No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୬ ମଇ ଗୁରବାର ) ହିଞ୍ଜିଳିକାଟୁ :- କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ୧୪ ଦିନିଆ ଲକଡ଼ାଉନର ଦ୍ୱିତୀୟ ଦିବସ ଗୁରୁବାର ଲୋକେ ନିୟମ ମାନି ଘରେ ରହିଥିବାର ଦେଖିବାକୁ ମିଳିଥିଲା । ଏହି ଲକଡ଼ାଉନ ସମୟରେ ଜରୁରୀ କାର୍ଯ୍ୟ ସକାଶେ ଲୋକଙ୍କୁ ସୁଯୋଗ ଦିଆଯାଇଥିଲା । ସକାଳ ୬ଟାରୁ ମଧ୍ୟଞାନ୍ନ ୧୨ ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ବଜାର ଖୋଲା ରହିଥିଲା । ଘର ଠାରୁ ୫ଶହ ମିଟର ଦୂରତା ମଧ୍ୟରେ ଥିବା ଦୋକାନରୁ ସଉଦା, ପନିପରିବା, କ୍ଷୀର, ଅଣ୍ଡା, ମାଛ, ମାଂସ ଇତ୍ୟାଦି କିଣିବା ପାଇଁ ଅନୁମତି ଦିଆଯାଇଥିଲା । ପ୍ରଶାସନର କଟକଣାକୁ ସମ୍ମାନ ଜଣାଇ ବହୁ ଲୋକ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ସାଇକେଲ ଓ ଚାଲି ଚାଲି ବଜାର ସଉଦା କରୁଥିବାର ଦେଖିବାକୁ ମିଳିଥିଲା । ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ ଓ ଥାନା ଭାରପ୍ରାପ୍ତଙ୍କ ଅଧିକାରୀଙ୍କ ନେତୃତ୍ୱରେ ପୁଲିସ ଓ ପୌର କର୍ମଚାରୀ ମାନେ ପନିପରିବା ବଜାର ସମେତ ସ୍ଥାନୀୟ ସହରର ବିଭିନ୍ନ ଅଂଚଳ ବୁଲି ଡ଼ାକବାଜ ଯନ୍ତ୍ର ସହାୟତାରେ ଜନସାଧାରଣଙ୍କୁ ସଚେତନ କରିବା ସହ କୋଭିଡ଼ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଅନୁରୋଧ କରାଯାଇଥିଲା । ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳରେ ସରକାର ଜାରି କରିଥିବା ଲକଡ଼ାଉନ ସଫଳତାର ସହିତ ପାଳିତ ହୋଇଥିବା ଲକ୍ଷ୍ୟ କରାଯାଇଥିଲା । ତେବେ ସରକାରଙ୍କ ଘୋଷିତ ଲକଡ଼ାଉନ ପ୍ରଭାବରେ ଗରୀବ, ନିମ୍ନ ମଧ୍ୟବିତ ଶ୍ରେଣୀର ଲୋକମାନେ ବହୁ ମାତ୍ରାରେ ପ୍ରଭାବିତ ହେବା ସମ୍ଭାବନାକୁ ଏଡ଼ାଇ ଦେଇହେବ ନାହିଁ ।
ସେମାନେ ରୋଜଗାର ହରାଇ ନିଜ ପରିବାର ପ୍ରତିପୋଷଣ କରିବାରେ ବହୁ ସମସ୍ୟାର ସମ୍ମୁଖୀନ ହେବେ । ଯେଉଁମାନେ ରାସ୍ତାକଡ଼ରେ ଉଠା ଦୋକାନ କରି ଜୀବିକା ନିର୍ବାହ କରୁଥିଲେ, ସେମାନେ ପରିବାର ପ୍ରତିପୋଷଣ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଲକଡ଼ାଉନ ସମୟରେ ଅତ୍ୟାବଶ୍ୟକ ସେବା କଟକଣା ମୁକ୍ତ ରହିଥିବା ବେଳେ ଦୋକାନ ବଜାର ଖୋଲିବା ଉପରେ କଟକଣା ଜାରି କରାଯାଇଛି । ଲକଡ଼ାଉନର ପ୍ରଥମ ଦିବସରେ କିଛି ଅମାନିଆ ବାହାରେ ବୁଲୁଥିବା ବେଳେ ଦ୍ୱିତୀୟ ଦିବସରେ ଲୋକେ କରୋନା ଭୟ ସାଙ୍ଗକୁ ପ୍ରଶାସନର କଡ଼ା ପଦକ୍ଷେପକୁ ଭୟ କରି ଘରୁ ବାହାରକୁ ବାହାରିନଥିବା ଦେଖିବାକୁ ମିଳିଥିଲା । ପୁଲିସ ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ଛକ ସ୍ଥାନରେ ଯାଂଚ କାର୍ଯ୍ୟ କଡ଼ାକଡ଼ି କରାଯାଉଥିବାରେ ଦେଖିବାକୁ ମିଳିଥିଲା । ପୌର ପ୍ରଶାସନ ପକ୍ଷରୁ ସ୍ଥାନୀୟ ପରିବା ବଜାର ଭିରକୁ ବାଇକ, ଅଟୋ ଛଡ଼ାଯାଇନଥିବା ବେଳେ ସମସ୍ତଚ ବ୍ୟବସାୟିକ ପ୍ରତିଷ୍ଠାନ କୋଭିଡ଼ କଟକଣାକୁ ପାଳନ କରିବା ପାଇଁ ଡ଼ାକବାଜି ଯନ୍ତ୍ର ସହାୟତାରେ ସଚେତନ କରାଯାଉଥିଲା । ହିଞ୍ଜିଳି ଥାନା ଏସଆଇ ରାଘବ ପ୍ରଧାନ, ଏଏସଆଇ ପ୍ରକାଶ ଚନ୍ଦ୍ର ବେହେରା, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ, ପୌର କନିଷ୍ଠ ଯନ୍ତ୍ରୀ ଦିଲ୍ଲିପ କୁମାର ମିଶ୍ର, ମାନସ ରଞ୍ଜନ ଦାଶ, କିରଣ ନାହାକ, ଇ.କିଶାନ କୁମାର ପାତ୍ର, ବିବେକାନନ୍ଦ ମହାପାତ୍ର, ପ୍ରଶାନ୍ତ ମହାଙ୍କୁଡ଼, ଲାଲ ମୋହନ ସେଠି, ଭାସ୍କର ସାହୁ ଓ ପୁଲିସ ଫୋର୍ସ ମୃତୟନ ଥିଲେ । ( ରିପୋର୍ଟ: ଶୁସାନ୍ତ ପ୍ରଧାନ )
No Result
View All Result