• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

“ରାମ ବନବାସ” ପାଇଁ ଦାୟୀ କିଏ … ??? 

Proprietor Abhimanyu Maharana by Proprietor Abhimanyu Maharana
May 8, 2021
in ଓଡ଼ିଶା, ଦେଶ, ପୁରୀ, ହୋମ୍
0
“ରାମ ବନବାସ” ପାଇଁ ଦାୟୀ କିଏ … ??? 
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୦୭ ମଇ ଶୁକ୍ରବାର ) ଭୁବନେଶ୍ୱର :- ରାବଣର ମୃତ୍ୟୁ ପରେ ,ବିଭୀଷଣଙ୍କୁ ରାଜା କରାଇବା,ଶ୍ରୀ-ରାମଙ୍କ ପାଇଁ ସ୍ୱାଭାବିକ ହୋଇଗଲା । ନବନିଯୁକ୍ତ ରାଜା ଲଙ୍କାପତି ବିଭୀଷଣଙ୍କ ଅନୁମତି ନେଇ, ଶ୍ରୀ-ରାମ ସୀତା ମାତାଙ୍କୁ ଅଶୋକବନରୁ ଉଦ୍ଧାର କଲେ । ଶେଷରେ ସମସ୍ତ ବାନର ଓ ଭଲ୍ଲୁକଗଣଙ୍କୁ ସେମାନଙ୍କ ଉପକାର ପାଇଁ କୃତଜ୍ଞତା ଜଣାଇଲେ । ସେମାନଙ୍କୁ କହିଲେ,”ଏବେ ନିଜ ନିଜ ରାଜ୍ୟକୁ ଫେରି ଯିବାକୁ ହେବ ।”

କିନ୍ତୁ ଜାମ୍ବବାନ,ସୁଗ୍ରୀବ,ନଳ ନୀଳ,ଅଙ୍ଗଦ,ହନୁମାନ ଓ ବିଭୀଷଣ ଆଦି କହିଲେ,”ପ୍ରଭୁ ! ଆମେ ଆପଣଙ୍କ ସହ ଅଯୋଧ୍ୟା ଯିବୁ। ଆପଣଙ୍କ ରାଜ୍ୟାଭିଷେକ ଉତ୍ସବରେ ସାମିଲ ହେବୁ ।”

ଶ୍ରୀରାମ ବିଭୀଷଣଙ୍କୁ କହିଲେ, “ଲଙ୍କେଶ୍ୱର ! ଏବେ ଆମକୁ ଆମ ରାଜ୍ୟ ଅଯୋଧ୍ୟା ଯିବାକୁ ଅନୁମତି ଦିଅ ।” ବିଭୀଷଣ କହିଲେ,”ମୋତେ ଅନୁମତି ମାଗି ଲଜ୍ଜା ଦିଅନ୍ତୁ ନାହିଁ ପ୍ରଭୁ ! ମୁଁ ଆପଣଙ୍କ ସେବକ। ଆଜ୍ଞା କରନ୍ତୁ। ପୁଷ୍ପକ ବିମାନ ଆପଣଙ୍କୁ ଅଯୋଧ୍ୟାରେ ନେଇ ଛାଡି ଆସିବ। ମୁଁ ରାଜ୍ୟାଭିଷେକ ଉତ୍ସବରେ ନିଜକୁ ସାମିଲ କରି ଭାଗ୍ୟବାନ ମଣିବି।”

ଭଗବାନ ରାମ କହିଲେ,”ତୁମ ଇଚ୍ଛା ପୂର୍ଣ୍ଣ ହେଉ।” ପୁଣି କହିଲେ,”ମୋତେ ଭରତ ଅପେକ୍ଷା କରିଥିବ। ଚତୁର୍ଦ୍ଦଶ ବର୍ଷରୁ ମାତ୍ର ଗୋଟିଏ ଦିନ ଅଧିକ ହେଲେ, ସେ ଅଗ୍ନିରେ ପ୍ରାଣ ବିସର୍ଜନ କରିବ। ତେଣୁ ଆମକୁ ଯଥା ଶୀଘ୍ର ଯିବାକୁ ହେବ। ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଅଯୋଧ୍ୟାରେ ପହଞ୍ଚିବାକୁ ହେବ।”

ଘର ବାହୁଡା ଯାତ୍ରାର ପ୍ରସ୍ତୁତି ପର୍ଵ ଆରମ୍ଭ ହେଲା। ବିଭୀଷଣ ପୁଷ୍ପକ ବିମାନ ସୁସଜ୍ଜିତ କଲେ। ସେଇଥିରେ ସମସ୍ତଙ୍କୁ ଅଯୋଧ୍ୟା ଯିବାପାଇଁ ନିମନ୍ତ୍ରଣ କଲେ।
ଭଗବାନ ରାମଙ୍କ ଅନୁମତି ନେଇ ସମସ୍ତେ ଏକ ସଙ୍ଗରେ ପୁଷ୍ପକ ବିମାନରେ ବିରାଜମାନ ହେଲେ। ସଙ୍ଗେ ସଙ୍ଗେ ପୁଷ୍ପକ ବିମାନରେ ଆକାଶ ମାର୍ଗରେ ଗତି କଲା। ଭଗବାନ ରାମ,ଲକ୍ଷ୍ମଣ ଓ ସୀତାଙ୍କ ସହ ଅନ୍ୟମାନେ ମଧ୍ୟ ଅଯୋଧ୍ୟା ଆସିଲେ ।

ଅଯୋଧ୍ୟା ମାଟିରେ ଭଗବାନ ରାମ ଆକାଶ ମାର୍ଗରୁ ପୁଷ୍ପକ ବିମାନରୁ ଓହ୍ଲେଇଲେ । ଅଯୋଧ୍ୟା ମାଟିକୁ ବାରବାର ଦଣ୍ଡ ପ୍ରଣାମ କଲେ । ଧୂଳି ନେଇ ମଥାରେ ମାରିଲେ । ସେଠାରେ ନିଶାଦ ରାଜ ଗୁହକଙ୍କୁ ଭେଟିଲେ । ଗୁହକ ହାତରେ ଅଯୋଧ୍ୟା ରାଜାଙ୍କ ନିକଟକୁ ନିଜର ପ୍ରତ୍ୟାବର୍ତ୍ତନ ଖବର ପଠେଇଲେ । ଗୁହକକୁ ଵିଶେଷ ଭାବରେ ଶ୍ରୀରାମ କହିଲେ,”ଭରତଙ୍କ ମନୋଭାବକୁ ଠିକ୍ ଭାବରେ ପଢିବ ଗୁହକ। ତା’ପରେ ତାଙ୍କୁ ଆମେ ଅଯୋଧ୍ୟା ଆସିବା ଖବର ଦେବ ।”

ଗୁହକ ଅଯୋଧ୍ୟା ରାଜ ଭବନକୁ ଆସିଲେ । ସେଠାରେ ଭରତଙ୍କୁ ଖୋଜିଲେ । କିନ୍ତୁ ପାଇଲେ ନାହିଁ। ସେଇଠୁ ନନ୍ଦିଗ୍ରାମ ଗଲେ । ଭଗବାନ ରାମଙ୍କ ବାର୍ତ୍ତା ଭରତଙ୍କୁ ଦେଲେ ।
ଭରତ ଯେମିତି ଭଗବାନ ରାମ ଫେରୁଥିବା ଖବର ଜାଣିଲେ,ଆନନ୍ଦରେ ଗଦ୍ ଗଦ୍ ହୋଇଗଲେ । ଆଖିରୁ ଆନନ୍ଦାଶ୍ରୁ ଟପ୍ ଟପ୍ କରି ଝରି ପଡିଲା ଭରତଙ୍କର ।
ଆତ୍ମବିଭୋର ହୋଇଗଲେ । ଏଇ ଖୁସି ଖବର ଶୁଣେଇ ଥିବାରୁ ଗୁହକଙ୍କୁ ବି ପୁରଷ୍କାର ଦେଲେ । ଗୁହକଙ୍କୁ ବାର ବାର ଆଲିଙ୍ଗନ କରି ଚାଲିଲେ । କହିଲେ,”ଏଇ ଚତୁର୍ଦ୍ଦଶ ବର୍ଷ କେମିତି ଅତିବାହିତ ହୋଇଛି,ଆପଣ ଜାଣି ପାରିବେ ନାହିଁ ନିଶାଦ ରାଜ। ଏତେ ଦିନର ଅନ୍ଧକାର ଦୂରେଇ ଯାଇ ଏବେ ଆଲୋକ ପ୍ରକାଶ ପାଇବ । ଆଉ କାଳ ବିଳମ୍ବ ନ କରି ମୋ ପ୍ରଭୁଙ୍କୁ ନେଇଆସ ହେ ନିଶାଦ ରାଜ !

ଅଯୋଧ୍ୟାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଆରମ୍ଭ ହେଲା ….!!
ଭରତ ସଙ୍ଗେ ସଙ୍ଗେ ରଥ ସୁସଜ୍ଜିତ କରି ଭଗବାନ ରାମଙ୍କ ନିକଟକୁ ପ୍ରେରଣ କଲେ। ଅଯୋଧ୍ୟାକୁ ଉତ୍ସବ ମୁଖର କରିବା ପାଇଁ ଆଦେଶ ଦେଲେ,”ନଗରର ପ୍ରତି ପୁରେ ପୁରେ,ପ୍ରତିଦାଣ୍ଡରେ ଆଲୋକରେ ଭରି ଦିଆଯାଉ । ପ୍ରତ୍ୟେକ ସ୍ଥାନରେ ଭଗବାନ ରାମଙ୍କ ସ୍ୱାଗତ ଓ ଭବ୍ୟ ସମ୍ବର୍ଦ୍ଧନା ପାଇଁ ପ୍ରସ୍ତୁତ ହେଉ । ଅଯୋଧ୍ୟାରେ ଆନନ୍ଦର ଲହରୀ ଖେଳିଯାଉ ।” ସାରା ଅଯୋଧ୍ୟା ନଗରୀ ଆଲୋକମୟ ହୋଇ ଯାଇଥିଲା । ପୁରେ ପୁରେ ଖୁସିର ବାତାବରଣ ଖେଳି ଯାଇଥିଲା ।

ଅଯୋଧ୍ୟା-ପତି ଆଜି ଅଯୋଧ୍ୟା ଫେରିବେ । ଏହି ଖବର ପ୍ରଚାର ହେବା ମାତ୍ରେ ଅଯୋଧ୍ୟା ବାସୀଙ୍କର ଖୁସି କହିଲେ ନ ସରେ । ସମସ୍ତେ ଧୂପ ଦୀପ ଜାଳି ଅର୍ଘ୍ୟଥାଳି ଧରି ପ୍ରତୀକ୍ଷା କଲେ । ସ୍ଥାନେ ସ୍ଥାନେ ଆମ୍ବ ତୋରଣ ଲଗାଇ ଦିଆଗଲା । ବାଜା ବାଣ ସହ ରାମ ଧ୍ୱନୀ ଓ ସ୍ୱାଗତ ଗୀତିକାରେ ଅଯୋଧ୍ୟା ଭୂମି ପ୍ରକମ୍ପିତ ହେଉଥିଲା । ଭଗବାନ ରାମଙ୍କୁ ପୁର ନରନାରୀ ପୁଷ୍ପମାଲ୍ୟ ଧରି ପୁଷ୍ପାର୍ପଣ କରିବା ଲାଗି ପ୍ରତୀକ୍ଷାରତ ହେଲେ ।

ଏହି ସମୟରେ ଅଯୋଧ୍ୟା ରାଜ ରାସ୍ତାରେ ରଥ ଧୀରେ ଧୀରେ ଗଡି ଆସୁଥାଏ। ରଥରେ ବସିଥାନ୍ତି ଭଗବାନ ରାମଙ୍କ ସହ ଜଗତ-ଜନନୀ କଲ୍ୟାଣମୟୀ ମାତା ସୀତା। ପାଖରେ ଠିଆ ହୋଇଥାନ୍ତି ଅନୁଜ ଲକ୍ଷ୍ମଣ। ସାଥୀରେ ଚାଲି ଚାଲି ଆସୁଥାନ୍ତି ଲଙ୍କେଶ୍ୱର ବିଭୀଷଣ,କିଷ୍କିନ୍ଧ୍ୟା ରାଜ ସୁଗ୍ରୀବ,ଭଲ୍ଲୁକ-ରାଜ ଜାମ୍ବବାନ, ଅଙ୍ଗଦ,ନଳ,ନୀଳ ଓ “ପ୍ରଭୁପଦ ସେବକ ପରମ ପୂଜ୍ୟ ସନ୍ଧ୍ୟା ବନ୍ଦନୀୟ ପ୍ରାତଃ ସ୍ମରଣୀୟ ବୀର ବଜରଙ୍ଗୀ ଅଞ୍ଜନା ହୃଦ-ଚନ୍ଦନ କେଶରୀ-ନନ୍ଦନ ମହାବୀର ହନୁମାନ”। ତାଙ୍କ ପଛେ ପଛେ ଆସୁଥାନ୍ତି ଅସଂଖ୍ୟ ବାନର ଓ ବାନର ସେନାଧ୍ୟକ୍ଷ। ତାଙ୍କ ସହ ଅଯୋଧ୍ୟା ପୁର ନରନାରୀ ଗଣ। ରଥ ଆସି ଅଯୋଧ୍ୟା ରାଜ ଦାଣ୍ଡରେ ଉପସ୍ଥିତ ହେଲା ।

ରାଜ ଦରବାରରେ ଗୋଟିଏ ପଟେ ବସିଥିଲେ ବଶିଷ୍ଠ, ବିଶ୍ଵାମିତ୍ର, ବାମଦେବ,ଜାବାଳି ଭଳି ଗୁରୁଵର୍ଗ ଓ ମହାମନ୍ତ୍ରୀ ସୁମନ୍ତ୍ର; ଗୋଟାଏ ପାର୍ଶ୍ୱରେ ଥିଲେ ତିନି ମାତା ; ଅନ୍ୟ ପାର୍ଶ୍ୱରେ ଅଯୋଧ୍ୟା ପୁର ନରନାରୀ। ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ … ??? 

(କ) କୌଶଲ୍ୟା ଭାବୁଛନ୍ତି,“ମୋ ପୁଅକୁ ଦଶ ମାସ ଧରି ଗର୍ଭରେ ଧାରଣ କରିଥିଲି। ମୋ ସ୍ତନରୁ କ୍ଷୀର ଖୁଆଇଛି। ସେ ଆସିଲେ ମୋତେ ମାଆ ବୋଲି ଡାକି ଆଗେ ମୁଣ୍ଡିଆ ମାରିବ। ଖୁସିରେ ମୋତେ କୁଣ୍ଢେଇ ପକେଇବ।”

(ଖ) କୈକେୟୀ ଭାବୁଛନ୍ତି,“ରାମ କଣ ମୋତେ ମୁଣ୍ଡିଆ ମାରିବ ? ମୋରି ପାଇଁ ସେ ଚଉଦ ବରଷ ବନବାସ କରିଛି । କେତେ ଦୁଃଖ କଷ୍ଟ ଭୋଗ କରିଛି । କୂଳବଧୁ ସୀତାଙ୍କୁ ରାକ୍ଷସ ରାବଣ ଚୋରି କରି ନେଇଗଲା। ଏତେ ସବୁ ପରେ କଣ ରାମ ମୋତେ କେବେ ମାଆ ବୋଲି କହିବ …..?? ନା ମୁଣ୍ଡିଆ ମାରିବ ???
ବରଂ ମୋତେ ତିରସ୍କାର କରିବ ….!
କେମିତି କୋଉ ମୁହଁ ନେଇ ମୁଁ ମୋ ରାମର ସମ୍ମୁଖୀନ ହେବି …..!!

(ଗ) ସୁମିତ୍ରା ମନେ ମନେ ଭାବୁଛନ୍ତି,”ରାମ ଆସିଲେ ମୋତେ ତ ମାଆ କହି ମୁଣ୍ଡିଆ ମାରିବ ; କିନ୍ତୁ ମୋ ପୁଅ ଲକ୍ଷ୍ମଣ ମୋତେ ପ୍ରଣାମ କରି “ମାଆ ମାଆ” ଡାକି ମୋ ଅତୃପ୍ତ ହୃଦକୁ ତୃପ୍ତ କରିବ।

(ଘ) ଗୁରୁବର୍ଗ ମନେ ମନେ ଭାବୁଛନ୍ତି, “ରାମ ଜ୍ଞାନୀ,ଦୂରଦୃଷ୍ଟି-ସମ୍ପନ୍ନ। ସେ ଆସିଲେ ଆଗେ ଗୁରୁଙ୍କୁ ପ୍ରଣାମ କରିବେ।
କାରଣ ଗୁରୁ ଓ ଗୋବିନ୍ଦଙ୍କ ମଧ୍ୟରେ ଗୁରୁ ଶ୍ରେଷ୍ଠ ଓ ପୂଜ୍ୟ। ତେଣୁ ଆଗେ ସେ ଗୁରୁଙ୍କୁ ପ୍ରଣାମ କରିବେ।”

(ଙ)ପ୍ରଜାଗଣ ଭାବୁଛନ୍ତି – ରାମ ପ୍ରଜା ବତ୍ସଳ ।ତାଙ୍କ ହୃଦୟରେ ଅଯୋଧ୍ୟା ନରନାରୀଙ୍କ ପାଇଁ ଅଜସ୍ର ସ୍ନେହ ଶ୍ରଦ୍ଧା ଅଛି । ରାଜାଠାରୁ ପ୍ରଜା ବଡ଼ ।ପ୍ରଜାଙ୍କୁ ନେଇ ରାଜ୍ୟ ।ସେଥିପାଇଁ ରାମ ଆଗେ ପ୍ରଜାଗଣଙ୍କୁ ମୁଣ୍ଡିଆ ମାରିବେ ।

ସମସ୍ତେ ଏତେ ସବୁ ଭାବନାରେ ବୁଡି ରହିଥିଲା ବେଳେ ଶ୍ରୀ-ରାମ ରଥରୁ ଓହ୍ଲାଇଲେ। ସିଧା ଯାଇ ମାତା କୈକେୟୀଙ୍କ ପାଦ ତଳେ ଲମ୍ବ ହୋଇ ପଡିଗଲେ। ମହାରାଣୀ କୈକେୟୀଙ୍କର ଅଶ୍ରୁଭରା ନେତ୍ରରୁ ଧାର ଧାର ଲୋତକ ବୁନ୍ଦା ସବୁ ଭଗବାନ ରାମଙ୍କ ମସ୍ତକକୁ ଧୋଇ ଦେଉଥାଏ। ଭଗବାନ ରାମଙ୍କର ନୟନ ଯୁଗଳରୁ ମଧ୍ୟ ଲୋତକର ବାରି ଧାରା ମାଆ କୈକେୟୀଙ୍କର ପାଦ ପ୍ରକ୍ଷାଳନ କରୁଥାଏ।

ଏଇ ସମୟରେ ମାଆ କୈକେୟୀ ଥର ଥର କଣ୍ଠରେ “ମୋ ଧନ ରାମ,ରାମ” କହି ଭୂଇଁରୁ ତୋଳି ଆଣି ମୁଖରେ ବାତ୍ସଲ୍ୟ ମମତାକୁ ଅଜାଡି ଦେଉଥାନ୍ତି। ଥର ଥର କଣ୍ଠରେ କହିଲେ, “କାହିଁକିରେ ରାମ ! ଏ ମାଆକୁ ମୁଣ୍ଡିଆ ମାରିଲୁ ? ତୋ ପ୍ରଣାମ ପାଇବା ପାଇଁ ଏ କୁଳ କଳଙ୍କିନୀ ସମ୍ପୁର୍ଣ୍ଣ ଅଯୋଗ୍ୟା ।”

ଭଗବାନ ହସିଲେ। କହିଲେ, “ମାଆ ବନ୍ଦନୀୟା,ପୂଜନୀୟା। ପୁତ୍ର କୁ-ପୁତ୍ର ହୋଇ ପାରେ ; କିନ୍ତୁ ମାଆ କେବେ ହେଁ କୁ-ମାତା ହୋଇ ନ ପାରେ। ମାଆ କେବେ ହେଁ ପିଲାର ଅମଙ୍ଗଳ କରି ପାରେନା ; ଯେତେ ଯାହା ହେଇଗଲେ ହେଇ ଯାଉ ପଛେ ।”

କୈକେୟୀ କହିଲେ,”ଥାଉରେ ଧନ ! ଆଉ ମୋତେ ଲଜ୍ଜା ଦେ ନାହିଁ। ମୋ ଭଳି ପିଶାଚିନୀ,ପାପିନୀ ଜଗତରେ ବିରଳ । ନୋହିଲେ ତୋ ଭଳି ପୁଅକୁ କଣ କେହି ବନକୁ ପଠେଇ ପାରିଥାନ୍ତା ?”

ଏଥର ଭଗବାନ ରାମ କହିଲେ,”ରାତି ପାହିଥିଲେ ମୁଁ ରାଜା ହୋଇଥାନ୍ତି। କିନ୍ତୁ ତୁମେ …. ତୁମେ ଆଜି ଜନତା ଜନାର୍ଦ୍ଦନଙ୍କ ଆଗରେ ସତ କୁହ ମାଆ …!
ତୁମେ କଣ ପାଇଁ ମୋ ରାଜ୍ୟାଭିଷେକ ଦିନ ମୋତେ ବନକୁ ପଠେଇଲ ? କି ଅପରାଧ କରିଥିଲି ମୁହିଁ …???

କୈକେୟୀ କହୁଛନ୍ତି,”ଶୁଣିବୁ ରାମ !
କଣ ପାଇଁ ତୋତେ ବନକୁ ପଠେଇଲି…?
ତେବେ ଶୁଣୁ….. ଆଜି ପ୍ରମାଣ ଦେବା ପାଇଁ ମୋ ପାଖରେ କିଛି ନାହିଁ। ଗୋଟିଏ କଥା ଆମେ ଦୁଇଜଣ ଶୁଣିଥିଲୁ। ଜଣେ ଏ ଜଗତରେ ନାହାଁନ୍ତି। ସାକ୍ଷୀ ଦେବା ପାଇଁ ନାହାନ୍ତି କେହି। କିଏ ମୋ କଥା ବିଶ୍ୱାସ କରିବ ?

ଭଗବାନ ରାମ କହିଲେ,”ତଥାପି ତୁମେ କୁହ ମାଆ ! କଣ ପାଇଁ ମୋତେ ତୁମେ ବଣକୁ ପଠେଇଲ ?”

କୈକେୟୀ କହିଲେ,”ତୁମର ଜନ୍ମ କଣ ରାଜା ହେବା ପାଇଁ ହୋଇଥିଲା କି ? ତୁମେ କିଏ,ସେ କଥା ମୁଁ ଜାଣିଛି ?? ତୁମର ଜନ୍ମ ତ ଏ ଧରାରୁ ପାପ ଭାରା ଲାଘବ କରିବା ପାଇଁ ହେ ରାଘବ ! ଯେବେ ତୁମେ ରାଜା ହୋଇଥାନ୍ତ, ତେବେ ଏ ଧରାର ପାପ ଭାରା କେମିତି ଉଶ୍ୱାସ ହୋଇଥାନ୍ତା !!

(ପ୍ରକୃତରେ ଭଗବାନ ରାମଙ୍କୁ ତ୍ରେତୟା ଯୁଗରେ ତିନି ଜଣ ଜାଣିଥିଲେ।
ଜଣେ ପୁରୁଷ,ଜଣେ ନାରୀ ଓ ଜଣେ ନାରୀ ନୁହେଁ କି ପୁରୁଷ ନୁହେଁ। ପୁରୁଷ ଜଣଙ୍କ ହେଲେ ରାବଣ ; ନାରୀ ଜଣଙ୍କ ହେଲେ କୈକେୟୀ ; ପୁରୁଷ କି ନାରୀ ନୁହେଁ ହେଲେ ଏକ ସ୍ତନୀ ନାରୀ ; ଯିଏ କି ବିଭୀଷଣଙ୍କ ଝିଅ ‘ତ୍ରିଜଟା’।
ଏଇଠି ଆଉ ଗୋଟିଏ କଥା କହିବାକୁ ଚାହେଁ ଯେ,କୈକେୟୀ ଏକ ବର ପାଇଥିଲେ ; ଯାହା ଦ୍ୱାରା ସେ ଆଗତ ଭବିଷ୍ୟତ କଥା ଜାଣି ପାରୁଥିଲେ। ସେ ଶୋଇଥିବା ଅବସ୍ଥାରେ ବି ଏ ସାରା ସଂସାରର ସବୁ ଜୀବଙ୍କର ଭାଷା ବୁଝି ପାରୁଥିଲେ।)

(କ) ତେବେ ଗୋଟିଏ କଥା କହୁଛି ଶୁଣ : ସେତେବେଳେ ଖରାଦିନ ହୋଇଥାଏ। ସୂର୍ଯ୍ୟଙ୍କର ପ୍ରଚଣ୍ଡ ରୌଦ୍ରତାପରେ ଅସହ୍ୟ ହେଉଥାଏ ଧରିତ୍ରୀ। ନଦୀ,ନାଳ, ପୋଖରୀ,ଗାଡ଼ିଆ ସବୁ ଶୁଖି ଯାଉଥାଏ। ରାସ୍ତାରେ ପଥିକମାନେ ଗଲା ବେଳେ ଘୋଡା ଭଳି ଡେଇଁ ଡେଇଁ ଯାଉଥାନ୍ତି। ମାଟି ଫାଟି ଆଁ କରି ଦେଇଥାଏ। ସାରା ଜୀବଜଗତରେ ଖରା ପାଇଁ ହାହାକାର ପଡି ଯାଇଥାଏ ।

ଏହି ସମୟରେ ତୋ ବାପା ଅର୍ଥାତ୍ ଅଯୋଧ୍ୟା ରାଜ ମହାରାଜ ଦଶରଥ ବିନୋଦ ପାଇଁ ବଣକୁ ଯିବାକୁ ମୋତେ କହିଲେ। ଆମେ ବିନୋଦ ପାଇଁ ଜଙ୍ଗଲକୁ ଗଲୁ। ଆମେ ଜଙ୍ଗଲ ଭିତରେ ବୁଲି ବୁଲି ଥକି ଗଲୁ। ଏକ ବଡ଼ ଗଛ ଛାଇ ଦେଖି ତା’ମୂଳରେ ବିଶ୍ରାମ ନେଲୁ। ଚାହୁଁ ଚାହୁଁ ରାଜା ମୋ କୋଳରେ ମଥା ରଖି ଶୋଇପଡିଲେ। କିଛି ସମୟ ପରେ ମୋତେ ମଧ୍ୟ ନିଦ ଆସିଲା। ମୁଁ ମଧ୍ୟ ରାଜାଙ୍କ ଉପରେ ମୁଣ୍ଡ ରଖି ଶୋଇଗଲି । ନିଦରେ ଶୋଇଥିବା ଅବସ୍ଥାରେ ଗୋଟିଏ କଥା ଶୁଣିବାକୁ ପାଇଲି । ସେଇ ଗଛ ଉପରେ ବସିଥିବା ଶୁଆ-ଶାରୀଙ୍କର କଥାବାର୍ତ୍ତା ଶୁଣିଲି। ଶୁଆ କହୁଥିଲା, “ଦେଖେ ଲୋ ଶାରୀ ! ଏ ଯେଉଁ ବ୍ୟକ୍ତି ଶୋଇଛନ୍ତି,ସେ ହେଉଛନ୍ତି ଅଯୋଧ୍ୟାର ନୃପତି,ଯାହାଙ୍କ ବାନା ଫର ଫର ହୋଇ ଉଡି ଦିଗବିଜୟୀ ସମ୍ରାଟର ସୂଚନା ଦିଏ । ଆଜି ବିନୋଦ ପାଇଁ ଏ ଅରଣ୍ୟକୁ ଆସି ଏଇଠି କେମିତି ଶୋଇପଡିଛନ୍ତି। ସେ କଣ ଜାଣିଛନ୍ତି ଯେ,ଆଜକୁ ଠିକ ସାତ ଦିନ ପରେ ଅଯୋଧ୍ୟାକୁ “ଶ୍ବାତ୍ତି ମାର୍ତ୍ତଣ୍ଡ” ଯୋଗ ପଡିବ। ଏହି ଯୋଗରେ ଅଯୋଧ୍ୟା ରାଜ ସିଂହାସନ ଶ୍ରୀ-ହୀନ ହୋଇ ଯିବ। ପୁଣି,ଏହି ଯୋଗ “ଚତୁର୍ଦ୍ଦଶ ବର୍ଷ ଯାଏ” ବଳବତ୍ତର ରହିବ। ଯିଏ ରାଜ ଗାଦିରେ ବସିବ,ସେ ନିଶ୍ଚିତ ଭାବେ ମୃତ୍ୟୁ ବରଣ କରିବ।

ସେଇ କଥାକୁ ବିଶ୍ୱାସ କରି ମୁଁ ଚିନ୍ତା କଲି,”ଯଦି ଏହା ସତ୍ୟ ହୁଏ,ତେବେ ତୁ ରାଜା ହେଲେ ମୃତ୍ୟୁ ବରଣ କରିବୁ। ତେଣୁ ମୁଁ ଶପଥ କଲି,ଏଇ ସମୟ ଭିତରେ କେବେ ରାମଙ୍କୁ ରାଜା କରେଇ ଦେବି ନାହିଁ। ଅଯୋଧ୍ୟା ସିଂହାସନରେ ଅଧିଷ୍ଠିତ ହୋଇ ମୋ ପୁଅ ଭରତ ପଛେ ମରୁ ; କିନ୍ତୁ ରାମ ଭଳି ପୁଅର କିଛି କ୍ଷତି ନ ହେଉ। ଏବେ କୁହ ରାମ ! ତୁମକୁ ବନକୁ ପଠେଇ ମୁଁ କଣ କିଛି ଭୁଲ କଲି …? ଭଗବାନ ରାମ କହିଲେ,”ମାଆ ! ଏକଥା ମୁଁ ଅବଶ୍ୟ ଜାଣିଛି ।”

(ଖ) କୈକେୟୀ କହିଲେ ,ଆହୁରି କଥାଏ କହୁଛି ଶୁଣ…….ଯେଉଁ ଦିନ ତୋର ରାଜ୍ୟାଭିଷେକ ପାଇଁ ରାଜ ଦରବାରରେ ତୋ ବାପା ଘୋଷଣା କଲେ, ତା’ପୂର୍ବରୁ “ଗୁରୁବର୍ଗ କିମ୍ବା ମନ୍ତ୍ରୀମଣ୍ଡଳଙ୍କ ସହ ପରାମର୍ଶ” କରି ନ ଥିଲେ। ଗୁରୁଦେବ ବଶିଷ୍ଠ, ବାମଦେବ, ବିଶ୍ଵାମିତ୍ର,ଜାବାଳି ଓ ମନ୍ତ୍ରୀବର ସୁମନ୍ତ୍ର ବସି ବୈଠକ କଲେ। ଗୁରୁଦେବ ଗଣନା କରି ଦେଖିଲେ ଯେ,ଆସନ୍ତା କାଲି ଠାରୁ ଅଯୋଧ୍ୟାକୁ “ଶ୍ବାତ୍ତି ମାର୍ତ୍ତଣ୍ଡ ଯୋଗ” ପଡୁଛି। ଏହା ଦ୍ୱାରା ଅଯୋଧ୍ୟା ରାଜ ସିଂହାସନ ଚତୁର୍ଦ୍ଦଶ ବର୍ଷ ପାଇଁ ମୁକୁଟ ବିହୀନ ହେବ। ଅଯୋଧ୍ୟା ସିଂହାସନରେ ଯିଏ ବସିବ,ତା’ର ମୃତ୍ୟୁ ଅଵଶ୍ୟମ୍ଭାଵୀ। ଅଯୋଧ୍ୟା ରାଜ ସିଂହାସନ ଚତୁର୍ଦ୍ଦଶ ବର୍ଷ ପାଇଁ ଶ୍ରୀ-ହୀନ ହୋଇ ପଡିବ। ଏଇ କଥା କିଏ ରାଜାଙ୍କୁ କହିବ ..???

ସେମାନଙ୍କ ମଧ୍ୟରେ ଭାଳେଣି ପଡିଲା। ସେଥିପାଇଁ ମୋତେ ଡକାଇଥିଲେ। କାରଣ ରାଜାଙ୍କ ଉପରେ ମୋର ଦୁଇଟି ବର ବାକି ଥିଲା।

(କ) ପ୍ରଥମଟି ହେଲା : ଦେବତାଙ୍କ ପାଇଁ ଯୁଦ୍ଧ ବେଳେ ଦଶରଥଙ୍କର ରଥର ‘ଅନିକିଳି’ ହୁଗୁଳି ପଡିଲା। ଚକ ଖସି ପଡିଲେ ରାଜା ଯୁଦ୍ଧ କେମିତି କରିବେ ? ଏହା ଚିନ୍ତା କରି ସେତେବେଳେ ତାଙ୍କର ସାରଥୀ ହୋଇଥିବା ବୀରାଙ୍ଗନା ରମଣୀ “ମହାରାଣୀ କୈକେୟୀ” ନିଜ ଆଙ୍ଗୁଠି ଦେଇ ରଥ ଚକରେ ଅନିକିଳି କଲେ ; ଯାହା ଦ୍ୱାରା ରାଜାଙ୍କ ଯୁଦ୍ଧରେ ବ୍ୟାହତ ହୋଇ ନ ଥିଲା।ରାଜା ଯୁଦ୍ଧରେ ବିଜୟୀ ହୋଇଥିଲେ। ଏଇଥିରେ ଖୁସି ହୋଇ ରାଜା ଗୋଟିଏ ‘ବର’ ଦେବେ ବୋଲି କୈକେୟୀଙ୍କୁ କହିଥିଲେ।

(ଖ) ଦ୍ୱିତୀୟ ବର : ଥରେ ରାଜାଙ୍କର ମୁହଁରେ ଏକ ‘ବଥ’ ହୋଇ ଥିଲା ;
ଯାହାର ଜ୍ଜ୍ୱଳନରେ ରାଜା ମୃତ୍ୟୁ ବରଣ କରିଥାନ୍ତେ। ରାଜବୈଦ୍ୟଗଣ କହିଲେ,
“ମହାରାଜ ଆପଣଙ୍କ ମୁହଁର ଘାଆ ଶୁଖିବା ପାଇଁ ଗୋଟିଏ ଉପାୟ ଅଛି। ଯଦି କେହି ତା’ମୁହଁରେ ଘାଆଟିରୁ ପୂଜ ରକ୍ତ ଆଦିକୁ ଶୋଷିଦିଏ ; ତେବେ ଆପଣଙ୍କ ଘାଆରୁ ଉପଶମ ମିଳିବ।
ଧୀରେ ଧୀରେ ଘାଆଟି ଶୁଖିଯିବ। ଆପଣ ଆରୋଗ୍ୟ ଲାଭ କରିବେ।”

ସେଇଠୁ ରାଜା ରାଣୀଅନ୍ତପୁରକୁ ଆସିଲେ। ସାତ ଶହ ପଚାଶ ରାଣୀଙ୍କୁ ଡାକିଲେ। କହିଲେ,”ମୋତେ ସୁସ୍ଥ କରିବା ଚାହୁଁଛ କି ? ସମସ୍ତ ‘ହଁ’ ଭରିଲେ। ସେଇଠୁ ରାଜା କହିଲେ,”ଆସ ! ମୋ ବଥରୁ ନିଜ ପାଟିରେ ପୂଜ ରକ୍ତ ଆଦିକୁ ଶୋଷିଦିଅ।” ରାଜାଙ୍କ କଥା ଶୁଣି ସମସ୍ତ ରାଣୀ ନାକ ଟେକିଲେ। କହିଲେ, “କିଏ କଣ ନିଜ ପାଟିରେ ପୂଜ ରକ୍ତ ଭଳି ପୋଚରା ଜିନିଷକୁ ଚାଟି ଚାଟି ସଫା କରିପାରିବ ?”

ଏଇ ସମୟରେ ଏକ ମାତ୍ର ନାରୀ ମହାରାଣୀ କୈକେୟୀ କହିଲେ,”ସ୍ୱାମୀ ! ମୁଁ ଆପଣଙ୍କ ଘାଆରୁ ମୋ ମୁହଁ ଲଗାଇ ପୂଜ ରକ୍ତ ବାହାର କରିବି।”

ସ୍ୱାମୀ ଏକା ସିନା
ନାରୀର ଦେବତା
ଇହକାଳ ପରକାଳ ପାଇଁ
ଅହ୍ୟ ସୁଲକ୍ଷଣୀ
ଦିଶୁଥାଇ ନାରୀ
ନାଲି ଶଙ୍ଖା ସିନ୍ଦୂରକୁ ନାଇ

ଖାଲି କହି ନ ଥିଲି ; କରିଥିଲି ମଧ୍ୟ। ନିଜ ପାଟି ଲଗେଇ ଜିଭରେ ଚାଟି ଚାଟି ବଥ ସଫା କରିଥିଲି। ଯାହା ଦ୍ୱାରା ରାଜା ଆରୋଗ୍ୟ ଲାଭ କରିଥିଲେ। ଏଥିପାଇଁ ମଧ୍ୟ “କୈକେୟୀଙ୍କୁ ଆଉ ଗୋଟିଏ ବର” ଦେବେ’ ବୋଲି ରାଜା କଥା ଦେଇଥିଲେ। ଏହି ପ୍ରକାର କୈକେୟୀଙ୍କର “ଦୁଇଟି ବର” ରାଜା ଦଶରଥଙ୍କ ଉପରେ ଥିଲା)

ଏହି ଦୁଇଟି ବର ସେଇଦିନ ଯାଏଁ ମୁଁ ରାଜାଙ୍କ ଠାରୁ ବର ମାଗି ନ ଥିଲି। ଏଇଥିପାଇଁ,ଗୁରୁଦେବ ବଶିଷ୍ଠ ମୋତେ ଡାକିଥିଲେ। ଅଯୋଧ୍ୟାକୁ ପଡିଥିବା ଶ୍ବାତ୍ତି ମାର୍ତ୍ତଣ୍ଡ ଯୋଗ କଥା ବୁଝାଇ କହିଥିଲେ।

ଏହା ମଧ୍ୟ କହିଲେ ଯେ : ଏ ଅଯୋଧ୍ୟା ରାଜ୍ୟ ଆଜି ତୁମକୁ କିଛି ମାଗୁଛି ରାଣୀ। ନିଜର ମାନ ସମ୍ମାନକୁ ବଳି ଦେଇ ଏ ରାଜ୍ୟ ଓ ରାଜାଙ୍କୁ ବଞ୍ଚେଇ ରଖିବା ପାଇଁ ତୁମେ ଏକ ମାତ୍ର ମହିୟସୀ ମହନୀୟା ନାରୀ ; ଯାହାଙ୍କ ହାତରେ ଆଜି ଅଯୋଧ୍ୟା ରାଜ୍ୟର ଭାଗ୍ୟ ଭବିଷ୍ୟତ। ଏ ସମସ୍ତ କଥାକୁ ହୃଦୟଙ୍ଗମ କରି ଯାହା ନିଷ୍ପତ୍ତି ନେବେ ମହାରାଣୀ ।

ଏ ସମସ୍ତ କଥାକୁ ଗଭୀର ଭାବେ ଚିନ୍ତା କଲି। ମୁଁ ଏଇ ସିଦ୍ଧାନ୍ତରେ ଉପନୀତ ହେଲି ଯେ, “ମୁଁ ପଛେ କୁଳ-କଳଙ୍କିନୀ ହେଇଯାଏ,ମୋ ହାତର ଶଙ୍ଖା ଓ ମଥାର ସିନ୍ଦୂର ପଛେ ଲିଭିଯାଉ,ମୋ ପୁଅ ‘ଭରତ’ ପଛେ ମରୁ ; କିନ୍ତୁ ମୋ ‘ରାମ’ର କିଛି ନ ହେଉ। ସେଥିପାଇଁ ମୁଁ ତୋ ବାପାଙ୍କର ଦୁର୍ବଳତା ଉପରେ କଠୋର କୁଠାରାଘାତ କରିଥିଲି।
ଜାଣିଥିଲି ଯେ,ତୋ ବାପା ମୋତେ ସମସ୍ତ ରାଣୀଙ୍କ ମଧ୍ୟରେ ବହୁତ ଭଲ ପାଉଥିଲେ। ମୋ ଠାରେ ତାଙ୍କର ଦୁର୍ବଳତା ଥିଲା।ତେଣୁ ତୋ ରାଜ୍ୟାଭିଷେକ ଦୂରେଇବା ପାଇଁ କେବଳ କୈକେୟୀ ହିଁ ଏକମାତ୍ର ବ୍ୟକ୍ତି ଥିଲା ; ଯିଏ କି ଏଇ ରାଜ୍ୟାଭିଷେକ ରୋକି ପାରିବ ବୋଲି ଅନୁଭବ କରିଥିଲି।”

ମୁଁ ତାହା ହିଁ କରିଥିଲି। ମୋ ଶବ୍ଦ ଜାଲରେ ରାଜାଙ୍କୁ ଛନ୍ଦି ଦେଇଥିଲି। ତାଙ୍କୁ ବାଧ୍ୟ କରି ଦେଇଥିଲି : ମୋର ଦୁଇଟି ବର ଦେବା ପାଇଁ ..!!

ପ୍ରଥମ ବରରେ : ତୋର ଚଉଦ ବରଷ ପାଇଁ ଅଯୋଧ୍ୟାରୁ ବନବାସ।
ଦ୍ୱିତୀୟ ବରରେ : ମୋ ପୁଅ ଭରତ ରାଜା ହୋଇ ନିଷ୍କଳଙ୍କ ରାଜ୍ୟ ଭୋଗ କରିବ।

ଏବେ କୁହ ରାମ ! ମୁଁ ତୋତେ ବନକୁ ପଠେଇ ଦେଇ କଣ ଭୁଲ କରିଥିଲି ……????
ଭଗବାନ ରାମ କହିଲେ,”ମାଆ ! ଏ କଥା ବି ଜାଣିଛି …!!!”

କୈକେୟୀ କହିଲେ,”ଆହୁରି ଗୋଟାଏ କଥା ଅଛି ଶୁଣ। ତୁମେ ସୀତାଙ୍କୁ ବିବାହ କରିଛ। ସୀତା ହେଉଛନ୍ତି ଧରଣୀ ରାଣୀଙ୍କର ଝିଅ। ତୁମେ ଯେବେ ରାଜା ହୋଇଥାନ୍ତ,ତେବେ ତୁମ ସହ ଧରିତ୍ରୀଙ୍କର ବିବାହ କରିବାକୁ ପଡ଼ିଥାନ୍ତା। ତୁମେ ଜୋଇଁ ହୋଇ ଶାଶୁଙ୍କ ସହ କିପରି ବିବାହ କରିଥାନ୍ତ …..?? ତେଣୁ ତୁମେ ରାଜା ହେବା ପାଇଁ ଅନୁପଯୁକ୍ତ ଥିଲ।
ସେଥିପାଇଁ ତୁମକୁ ମୁଁ ବନକୁ ପଠାଇଥିଲି।

ଯଦି ମୁଁ ଭୁଲ କରିଥିଲି ବୋଲି ତମେ ଅନୁଭବ କରୁଛ,ତେବେ ତୁମେ ମୋତେ ରାଜା ହେବା ପରେ ଫାଶୀ ଦଣ୍ଡ ଦେବ ; ନ ହେଲେ ଭରତକୁ କୁହ “ମୋତେ ମାଆ ବୋଲି ଡାକିବ”। କାରଣ ଚଉଦ ବରଷ ମୋର ମାତୃ ହୃଦୟ କାନ୍ଦୁଛି । ପୁଅ ବଞ୍ଚିଥିବ,ମାଆକୁ ମାଆ ବୋଲି ଡାକୁ ନ ଥିବ : ଏହା କେତେ ଯନ୍ତ୍ରଣା ଦାୟକ …!! ଏ କଥା ସେଇ ମାଆ ହିଁ କେବଳ ବୁଝିପାରିବ।”

ଏତେ ସମୟ ଯାଏ ଭରତ ସବୁ ନୀରବରେ ଶୁଣୁଥିଲେ। କୈକେୟୀଙ୍କ କଥା ସରିବାରୁ ସଭାରେ ଉଠି ଠିଆ ହେଲେ। କହିଲେ,”ଭାଇ ! ମୁଁ ବି କିଛି କହିବି। ମୋ କଥା ବି ଟିକେ ଶୁଣନ୍ତୁ । ଭାଇ ! ଆପଣଙ୍କ ବନବାସ ସମୟରେ ମୁଁ ଅଯୋଧ୍ୟାରେ ନ ଥିଲି । ମୁଁ ନନ୍ଦୀଗ୍ରାମରେ ଥିଲି। କିନ୍ତୁ,ଦୁନିଆଁ କହୁଛି ଭରତ ପାଇଁ ରାମ ବନବାସ ଗଲେ। ମୋ ନାମରେ ଏ “କଳଙ୍କର ଭାର” ଲଦି ହୋଇ ରହିଛି । ଯଦି ମୋ ପାଇଁ ଆପଣଙ୍କ ବନବାସ ହୋଇଥାଏ,ତେବେ ଏ ଜୀବନ ଯିବ ପଛେ,ମୁଁ କୈକେୟୀଙ୍କୁ ମାଆ ବୋଲି ଡାକିବି ନାହିଁ ।”

ଏଇଠି ସମସ୍ତ କଥା ଶୁଣି ସଭାସଦ ଓ ପ୍ରଜାଗଣ ନୀରବ ହୋଇଯାଇଥିଲେ ।

ସମସ୍ତଙ୍କ ମୁହଁରେ ସେଇ ଗୋଟିଏ ପ୍ରଶ୍ନ : ରାମ ବନବାସ ପାଇଁ ଦାୟୀ କିଏ …??

କୈକେୟୀ ମାତା କହିଲେ, “କହିଦେ ରାମ ! ତୋ ବନବାସ ପାଇଁ ଦାୟୀ କିଏ …???

ଭରତ ବି ପଚାରିଲେ,”କୁହ ଭାଇ ! ଆପଣଙ୍କ ବନବାସ ପାଇଁ ଦାୟୀ କିଏ ….?

ଏ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଭଗବାନ ରାମ କହିଲେ, “ମୋ ବନବାସ ପାଇଁ ଦାୟୀ କେହି ନୁହଁ ; କେବଳ ଦାୟୀ ହେଉଛି ‘କର୍ମଫଳ’

କର୍ମଫଳ ପ୍ରାଣୀ ଅଵଶ୍ୟ ଭୁଞ୍ଜଇ
କେ କରି ପାରିବ ଆନ ?
ନିୟତି ଆଗରେ ମଥା ଯାଏ ନଇଁ
ସମୟଟା ବଳବାନ।
କି କରିବେ ଭଗବାନ ??
କର୍ମଫଳ ଘେନି ସଂସାରେ ଆସନ୍ତି
ଭୋଗେ କପାଳ ଲିଖନ।

ସତରେ ମାଆ ହେବ ତ ଏମିତି ….!!!
ରାମାୟଣର କୈକେୟୀଙ୍କ ପରି ………!!!!!

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
International Women’s Day 2026 Observed with Service Initiative at Red Cross Bhawan

International Women’s Day 2026 Observed with Service Initiative at Red Cross Bhawan

March 11, 2026
ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

March 10, 2026
ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

March 10, 2026
ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

March 10, 2026

Recent News

International Women’s Day 2026 Observed with Service Initiative at Red Cross Bhawan

International Women’s Day 2026 Observed with Service Initiative at Red Cross Bhawan

March 11, 2026
ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

March 10, 2026
ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

March 10, 2026
ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

March 10, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

International Women’s Day 2026 Observed with Service Initiative at Red Cross Bhawan

International Women’s Day 2026 Observed with Service Initiative at Red Cross Bhawan

March 11, 2026
ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

March 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version