୟାତ୍ମିକ କ୍ରୀଡା ର ଆୟୋଜନ କରାଯାଇ ଯୁବ ବର୍ଗଙ୍କୁ ଏକ ଆଧ୍ୟାତ୍ମିକ ପରିବେଶ ଅନୁଭୂତି ଦିଆଯାଇଥିଲା।
ଏହି ଶିବିର ରେ ଯୁବ ବର୍ଗ ଙ୍କ ଅନେକ ଆଧ୍ୟାତ୍ମିକ ପ୍ରଶ୍ନର ଉତ୍ତର ସନ୍ୟାସୀ ସ୍ବାମୀ ଆଖଣ୍ଡାନନ୍ଦ ମହାରାଜ ଦେଇ ସାରି ସବୁ ପ୍ରଶ୍ନ ର ଉତ୍ତର ଶ୍ରୀମଦ୍ ଭଗବଦ୍ ଗୀତା ବୋଲି ଯୁବ ବର୍ଗ ଙ୍କୁ ପ୍ରୋତ୍ସାହିତ କରିଥିଲେ। ଏହି ଶିବିର ର ସମାପନ ଦିବସ ରେ ଯୁବ ଛାତ୍ର ଛାତ୍ରୀ ମାନଙ୍କର ଅନୁଭୂତି ଆଲୋଚନା କରାଯାଇ ସେମାନଙ୍କର ଜ୍ଞାନ ର ଗଭୀରତା କୁ ମାପିବା ନିମନ୍ତେ ଏକ ଲିଖିତ ପରୀକ୍ଷା ଆୟୋଜିତ କରାଯାଇଥିଲା ଏବଂ ପରିଶେଷ ରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସ୍ମରଣ କରି କାର୍ଯ୍ୟକ୍ରମ କୁ ସମାପନ କରାଯାଇଥିଲା।
No Result
View All Result