No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ ମଇ ବୁଧବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଦୁରୁ ଦୁରା ପଞ୍ଚାୟତ ନେଳିସାହି ଗ୍ରାମର ହରିହର ନାହାକ ଙ୍କ ର ଚାଳ ଘରେ ଗତକାଲି ଅର୍ଦ୍ଧରାତ୍ର ରେ ନିଆଁ ଲାଗି ଦୁଇ ବଖରା ଚାଳଘର ଭସ୍ମୀଭୂତ ହୋଇଯାଇଛି।ସୂଚନା ଅନୁଯାୟୀ ଗତକାଲି ରାତ୍ର ରେ ହରିହର ନାହାକ ହାତୀ ଘଉଡ଼ାଇବାକୁ ବିଲକୁ ଯାଇଥିଲେ।ତାଙ୍କ ସ୍ତ୍ରୀ ସଂଯୁକ୍ତା ନାହାକ ଓ ଦୁଇ ପୁଅ ଘରେ ସୋଇଥିବା ସମୟରେ ଚାଳ ଘରେ ନିଆଁ ଲାଗିଥିଲା ।
ନିଆଁ ଲାଗିବା ଫଳରେ ଦୁଇ ବଖରା ଚାଳଘର ଭସ୍ମୀଭୂତ ହେବା ସହିତ ଘରର ଆସବାବ ପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା।ସ୍ଥାନୀୟ ସମିତି ସଭ୍ୟ ନୃସିଂହ ଚରଣ ପାଢ଼ୀ ଦମକଳ ବାହିନୀ କୁ ଯୋଗାଯୋଗ କରିବା ପରେ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇ ଥିଲେ।ଘଟଣା ସ୍ଥଳରେ ଆର୍ ଆଇ ପହଞ୍ଚି ଜରିପାଲ ପ୍ରଦାନ କରିଥିବା ବେଳେ ସମାଜସେବୀ ରଘୁନାଥ ଦୁଆରୀ ପରିବାରକୁ ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ। (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)
No Result
View All Result