No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୬ ମଇ ରବିବାର )ପାଟଣାଗଡ଼ :- ସରକାର ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାର ପ୍ରୟାସ କରୁଥିବା ବେଳେ ପ୍ରକୃତ ହିତାଧିକାରୀ ଯୋଜନା ରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ପାଟଣାଗଡ଼ ବ୍ଳକ ମରୁଆ ପଞ୍ଚାୟତ ଝୁଲେନବର ଗ୍ରାମ ବନ୍ତ ମିର୍ଦ୍ଧା ଜଣେ ଗରିବ ଆଦିବାସୀ । ସେ ଝାଟିମାଟି କୁଡ଼ିଆରେ ରହୁଥିବା ଦେଖିବାକୁ ମିଳିଛି । ବନ୍ତ ଜଣେ ବିପିଏଲ ହିତାଧିକାରୀ ।ସେ ଦିନ ମଜୁରିଆ କାମ କରି ପରିବାର ପ୍ରତି ପୋଷଣ କରୁଛନ୍ତି । ତାଙ୍କର ପରିବାର ୫ ଜଣ ସଦସ୍ୟ । ଗୋଟିଏ ବଖରା ଘରେ ସମସ୍ତେ ରହନ୍ତି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ପାଇଁ ବହୁ ବାର ଜନପ୍ରତିନିଧି ଙ୍କୁ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ବନ୍ତ ପ୍ରକାଶ କରିଛନ୍ତି । ସୁଚନା ଯୋଗ୍ୟ ୨୦୧୧ ମସିହାରେ ହୋଇଥିବା ସାମାଜିକ ଅର୍ଥ ନୈତିକ ସର୍ଭେ ଅନୁଯାୟୀ ଆବାସ ଯୋଜନାରେ ଘର ପାଇବା ଯୋଗ୍ୟ ହିତାଧିକାରୀ ହୋଇ ଥିଲେ ତାଙ୍କୁ ଘର ମିଳୁନି । ଅନ୍ୟ ପକ୍ଷରେ ପଞ୍ଚାୟତ ଅନେକ ଧନୀକ ଶ୍ରେଣୀର ଲୋକେ ଉତ୍କୋଚ ଦେଇ ଘର ହାତେଇ ଥିବା ଜଣାପଡିଛି ।
ବନ୍ତ ଙ୍କ ଭଲି ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହେଉଥିବା ବେଳେ ପଞ୍ଚାୟତ ଜନପ୍ରତିନିଧି ଓ ବ୍ଳକ ପ୍ରଶାସନ ଅଧିକାରୀ ବନ୍ତ ଙ୍କ ଉପରେ ନିଜର ନ ପଡ଼ିବା ଅଧିକାରୀ ଙ୍କ ଆଖି ରେ ଅନ୍ଧ ପଟୁଲି ବାନ୍ଧା ହୋଇଥିବା ଭଲି ମନେ ହୁଏ । ମରୁଆଁ ପଞ୍ଚାୟତ ଆବାସ ବଣ୍ଟନରେ ଅର୍ଥଶ୍ରାଦ୍ଧ ହେଉଥିବା ହେତୁ ଧନୀ ଶ୍ରେଣୀ ର ଲୋକେ ଆବାସ ଯୋଜନାରେ ଘର ପାଉଥିବା ବେଳେ ଗରିବ ଯୋଗ୍ୟ ହିତାଧିକାରୀ ଙ୍କ ପାଇଁ ଯୋଜନା ସାତ ସପନ । ଗରିବ ବନ୍ତ ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ଦାବି ହେଉଛି । (ପାଟଣାଗଡ଼/ଗୋରେଖନାଥ)
No Result
View All Result