No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୬ ମଇ ଗୁରବାର ) ହିଞ୍ଜିଳିକାଟୁ :- ନୂତନ ଓଡ଼ିଶା ଗଠନ ଦିଗରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭି. କାର୍ତିକେୟାନ ପାଣ୍ଡିୟାନ ‘ମୋ ସରକାର’ ଯୋଜନାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଅର୍ନ୍ତଭୁକ୍ତ କରାଯାଇଛି । ପ୍ରଚଳିତ ଶିକ୍ଷା ନୀତିରେ ସଂସ୍କାରକୁ ଗୁରୁତ୍ୱ ପ୍ରଦାନ କରାଯାଇ ଗୁଣାତ୍ମକ ଶିକ୍ଷା ପଦ୍ଧତି ବିଦ୍ଧିବଦ୍ଧ ଭାବେ ପ୍ରଚଳନ କରାଯିବା ସହ ଭିତିଭୂମି ଆଧୁନିକ ପାଠାଗାର ଓ ସ୍ମ୍ରାଟ ଶ୍ରେଣୀ ଗୃହ ଗୁଡ଼ିକର ରୁପାନ୍ତିକରଣ ଦିଗରେ ଅଗ୍ରାଧିକାର ଦିଆଯାଇଛି । ଗ୍ରାମାଂଚଳର ଶିକ୍ଷାର୍ଥୀ ମାନଙ୍କୁ ଉତମ ଶୈକ୍ଷିକ ପରିବେଶ ଓ ଉନ୍ନତମାନର ଶିକ୍ଷାଦାନ ବ୍ୟବସ୍ଥାକୁ ପ୍ରଚଳନ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି । ରାଜ୍ୟର ୧୦୧ଟି ଉଚ୍ଚ ବିଦ୍ୟାଳୟକୁ ସେଂଟର ଅଫ୍ ଏକ୍ସିଲେନ୍ସିରେ ସ୍ଥାନିତ ହୋଇଥିବା ବେଳେ ସେଥି ମଧ୍ୟରୁ ହିଞ୍ଜିଳିକାଟୁ ବ୍ଳକର ୨୫ଟି ଉଚ୍ଚ ବିଦ୍ୟାଳୟକୁ ଅର୍ନ୍ତଭୁକ୍ତ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସଂପୃକ୍ତ ବିଦ୍ୟାଳୟ ଗୁଡ଼ିକୁ ବାରମ୍ବାର ଅନୁଧ୍ୟାନ, ସମୀକ୍ଷା ସହ ଭିତିଭୂମିର ସୁବ୍ୟବସ୍ଥା ସକାଶେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଥିବା ଦେଖିବାକୁ ମିଳିଛି । ବିଦ୍ୟାଳୟ ସ୍ମ୍ରାର୍ଟ ଶ୍ରେଣୀ ଗୃହର ନିର୍ମାଣ କ୍ଷେତ୍ରରେ ତୃଟିକୁ ମାର୍ଜିତ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଛି ।
ଏହି ପରିପ୍ରେକ୍ଷୀରେ ଗୁରୁବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହିଞ୍ଜିଳିକାଟୁ ଗ୍ରସ୍ତ କରି ସ୍ଥାନୀୟ ପୌରାଂଚଳ ଓ ବ୍ଳକର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ନିର୍ମାଣଧିନ ସ୍ମ୍ରାର୍ଟ କ୍ଳାସ ରୁମ୍ ବୁଲି ଦେଖିଥିଲେ । ଗୁରୁବାର ପୂର୍ବାହ୍ନରେ ସ୍ଥାନୀୟ ପଂଚାୟତ ସମିତି କାର୍ଯ୍ୟାଳୟରେ ପଂହଚି ବିଡ଼ିଓ ଓ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହ ସ୍ଥାନୀୟ ଅଂଚଳର କରୋନା ସ୍ଥିତି ଓ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ । ସେଠାରୁ ସ୍ଥାନୀୟ ପୌରାଂଚଳ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଯାଇ ସ୍ମ୍ରାର୍ଟ କ୍ଳାସ ରୁମ ବୁଲି ଦେଖିବା ସହ ବିଜ୍ଞାନଗାର, ପାଠାଗାର ଓ ନିର୍ମାଣଧିନ ଶ୍ରେଣୀ ପ୍ରକୋଷ୍ଠ ବୁଲି ଦେଖିଥିଲେ । ସେଠାରୁ ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟ, ସ୍ଥାନୀୟ ବ୍ଳକ ବୁରୁପୋଡ଼ା ଭଗବତୀ ବିଦ୍ୟାପିଠ, ପୋଡ଼ିଙ୍ଗି ଶ୍ୟାମଳାଇ ଉଚ୍ଚ ବିଦ୍ୟାଳୟ, ଖଣ୍ଡରା ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ସାରୁ ସରକାରୀ ଉଚ୍ଚ ବିଦ୍ୟାଳୟ, ପୋଚିଲିମା ଉଚ୍ଚ ବିଦ୍ୟାଳୟ, କଂଚୁରୁ ସରକାରୀ ଉଚ୍ଚ ବିଦ୍ୟାଳୟ, ବଡ଼ଖଣ୍ଡି ସତ୍ୟଭାମା ବିଦ୍ୟାପିଠ ପ୍ରମୁଖ ବିଦ୍ୟାଳୟ ଗୁଡ଼ିକ ବୁଲି ଦେଖିବା ସହ ବିଦ୍ୟାଳୟ ଖେଳପଡ଼ିଆ, ମୋ ବଗିଚା, ବିଜ୍ଞାନଗାର, ପାଠାଗାରରେ ଉନ୍ନତି ଆଣିବା ପାଇଁ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିଙ୍କୁ ପରାମର୍ଶ ଦେଇଥିଲେ । ବିଦ୍ୟାଳର ଆବଶ୍ୟକ ଭିତିଭୂମି ସଜାଡ଼ିବା ସହ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ପରାମର୍ଶ ଦେଇଥିଲେ ।

ଜିଲ୍ଲାପାଳଙ୍କ ଗ୍ରସ୍ତ ସମୟରେ ବିଡ଼ିଓ ସୁବ୍ରତ କୁମାର ଜେନା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ବ୍ଳକ ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ମିଶ୍ର, ପୌର ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ନାୟକ, କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାସ, ଦିଲ୍ଲିପ କୁମାର ମିଶ୍ର, ସାରୁ ଆରଆଇ ଜାନକି ପାତ୍ର, ସଂପୃକ୍ତ ପଂଚାୟତର ସରଂପଚ, ସମିତି ସଭ୍ୟ, ଶିକ୍ଷକ, ଶିକ୍ଷୟତ୍ରୀ ଓ ବହୁ ଜନ ପ୍ରତିନିଧି ଉପସ୍ଥିତ ଥିଲେ । ପ୍ରକାଶ ଥାଉକି, ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ରାଜ୍ୟର ୧୦୧ଟି ଉଚ୍ଚ ବିଦ୍ୟାଳୟରେ ସେଂଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା ହେବ । ପାଠ୍ୟକ୍ରମରେ ସ୍ପୋକେନ ଇଂରାଜୀ ବିଷୟ ସାମିଲ କରାଯିବ ସହ ଉନ୍ନତମାନର ପାଠାଗାର ସ୍ଥାପନ କରି ଶିକ୍ଷାର୍ଥୀ ମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ବ୍ୟବସ୍ଥା ସକାଶେ ମୁଖ୍ୟ ଲକ୍ଷ୍ୟ ରହିଛି । ଏଥି ପୂର୍ବରୁ ହିଞ୍ଜିଳିକାଟୁ ପୌରାଂଚଳର ସରକାରୀ ବୃନ୍ଦାବନ ବିଦ୍ୟାଳୟ ଓ ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟକୁ ସେଂଟର ଅଫ୍ ଏକ୍ସଲେନ୍ସ ଘୋଷଣା କରାଯାଇଥିଲା ।
ସ୍ଥାନୀୟ ବ୍ଳକର ସମସ୍ତ ଉଚ୍ଚ ବିଦ୍ୟାଳୟକୁ ସେଂଟର ଅଫ୍ ଏକ୍ସିଲେନ୍ସରେ ସ୍ଥାନିତ କରିବା ପାଇଁ ଉଦ୍ୟମ ଜାରି ରହିଛି । ଆସନ୍ତା ଅଗଷ୍ଟ ମାସ ୧୫ ତାରିଖ ସୁଦ୍ଧା ସ୍ଥାନୀୟ ବ୍ଳକର ସମସ୍ତ ଉଚ୍ଚବିଦ୍ୟାଳୟର ଆବଶ୍ୟକ ଭିତିଭୂମି ସଜାଡ଼ିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭି. କାର୍ତିକେୟାନ ପାଣ୍ଡିୟାନ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସକାଶେ ହିଞ୍ଜିଳିକାଟୁ ବ୍ଳକ ଓ ପୌରାଂଚଳକୁ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଉଚ୍ ପଦସ୍ଥ ଅଧିକାରୀ, ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗୀୟ ଅଧିକାରୀଙ୍କ ସମେତ ଜିଲ୍ଲା ପ୍ରଶାସନ ଘନ ଘନ ଗ୍ରସ୍ତ କରି ବିଦ୍ୟାଳୟର ଆବଶ୍ୟକ ଭିତିଭୂମିର ସମୀକ୍ଷା କରି ଫେରୁଥିବାର ନଜିର ରହିଛି । ଏପରିକି ବିଦ୍ୟାଳୟ ସ୍ମ୍ରାଟ ଶ୍ରେଣୀ ଗୃହର ନିର୍ମାଣ କ୍ଷେତ୍ରରେ ତୃଟିକୁ ମାର୍ଜିତ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଛି । ଗତ ୨୧ ତାରିଖରେ ହିଞ୍ଜିଳିକାଟୁ ବ୍ଳକ ସାରୁ ଉଚ୍ଚ ବିଦ୍ୟାଳୟର ସ୍ମ୍ରାଟ ଶ୍ରେଣୀ ଗୃହ ପରିସରରେ ଜିଲ୍ଲା ସ୍ତରୀୟ ସ୍ମ୍ରାଟ ଶ୍ରେଣୀ ଗୃହର ରୁପାନ୍ତକରଣ କର୍ମଶାଳା ଅନୁଷ୍ଠିତ କରାଯାଇଥିଲା ।
No Result
View All Result