No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୩ ମଇ ଗୁରୁବାର ) ଭବାନିପାଟଣା /କଳାହାଣ୍ଡି ଜିଲ୍ଲା :- ତଥା ସାରା ଦେଶରେ କରନା ର ଦ୍ୱିତୀୟ ଲହର ତୀବ୍ର ଗତିରେ ସଂକ୍ରମିତ ହେଉଥିବା ବେଳେ ସରକାରୀ ଡାକ୍ତରଖାନା ଗୁଡ଼ିକରେ କରନା ଟୀକା ଦେବାକୁ ସରକାରୀ ଓ ବେସରକାରୀ ସ୍ତରରେ ବ୍ୟବସ୍ଥା ହୋଇଛି । ହେଲେ ତାହା ପର୍ଯ୍ୟାପ୍ତ ପରିମାଣର ଟୀକା କରଣ ହେଉ ନ ଥିବାରୁ କେତେକ ସ୍ଥାନରେ ଅସମ୍ଭବ ଭିଡ ପରିଲକ୍ଷିତ ହେଉଛି । ଏହି ଭିଡ ବେଳେ କାହାରି ସାମାଜିକ ଦୂରତା ରହୁନଥିବା ମଧ୍ୟ ଦେଖା ଦେଇଛି ।
ଯାହରି ଫଳରେ ସୁସ୍ଥ ବ୍ୟକ୍ତି ମଧ୍ୟ କରନା ସଂକ୍ରମିତ ହେବାର ସମ୍ଭାବନା ରହିଛି । ପଞ୍ଜୀକୃତ କରିଥିବା ବ୍ୟକ୍ତିଙ୍କୁ ଯେପରି ଭୁବନେଶ୍ୱର ରେ ଗାଡ଼ିରେ ଥିବା ବ୍ୟକ୍ତିଙ୍କୁ ଟୀକା ଦିଆଯାଉଛି । ସେପରି କଳାହାଣ୍ଡି ଜିଲ୍ଲା ର ଗାଁ ଓ ସହର ରେ ଘରକୁ ଘର ବୁଲି ସ୍ବାସ୍ଥ୍ୟ କର୍ମୀ, ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ ଆଦିଙ୍କୁ ପଠାଯାଇ କରନା ଟୀକା ଦେବାର ବ୍ୟବସ୍ଥା କରାଯିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି। ଏହାଦ୍ବାରା କରନା ର ଭୟାବହତା ଦୂର ହେବା ସଙ୍ଗେ ସଙ୍ଗେ ସମସ୍ତ ଜନସାଧାରଣ ଉପକୃତ ହୋଇପାରିବେ ।
ଟୀକା କରଣ କେନ୍ଦ୍ର ଗୁଡ଼ିକର ଭିଡ଼କୁ ମଧ୍ୟ ଏଡାଇ ଦିଆଯାଇପାରିବ ଓ ସଂକ୍ରମଣ କୁ ମଧ୍ୟ ରୋକାଯାଇ ପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଜିଲ୍ଲାରେ ପ୍ରତିଦିନ ପ୍ରାୟ ୨୦୦ ରୁ ୪୦୦ ସଂକ୍ରମିତ ହେଉଥିବାବେଳେ ଗତ କିଛି ଦିନ ହେବ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଁ ଚାଲିଛି । ଏହାକୁ ଦୃଷ୍ଟି ରଖି ଘରକୁ ଘର ବୁଲି ଟୀକା ବ୍ୟବସ୍ଥା କରାଯିବାକୁ ଦାବୀ ହେଉଛି ।( ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)
No Result
View All Result