No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ମଇ ଶନିବାର ) ବଲାଙ୍ଗିର :– ପୁଅ ସରକାରୀ କର୍ମଚାରୀ । ବାପା ଅସୁସ୍ଥ । ହେଲେ ଘରେ ଥିବା ତେଜରାତି ଦୋକାନରେ ଲକଡାଉନ ସମୟରେ ବେଆଇନ ମଦ ବିକ୍ରି ହେଉଥିଲା । ଖବର ପାଇ ଅବକାରୀ ବିଭାଗ ଚଢ଼ଉ କଲା । ଶେଷରେ ଘରୁ ବିପୁଳ ପରିମାଣରେ ବିଦେଶୀ ମଦ ମଧ୍ୟ ଜବତ କରି ମାମଲା ରୁଜୁ କଲା । ମାମଲା ହେଲେ କାଳେ ପୁଅର ସରକାରୀ ଚାକିରୀରେ ସମସ୍ୟା ହେବ , ଶିକ୍ଷକ ଚାକିରୀ ନାଁରେ କଳଙ୍କ ଲାଗିଯିବ । ସେଥିପାଇଁ ପୁଅକୁ ବଞ୍ଚାଇବାକୁ ଯାଇ ବୟସ୍କା ମା’ ନିଜ ନାରେ ଏତଲା କରିବାକୁ ଅବକାରୀ ବିଭାଗକୁ କହିଥିବା ସୂଚନା ମିଳିଛି ।
ଏପରିକି ଚଢ଼ଉ କରିଥିବା ଅବକାରୀ ବିଭାଗର ଅଧିକାରୀମାନେ ମଧ୍ୟ ସେଥିରେ ସମର୍ଥନ କରି ମା ନାଁରେ ଏତଲା ରୁଜୁ କରିଥିବା ସାଧାରଣରେ ଅଭିଯୋଗ ହୋଇଛି । ଘଟଣାଟି ବଲାଙ୍ଗୀର ସହର ଅବକାରୀ ବିଭାଗ ଅନ୍ତର୍ଗତ କୁଡ଼ାସିଂହାର ବୋଲି ଜଣାପଡିଛି । ତେବେ ବୟସ୍କା ମାଆ କିପରି ଏହା କରିବେ ବୋଲି ଅନେକ ପ୍ରଶ୍ନ କରିଛନ୍ତି । ଶିକ୍ଷକଙ୍କ ଘରେ ମଦ ବେପାର ଚାଲିଥିବା ବେଳେ ବିପୁଳ ପରିମାଣରେ ବେଆଇନ ମଦ ଥିବା ବେଳେ ସେ କିପରି ଜାଣି ପାରିଲେ ନାହିଁ ସେ ସନ୍ଦେହ ସୃଷ୍ଟି ହୋଇଛି । ଅବକାରୀ ବିଭାଗର ଅଧିକାରୀମାନେ କିପରି ଏହାର ଆମୁଳ ଚୂଳ ତଦନ୍ତ ନକରି ଜଣେ ବୟସ୍କା ମହିଳାଙ୍କ ନାମରେ ମାମଲା ରୁଜୁ କରିଛନ୍ତି ସେ ନେଇ ପ୍ରଶ୍ନ ଉଠିଛି ।
କୁଡ଼ାସିଂହାର ଜଣେ ବ୍ୟବସାୟୀଙ୍କ ଘରେ ଲକଡାଉନ ସମୟରେ ବିପୁଳ ମାତ୍ରାରେ ମଧ୍ୟ ମହଜୁଦ ଥିବା ଖବର ମିଳିଥିଲା । ଏହାପରେ ସଦର ଅବକାରୀ ଅଧିକାରୀ ଦୁର୍ବାଳ ବିଶ୍ୱାଳଙ୍କ ନେତୃତ୍ୱରେ ଅବକାରୀ ବିଭାଗ ଘରେ ଚଢ଼ଉ କରିବାରୁ ୫ ପେଟି ବିଅର ଏବଂ ଗୋଟିଏ ପେଟି ବିଦେଶୀ ମଦ ଜବତ କରିଥିଲା । ହେଲେ ଯେଉଁ ଯୁବକଙ୍କଠାରୁ ଜବତ ହୋଇଥିବା ସେ ଜଣେ ଶିକ୍ଷକ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ କାର୍ଯ୍ୟରତ ରହିଛନ୍ତି । ତେଣୁ ତାଙ୍କ ପରିବର୍ତ୍ତେ ଅବକାରୀ ତାଙ୍କ ବୟସ୍କା ମା ନାଁରେ ଏତଲା କରି ବ୍ୟକ୍ତିଗତ ମୁଚାଲିକାରେ ଛାଡି ଦେଇଥିବା ଅବକାରୀ ଅଧିକାରୀ ବିଶ୍ୱାଳ କହିଛନ୍ତି । (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି )
No Result
View All Result