No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୩ ମଇ ଗୁରୁବାର ) ପାଟଣାଗଡ଼ :- ଓଡ଼ିଶାରେ କେନ୍ଦୁପତ୍ର ବ୍ୟବସାୟକୁ ଏତେ ଉର୍ଦ୍ଧକୁ ନେବାରେ ପାଟଣାଗଡ଼ ଡିଭିଜନ ର ଭୁତିଆରବହାଲ ରେଞ୍ଜର ଭୂମିକା ଗୁରୁତ୍ୱପୂର୍ଣ୍ଣ ।କିନ୍ତୁ ଏଠାରେ ବର୍ତ୍ତମାନ ରେଞ୍ଜ ଅଫିସର ପଲ ହରିପାଳଙ୍କ ଶ୍ରମିକ ମାରଣ ନୀତି ଯୋଗୁଁ ଦିନ ମଜୁରିଆମାନେ ଅନେକ ହଇରାଣ ର ସମ୍ମୁଖୀନ ହେଉଛନ୍ତି ।ଫଡି ମରାମତି ପାଇ ନିୟୋଜିତ ଥିବା ଶ୍ରମିକ ମାନେ ମାସେ ରୁ ଉର୍ଦ୍ଧ ହେବ କାମ କରି ପାରିଶ୍ରମିକ ପାଇନାହାନ୍ତି ସେହି ପରି ଡି ଏସ କାମରେ ନିୟୋଜିତ ଲେବର ଅନ୍ୟ ବର୍ଷ ମାନଙ୍କରେ ସାତଦିନ ରେ ନିଜର ପାରିଶ୍ରମିକ ପାଇଥାନ୍ତି କିନ୍ତୁ ଏ ବର୍ଷ ଶ୍ରମିକ ଟଙ୍କାଟିଏ ମଧ୍ୟ ପାଇନାହାନ୍ତି । ବର୍ତମାନ କରୋନା ସମୟରେ ଲୋକେ ଖାଇବାକୁ ପାଉନାହାନ୍ତି କିନ୍ତୁ କାମ କରିଥିବା ଲୋକଙ୍କୁ ପଇସା ନ ଦେଇ ହିଟଲର ଶାସନର ପରିଚୟ ଦେଉଛନ୍ତି ରେଞ୍ଜର ପଲ ହରିପାଳ ।
ଏ ବିଷୟରେ ଫରେଷ୍ଟର ମାନଙ୍କୁ ପଚାରିବାରୁ ଏ ବର୍ଷ ଆକାଉଣ୍ଟ ପେମେଣ୍ଟ ହେବ ଵୋଲି ରେଞ୍ଜର କହୁଛନ୍ତି ବୋଲି କହିଛନ୍ତି ।ପ୍ରକାଶ ଥାଉ କି କେନ୍ଦୁପତ୍ର ରେ ଶ୍ରମିକ ମାନଙ୍କୁ ଏକାଉଣ୍ଟ ପେମେଣ୍ଟ ଦେବାର କୌଣସି ନିୟମ ନାହିଁ କିନ୍ତୁ ଲୋକଙ୍କୁ ହଇରାଣ କରିବା ପାଇଁ କେତେକ ରେଞ୍ଜର ଏକାଉଣ୍ଟ ପେମେଣ୍ଟ କରୁଥିବାର ଦେଖାଯାଉଛି । ରେଞ୍ଜର ମହୋଦୟ ନିଜେ କରୁଥିବା କାମକୁ ହେଣ୍ଡ ପେମେଣ୍ଟ ଦେଇ କରୁଥିବା ବେଳେ ଫରେଷ୍ଟର ମାନେ କରୁଥିବା କାର୍ଯ୍ୟ କୁ ଏକାଉଣ୍ଟ ପେମେଣ୍ଟ କରିବା ଅତ୍ୟନ୍ତ ଦୁଃଖର ବିଷୟ ।
ବର୍ତମାନ ପରିସ୍ଥିତି ରେ ଗରିବ ଖଟିଖିଆ ମୂଲିଆ ନିଜର ମଜୁରୀ ପାଇଁ ବ୍ୟାଙ୍କ କୁ ଦୌଡ଼ିବା କେତେ ଦୂର ଯଥାର୍ଥ ।ଏ ନେଇ ଅଞ୍ଚଲର ବୁଦ୍ଧିଜୀବୀ ମହଲରେ ଅନେକ ଅସନ୍ତୋଷ ଦେଖାଦେଇଛି ଏବଂ ରେଞ୍ଜରଙ୍କୁ ବଦଳି କରିବାକୁ ସାଧାରଣରେ ଦାବିକରାଯାଉଛି ।(ପାଟଣାଗଡ଼/ଗୋରେଖନାଥ ବରିହା)
No Result
View All Result