No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୮ ମଇ ଶନିବାର ) ଭୁବନେଶ୍ୱର :- ବିଶ୍ୱ ରେଡକ୍ରସ ଦିବସ ଅବସରରେ ଏକ ଦୁଇଦିନିଆ କାର୍ଯ୍ୟକ୍ରମ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖା ତରଫରୁ ଅବୈତନିକ ସଚିବ ସୁଶ୍ରୀ ସିଟିଏମ୍. ସୁଗୁଣାଙ୍କ ପୈାରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିବସରେ ଏକ ଆଲୋଚନା ଚକ୍ର ଅବୈତନିକ ସଚିବ ସୁଶ୍ରୀ ସିଟିଏମ୍. ସୁଗୁଣାଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିଲା । ଏହି ସଭାରେ ଓଡିଶାର ସମସ୍ତ ଯୁବ ରେଡ଼କ୍ରସ୍ ସଂଯୋଜକ ତଥା ଆବାହକ ସଂପାଦକ ଯୋଗ ଦେଇଥିଲେ । ଯୁବ ରେଡ଼କ୍ରସ୍ ଅଧିକାରୀ ଡ. ଅଜୟ କୁମାର ତ୍ରିପଠୀ କୋଭିଡ ମହାମାରୀ ସମୟରେ ଯୁବ ରେଡ଼କ୍ରସ୍ ଓ କନିଷ୍ଠ ରେଡକ୍ରସ ମିଳିତ ଭାବରେ ଜିଲ୍ଲା ସ୍ତରରେ ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ ।
ତତ୍ ସହିତ କ୍ଷେତ୍ର ଭିିତ୍ତିକ କାର୍ଯ୍ୟକ୍ରମ ଭାବରେ ବିଭିନ୍ନ ମହାବିଦ୍ୟାଳୟ ତଥା ଉଚ୍ଚବିଦ୍ୟାଳୟ ଆୟୋଜିତ କରିଥିବା କୋଭିଡ୍ ଶବ ସଂସ୍କାର, ରକ୍ତଦାନ, କୋଭିଡ ପାରିବାରିକ ସମର୍ଥନ, ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ । ସଂଯୋଜକ ଶ୍ରୀ ବି ଗୋବିନ୍ଦ ରାଓ, ଶ୍ରୀ ପ୍ରବିର କୁମାର ଦାସ, କନିଷ୍ଠ ରେଡକ୍ରସ ଅଧିକାରୀ ଶ୍ରୀ ସ୍ମୁତି ରଂଜନ ପାଣି ଏହି ସଭାରେ ଯୋଗ ଦେଇ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ରାଜ୍ୟ କନିଷ୍ଠ ରେଡକ୍ରସ ଅଧିକାରୀ ଶ୍ରୀ ଲକ୍ଷଣ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଆୟୋଜିତ ଏକ ରକ୍ତଦାନ ଶିବିରରେ ଯୁବ ରେଡ଼କ୍ରସ୍ ସ୍ୱେଚ୍ଛାସେବୀ ମାନେ ରକ୍ତଦାନ କରିଥିଲେ ।
ଏହି ଶିବିରରେ ମୋଟ ୨୩ ଜଣ ରକ୍ତଦାତା ରକ୍ତଦାନ କରିଥିଲେ । ଶିବିରକୁ ଅବୈତନିକ ସଚିବ ସୁଶ୍ରୀ ସିଟିଏମ୍. ସୁଗୁଣା ଉଦ୍ଘାଟନ କରି ନିଜ ବକ୍ତବ୍ୟରେ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ରକ୍ତ ଭଣ୍ଡାର ଅଧିକାରୀ ଡ. ରଘୁନାଥ ବେହୁରା ଶିବିରକୁ ପରିଚାଳନା କରିଥିଲେ । ଆୟୋଜିତ ଅନ୍ୟ ଏକ ସଭାକୁ ଉଦ୍ବୋଧନ ଦେଇଅବୈତନିକ ସଚିବ ସୁଶ୍ରୀ ସିଟିଏମ୍. ସୁଗୁଣା ରେଡକ୍ରସ ଦ୍ୱାରା ପ୍ରସ୍ତାବିତ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସବିଶେଷ ଆଲୋଚନା କରି ଏହାର ସଫଳତା ନିମନ୍ତେ ସହଯୋଗ କାମନା କରିଥିଲେ । ଯୁବ ରେଡକ୍ରସ ଅଧିକାରୀ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
No Result
View All Result