No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୧ ମଇ ମଙ୍ଗଳବାର) ଶଙ୍ଖକ୍ଷେତ୍ର ପୁରୀ :- ଆଜି କାଳବୈଶାଖୀରେ ଶ୍ରୀମନ୍ଦିର ନୀଳଚକ୍ରରେ ବାନା ଲାଗି ହେଉଥିବା ନଇଁଗଲା ପତିତପାବନ ବାନା, ମାଡ଼ିଆସିଲା କାଳବୈଶାଖୀ ବର୍ଷା । ଶ୍ରୀମନ୍ଦିର ଉପରେ ଛାଇ ଯାଇଥିଲା କଳା ବାଦଲ । ପବନ ଜୋରେ ବହିବାରୁ ନଇଁଗଲା ପତିତପାବନ ବାନା । ଏହା ଏକ ବିରଳ ଘଟଣା ବୋଲି ଚୁନରା ସେବକ କହିଛନ୍ତି । କାଳ ବୈଶାଖୀ ଯୋଗୁ ଏଭଳି ବିରଳ ଘଟଣା ଦେଖା ଦେଇଛି। ମଙ୍ଗଳବାର ପୁରୀରେ ଘଡଘଡି ସହ ବର୍ଷା ହୋଇଥିଲା । ସେଥିରେ ପତିତପାବନ ବାନା ବନ୍ଧା ଯାଇଥିବା ବାଉଁଶ ନଇଁ ଯାଇଥିଲା ।
ତେବେ ପତିତପାବନ ବାନା ସଂପୂର୍ଣ୍ଣ ସୁରକ୍ଷିତ ରହିଥିଲା । ପରମ୍ପରା ଅନୁଯାୟୀ ଚୁନରା ସେବକ ଅପରାହ୍ନରେ ପତିତପାବନ ବାନା ପରିବର୍ତ୍ତନ କରିଥିଲେ । ପୁରୁଣା ବାନା ଖୋଲାଯାଇ ନୀଳଚକ୍ରରେ ନୂଆ ବାନା ଲଗାଇଥିଲେ । ତେବେ ଖୋଲା ଯାଇଥିବା ବାନାରେ ଆପେ ଆପେ ଗଣ୍ଠି ପଡ଼ି ଯାଇଥିବା ଦେଖିବାକୁ ମିଳିଛି । ପତିତପାବନ ବାନାରେ କିପରି ଗଣ୍ଠି ପଡ଼ିଲା ତାହା ଭକ୍ତ ଓ ସେବାୟତଙ୍କୁ ବିସ୍ମିତ କରିଛି । ଏ ସଂପର୍କରେ ଶ୍ରୀ ମନ୍ଦିର ପ୍ରଶାସନର କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।
No Result
View All Result