No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୧ ମଇ ମଙ୍ଗଳବାର) ବାଙ୍କୀ :- ଡମପଡା ବ୍ଲକ ଢ°ସର ଗ୍ରାମର ଜନୈକ ପରିବାର ସ୍ଵାମୀ ଓ ସ୍ତ୍ରୀକରୋନାରେ ପଜେଟିଭ ଚିହ୍ନଟ ପରେ ଗ୍ରାମ ଲୋକ ମାନଙ୍କର ରୋଷର ଶିକାର ହୋଇ ଥିଲେ । ଯେହେତୁ ତାଙ୍କ ଘରେ ପିଇବାପାଣିର ସୁବିଧା ନାହିଁ ସେ ପରିବାର ଗ୍ରାମ ର ନଳକୂପ ଓ ପାଇପ ପାଣି ଉପରେ ନିର୍ଭର କରୁଥିଲେ ଯେହେତୁ ସେମାନେ କରୋନା ରେ ଆକ୍ରାନ୍ତ ତେଣୁ ଗ୍ରାମ ବାସୀ ସେ ପରିବାର କୁ ନଳକୂପ କି ପାଇପ ପାଣି ପାଖକୁ ଆସି ପାଣି ନେବାକୁ ବାରଣ କରିଥିଲେ ।
ଯାହା ଫଳରେ ଉକ୍ତ ପରିବାର ରନ୍ଧା ରନ୍ଧି କରି ନପାରି ପିଇବା ପାଣି ନପାଇ ଅସୁବିଧାର ସମ୍ମୁଖୀନ ଥିଲା ବେଳେ ସବୁଜ ବାହିନୀ ର ସଦସ୍ୟ ପିଲାମାନେ ମାନେଏକାଠି ହୋଇ ଉକ୍ତ ଆକ୍ରାନ୍ତ ପରିବାର କୁ ନଳକୂପ ରୁ ଆବଶ୍ୟକ ପାଣି ଆଣି ଯୋଗାଇ ଦେଇଛନ୍ତି । ଏବଂ ଯଦି କିଛି ଆବଶ୍ୟକତା ପଡ଼େ କି କୌଣସି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦରକାର ହୁଏ ତେବେ ତେବେ ସବୁଜ ବାହିନୀ ଙ୍କୁ ଯୋଗା ଯୋଗ କରିବା ପାଇଁ ଉକ୍ତ ପରିବାର କୁ ସବୁଜ ବହିନୀ ର ଆବାହକ ସନ୍ତୋଷ କୁମାର ଜେନା ଅନୁରୋଧ କରିଵା ସହ କହିଛନ୍ତି ।
କରୋନା କୁ ଘୃଣା କର ରୋଗୀକୁ ନୁହେଁ।ଯଦି କୌଣସି କ ରୋନା ରେ ଆକ୍ରାନ୍ତ ଲୋକ ସାହାଯ୍ୟ ଆଶା କରୁଛି ତେବେ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରି ମାକ୍ସ ପରିଧାନ କରି ସାହାଯ୍ୟ କରନ୍ତୁ । ସବୁଜ ବହିନୀ ର ଏତାଦୃଶ ମାନବିକତା କାର୍ଯ୍ୟ ପାଇଁ ବାଙ୍କୀ ର ବହୁ ଜନସଧାରଣ ଧନ୍ୟବାଦ ଅର୍ପଣ କରିଥିଲେ । (ରିପୋର୍ଟ – ଗୌତମ ମିଶ୍ର )
No Result
View All Result