ଓଡ଼ିଶା ତାଜା ନ୍ୟୁଜ (୧୧ ମଇ ମଙ୍ଗଳବାର) ନୀଳଗିରି :- ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ହସ୍ପିଟାଲରେ କୋଭିଡ ଭେକ୍ସିନ ନେବା ବେଳେ ୫୦୦ ରୁ ଅଧିକ ଲୋକଙ୍କ ଭିଡ଼ ଦେଖାଦେଇଛି । ଏତେ ସଂଖ୍ୟକ ଲୋକ ଏକାଠି ହେବା ପୁଣି ଠେଲାପେଲା କରିବା ନେଇ ଘାରିଲା ଗୋଷ୍ଠୀ ସଂକ୍ରମଣର ଭୟ । ଟୀକା ନେବା ପାଇଁ ଠେଲାପେଲା ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଛି ।