No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୮ ମଇ ଶନିବାର ) ହିଞ୍ଜିଳିକାଟୁ :- ସହରକୁ ସ୍ୱଚ୍ଛ ଓ ସୁନ୍ଦରକରି ଗଢି ତୋଳିବା ପାଇଁ ହିଞ୍ଜିଳି ମୁନିସିପାଲ ପ୍ରଶାସନ ପ୍ରାଣମୂର୍ଚ୍ଛା ଉଦ୍ୟମ ଜରିରଖିଛନ୍ତି । ସ୍ୱଚ୍ଛ ସେର୍ବେକ୍ଷେଣ ପ୍ରତିଯୋଗିତାରେ ଶ୍ରେଷ୍ଠ ଓ ଶୀର୍ଷ ସ୍ଥାନ ଲାଭ ପାଇଁ ସହରର ଗଳି କାନ୍ଦି ଠାରୁ ପ୍ରମୁଖ ସ୍ଥାନ ଯାଏଁ ସବୁକିଛି ଚକ ଚକ କରିବାରେ ପ୍ରଶାସନର ବ୍ୟାକୁଳତା ସର୍ବସାଧାରଣରେ ଚର୍ଚ୍ଚାକୁ ଆସିଛି । ଏହି ସୁନ୍ଦରତା କ୍ଷେତ୍ରରେ ଆଉ ପାଦେ ଆଗକୁ ଯାଇ ସହର ଉପକଣ୍ଠ ୫୯ ନମ୍ବର ଜାତୀୟ ରାଜପଥ କଡ଼ ତଥା ୭ ନଂ କେନାଲ ପାର୍ଶ୍ୱରେ ମିଲିଟାରୀ ଟ୍ୟାଙ୍କକୁ ସ୍ଥାପନ କରି ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିବାରେ ସକ୍ଷମ ହୋଇଛନ୍ତି । ପ୍ରକାଶ ଥାଉକି ,ଉକ୍ତ ଟ୍ୟାଙ୍କରଟି ସେନବହିନୀରେ ସେବା ଯୋଗାଇ ଅବସର ଗ୍ରହଣ କରି ଅଚଳ ହୋଇପଡିଥିଲା ।
ଯାହାର ଓଜନ ୩୭.୫ ଟନ ବୋଲି ଜଣାଯାଇଛି । ପ୍ରଦର୍ଶନ ସହ ସୌନ୍ଦର୍ଯ୍ୟକରଣକୁ ପ୍ରଧାନ୍ୟ ଦେଇ ଗତ କେଇ ମାସ ପୂର୍ବରୁ ହିଞ୍ଜିଳି ପୌର ପ୍ରଶାସନ ତରଫରୁ ସେନାବାହିନୀ କର୍ତ୍ତୃପକ୍ଷଙ୍କୁ ଗୋଟିଏ ଅଚଳ ଟ୍ୟାଙ୍କ ଯୋଗାଇ ଦେବାକୁ ପତ୍ରାଳପ କରାଯାଇଥିଲା । ପୌର ଅଧକାରୀଙ୍କ ସାଧୁ ଐତିହାସିକ ପଦକ୍ଷେପ କୁ ସଂନ୍ମାନ ଦେଇ ସେନା ବିଭାଗ ତରଫରୁ ମହାରାଷ୍ଟ୍ରର ପୁନେ ମିଲିଟାରୀ ବେସ ରେ ଅଚଳ ଟ୍ୟାଙ୍କ ଥିବା ସମ୍ପର୍କରେ ସୂଚନା ଦେଇଥିଲେ । ସେନା ବିଭାଗ ପକ୍ଷରୁ ଆବଶକୀୟ କାଗଜପତ୍ର ପ୍ରସ୍ତୁତ ପରେ ହିଂଜିଳି ପ୍ରଶାସନ ତତ୍ପରତା ପ୍ରକାଶ କରି ଏକ ଟ୍ରଲର ସାହାଯ୍ୟରେ ରୋଡୱେ ରେ ପୁନେ ରୁ ହିଂଜିଳି ଆଣିଥିଲେ । ଆଜି ମଧ୍ୟାଣ୍ଣରେ ଟ୍ୟାଙ୍କ ସହ ଟ୍ରଲର ପହଂଚିବା ପରେ ପୂର୍ବରୁ ନବ ନିର୍ମିତ ଉଚ୍ଚ ସିମେଣ୍ଟ ଚଟାଣ ଉପରେ ତାକୁ ୪ ଗୋଟି କ୍ରେନ ସାହାଯ୍ୟରେ ଉତ୍ତୋଳନ କରାଯାଇଥିଲା । ଏ ନେଇ ସାଧାରଣରେ ଉଛୁକତା ପ୍ରକାଶ ପାଇଁ ପୌର ଅଧକାରୀଙ୍କୁ ସାଧୁବାଦ ଦେଉଥିବା ଦେଖିବାକୁ ମିଳିଥିଲା । ( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result