No Result
View All Result

ଓଡ଼ିଶା ତାଜା ନ୍ୟୁଜ (୧୬ ମଇ ରବିବାର ) ନୟାଗଡ :- ନୟାଗଡ ଜିଲ୍ଲାର ଚାନ୍ଦପୁର ଠାରେ ଥିବା କୋଭିଡ ହସ୍ପିଟାଲକୁ ରାଜ୍ୟ ଅଗ୍ନିଶମ ସେବା ପୋଲିସ ମହାନିର୍ଦେଶକ ଏମ. ଅକ୍ଷୟ ଆଜି ପୂର୍ବାହ୍ନରେ ପରିଦର୍ଶନ କରିଛନ୍ତି | ଅଗ୍ନିଶମ ବିଭାଗର କାର୍ଯ୍ୟଧାରା ଉପରେ ସମସ୍ତ ବିଷୟ ବୁଝି ସନ୍ତୋଷ ପ୍ରକାଶ କରିଥିଲେ | ଜିଲ୍ଲାରେ ଅଗ୍ନିଶମ ବିଭାଗ ଯେପରି ସମର୍ପିତ ଭାବେ କରୋନା ରୋଗୀଙ୍କ ସେବାସହ ଅନ୍ୟାନ୍ୟ ଦୈବୀ ଦୁର୍ବିପାକ ସହ ସମସ୍ତ ବିପର୍ଯୟ ସମୟରେ ସାଧୁର ସହ ସାଲିସ ବିହୀନ ସଂଗ୍ରାମ ଜାରି ରହିଛି ତାହା ଆଗକୁ ଯେପରି ବ୍ୟାହତ ହୁଏ ନାହୁଁ ତା ଉପରେ ବିଶେଷ ଧ୍ୟାନ ଦେବାକୁ ଉପସ୍ଥିତ ଅଧିକାରଙ୍କୁ ନିର୍ଦେଶ ଦେଇଥିଲେ |
ହସ୍ପିଟାଲ ର ଚାରିଆଡେ ବୁଲି ବୁଲି ସମସ୍ତ କଥା ଦେଖିବା ସହ ପଚାରି ବିଝିଥିଲେ |ରୋଗୀଙ୍କ କୌଣସି ପ୍ରକାର ଅବ୍ୟବସ୍ଥାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ସୂଚନା ଦେଇଥିଲେ | ଏ ସମସ୍ତ କାର୍ଯ୍ୟକ୍ରମ ନୟାଗଡରେ ଅବସ୍ଥାପିତ ଫାୟାର ଅଫିସର ଠାକୁର ପ୍ରସାଦ ଦଳାଇ ଚାନ୍ଦପୁର ଠାରେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାର ସହ ଆଗେଇ ନେଇ ଥିଲେ (ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ)
No Result
View All Result