No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୫ ମଇ ବୁଧବାର )ହିଞ୍ଜିଳିକାଟୁ :- ମହାମାରୀ କରୋନା ଭୁତାଣୁ ସଂକ୍ରମଣର ଦ୍ବିତୀୟ ଲହର ଲୋକଙ୍କ ମନରେ ଭୟ ଓ ଆତଙ୍କ ସୃଷ୍ଟି କରିଛି । ଏହାକୁ ପ୍ରତିହିତ କରିବା ପାଇଁ ରାଜ୍ୟ ସରକାର ଏବଂ ପ୍ରଶାସନ ପକ୍ଷରୁ ସମସ୍ତେ ସଚେତନ ଓ ସତର୍କ ରହିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । କରୋନାକୁ ମାତ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମେ ସପ୍ତାହନ୍ତ ସଟଡାଉନ,ନାଇଟକର୍ଫ୍ୟୁ ଘୋଷଣା କରାଯାଇଥିଲା । କିଛି ଅମାନିଆଙ୍କ ଯୋଗୁଁ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କରୋନା ଶିକୁଳିକୁ ରୋକିବା ନିମନ୍ତେ ରାଜ୍ୟ ସରକାର ୫ ତାରିଖ ବୁଧବାର ସକାଳ ଠାରୁ ଆସନ୍ତା ୧୯ ତାରିଖ ସକାଳ ପର୍ଯ୍ୟନ୍ତ (୧୪ ଦିନ ପାଇଁ) ଲକଡାଉନ ଘୋଷଣା କରିଛନ୍ତି । ତେବେ ଏହି ସମୟରେ ଜରୁରୀ ସେବା ପାଇଁ କୌଣସି କଟକଣା ନଥିବା ବେଳେ ଲୋକଙ୍କୁ ସକାଳ ୬ ଟାରୁ ଦିନ ୧୨ ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଅନୁମତି ମିଳିଛି।ଲକଡାଉନ ସମୟରେ ବସ ଚଳାଚଳକୁ ବାରଣ କରାଯାଇଛି। କେବଳ ମେଡ଼ିକାଲ ପାଇଁ ଯାତାୟାତକୁ ଅନୁମତି ମିଳିଛି ।

ସମସ୍ତ ଶିକ୍ଷାନୁଷ୍ଠାନ,କୋଚିଂ ସେଣ୍ଟର, ଟ୍ରେନିଂ ସେଣ୍ଟର,ମେଳା,ବ୍ୟବସାୟ ଭିତ୍ତିକ ମିଟିଂ,ଅଟୋ,ଟ୍ୟାକ୍ସି,ସିନେମା ହଲ, ମଲ, ମାର୍କେଟ କମ୍ପ୍ଲେକ୍ସ, ଜିମ୍,ଯାତ୍ରା,ଖୋଲା ମଞ୍ଚ, ସେଲୁନ, ପାର୍ଲର, ଧାର୍ମିକ କାର୍ଯ୍ଯକ୍ରମ, କ୍ରୀଡା, ରାଜନୈତିକ ସମାବେଶ ଆଦି କୁ ସଂପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି।ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ୧୪ ଦିନିଆ ଲକ ଡାଉନ ନିର୍ଦ୍ଦେଶକୁ କଡାକଡି ପାଳନ କରିଛି ସ୍ଥାନୀୟ ପ୍ରଶାସନ।ବୁଧବାର ସକାଳୁ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ ମାଇକ ଯୋଗେ ବିଜୁ ପଟ୍ଟନାୟକ ଛକ ନିକଟରେ ଥିବା ପରିବା ବଜାରରେ ପହଞ୍ଚି ଥିଲେ।ବିନା କାରଣରେ ଯିବା ଆସିବା କରୁଥିବା ବାଇକ ଚାଳକ,ଅଟୋ ଓ କିଛି ବେଫିକର ବ୍ୟବସାୟୀଙ୍କୁ ପୌର ଅଧିକାରୀ କଡା ତାଗିଦ କରିଥିଲେ।ପୌର ପ୍ରଶାସନ ସହ ପୁଲିସ ମିଳିତ ଭାବେ ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେ ପଇଁତରା ମାରି ତନଖି କରିବା ସହ ଲକ ଡାଉନ ବେଳେ ଗାଡି ବ୍ୟବହାର ନ କରି ନିୟମ ଅନୁଯାୟୀ ଚାଲି ଚାଲି ଆସି ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ସଚେତନ କରିଥିଲେ।କଡାକଡି ବେଳେ କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ,ଏସ ଆଇ ବାସୁଦେବ ଭୋଇ,ପ୍ରକାଶ ବେହେରା,ବିବେକାନନ୍ଦ ମହାପାତ୍ର, ଭାସ୍କର ସାହୁ,ଲାଲ ମୋହନ ସେଠୀ, ଇ କିଶନ କୁମାର ପାତ୍ର , କିରଣ ନାହାକ ଓ ନାରାୟଣ ଗୌଡ଼ ପ୍ରମୁଖ ପୌର ଓ ପୁଲିସ ଟିମ ଅଂଶ ଗ୍ରହଣ କରିଥିଲେ । ( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result