No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ମେ ଶୁକ୍ରବାର ) ନୟାଗଡ :- ଆଜି ଅପରାହ୍ନ ରେ ନୟାଗଡ ଜିଲ୍ଲାପାଳ ଡଃ ପୋମା ଟୁଡୁ ଭା ପ୍ର ସେ ଖଣ୍ଡପଡା ଆଉ ଭାପୁର ବ୍ଲକ ଅଂଚଳ ର କୋଭିଡ ପରିସ୍ଥିତି ଉପରେ ଭରଚୁଆଲ ମାଧ୍ୟମ ରେ ସମିକ୍ଷ୍ୟା କରିଛନ୍ତି । ଏଥିରେ ପ୍ରକଳ୍ପ ନିର୍ଦେଶକ ଶ୍ରୀ ସୁବାଷ ଚନ୍ଦ୍ର ରାୟ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ, ଉପ ଜିଲ୍ଲାପାଳ ଶ୍ରୀ ଲଂଗଜିତ ରାଉତ, ବନ ଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଧନାରାଜ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲ୍ଲା ପରିଷଦ ସଭାପତି ପ୍ରମୁଖ ଉପସ୍ଥିତ ଥିଲେ ।
ଏଥିରେ ଖଣ୍ଡପଡା ଓ ଭାପୁର ଅଂଚଳ ର ବ୍ଲକ ଉନ୍ନୟନ ଅଧିକାରୀ , ତହସିଲଦାର , ମେଡିକାଲ ଅଫିସର, ସିଡିପିଓ ଏବଂ ଜିଲ୍ଲା ପରିଷଦ ସଦସ୍ୟ , ସରପଞ୍ଚ ମାନେ ଉପସ୍ଥିତ ଥିଲେ । ପ୍ରତି ବିଡ଼ିଓ , ତହସିଲଦାର ଓ ମେଡିକାଲ ଅଫିସର ଙ୍କ ଠାରୁ ଗ୍ରାମ ଓ ପଂଚାୟତ ଅନୁଯାୟୀ କୋଭିଡ ପରିସ୍ଥିତି , ବାହାର ଫେରନ୍ତା , ଟେଷ୍ଟିଙ୍ଗ , କଣ୍ଟେଣ୍ଟମେଣ୍ଟ , ଅକ୍ସୀଜେନ ଉପରେ ପଚାରି ବୁଝିଥିଲେ ।
ପ୍ରତିଦିନ ଟେଷ୍ଟିଙ୍ଗ ବଢାଇବା ସହିତ RTPCR ଟେଷ୍ଟିଙ୍ଗ ବଢାଇବା ପାଇଁ କହିଥିଲେ ଏବଂ ଲୋକ ମାନଙ୍କ ସଚେତନତା ବଢାଇବା ପାଇଁ ପଂଚାୟତ ରୁ ପଂଚାୟତ ସଚେତନତା ଗାଡି ବୁଲାଇବା ପାଇଁ ନିର୍ଦେଶ ଦେଇଥିଲେ ।ଏହା ସହିତ ଅମାନିଆ ମାନଙ୍କୁ ଆକଟ କରିବା ପାଇଁ କୋଭିଡ ଆଇନ କଡାକଡି କରିବା ପାଇଁ ମଧ୍ୟ ନିର୍ଦେଶ ଦେଇଥିଲେ ।
ଯେଉଁମାନେ ବାହାରୁ ଆସୁଛନ୍ତି ବିଶେଷ କରି ଆନ୍ଦ୍ର ପ୍ରଦେଶ , ତେଲେଙ୍ଗାନା ଓ ପଶ୍ଚିମବଙ୍ଗ ଆଦି ରାଜ୍ୟ ରୁ ଫେରାନ୍ତ ମାନଙ୍କ ପାଇଁ ସଂଗରୋଧ କଡାକଡି କରିବା ଉପରେ ଗୁରୁତ୍ୱ ଦେଇଥିଲେ । ସଂଗରୋଧ ରେ ଚିକିସ୍ତିତ ହେଇଥିବା ରୋଗୀ ଙ୍କ ପାଖରେ RRT ଟିମ ର ନଜର ରଖିବା ପାଇଁ ନିର୍ଦେଶ ମଧ୍ୟ ଦେଇଥିଲେ । ଏହି ପରିସ୍ଥିତି ରୁ ସୁଧାର ଆଣିବା ପାଇଁ ସମସ୍ତ ଜନ ପ୍ରତିନିଧି ଙ୍କ ସହଯୋଗ ଏକାନ୍ତ ଦରକାର କଥା ମଧ୍ୟ ଜିଲ୍ଲାପାଳ କହିଥିଲେ ।(ରିପୋର୍ଟ -ରାମକୃଷ୍ଣ ରଥ )
No Result
View All Result