No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୫ ମଇ ବୁଧବାର )ହିଞ୍ଜିଳିକାଟୁ :- ରାଜ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । କିଛି ଜିଲ୍ଲାରେ କରୋନା ଗ୍ରାଫ ଉପର ମୁଁହା।କରୋନା ସ୍ଥିତି ସଙ୍ଗୀନ ଆଡକୁ ଗତି କରୁଛି । ଅନ୍ୟାନ୍ୟ ଜିଲ୍ଲାର ସଂକ୍ରମଣ ସ୍ଥିତି କ୍ରମଶଃ ଦିନକୁ ଦିନ ବିଗିଡି ବାରେ ଲାଗିଛି । କରୋନା ସଂକ୍ରମଣର ଏଭଳି ବେହାଲ ସ୍ଥିତିରେ ରାଜ୍ୟ ସରକାର ଏହାର ମୁକାବିଲା ପାଇଁ କଡାକଡି ପଦକ୍ଷେପ ନେଇଛନ୍ତି । ସାରା ରାଜ୍ୟରେ ୫ ତାରିଖ ବୁଧବାର ସକାଳ ୬ ଘଣ୍ଟା ଠାରୁ ୧୯ ତାରିଖ ସକାଳ ୬ ଘଣ୍ଟା ପର୍ଯ୍ୟନ୍ତ ୧୪ ଦିନିଆ ଲକ ଡାଉନ ଘୋଷଣା କରିଛନ୍ତି । ଲକ ଡାଉନ ସମୟରେ କିଛି ସେବାକୁ କଟକଣା ହୋଇଥିଲା ବେଳେ କିଛିସେବାକୁ କଟକଣା ମୁକ୍ତ କରାଯାଇଛି ।ବସ,ଅଟୋ,ଟ୍ୟାସ୍କି ଆଦି ଚଳାଚଳ କୁ ବାରଣ କରାଯାଇଛି।ନିଜ ଘର ଠାରୁ ୫୦୦ ମିଟର ଦୂରତା ମଧ୍ୟରେ ପାଦରେ ଚାଲି ଚାଲି ଆସି ଜିନିଷପତ୍ର ସଂଗ୍ରହ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
କିନ୍ତୁ ସ୍ଥାନୀୟ ସହରରେ ଲକ ଡାଉନ ର ପ୍ରଥମ ଦିନରେ କିଛି ଚିତ୍ର ସାମ୍ନାକୁ ଆସିଛି । ଦଳ ଦଳ ଯୁବକ ବାଇକ ଧରି ବିନା ହେଲମେଟ ଓ ମୁହଁରେ ମାସ୍କ ନ ପିନ୍ଧି ସହରରେ ବିନା କାରଣରେ ଚକ୍କର ମାରୁଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ସହରରେ ଥିବା ଆଧୁନିକ ମାଛ ମାଂସ ବଜାରରେ ଗ୍ରାହକଙ୍କ ପ୍ରବକ ଭିଡ଼ ପରିଲକ୍ଷିତ ହୋଇଛି।ବାଇକ ଚଳାଚଳ ଉପରେ କଟକଣା ଲାଗୁ ହୋଇଥିଲା ବେଳେ ମାଛ ମାଂସ ବଜାରରେ ଗ୍ରାହକ ଓ ବାଇକ ଭିଡ଼ ପରିଲକ୍ଷିତ ହୋଇଛି । ସହରରେ କରୋନା ସଂକ୍ରମଣ ହ୍ରାସ କରିବା ପାଇଁ ସ୍ଥାନୀୟ ପ୍ରଶାସନ ଗୁରୁତ୍ୱ ଦେଇଛି । କିନ୍ତୁ ସ୍ଥାନୀୟ ପ୍ରଶାସନର ସଚେତନତା ଓ ଲକ ଡାଉନ କଟକଣା ପ୍ରତି ଆଦୌ ଭୃକ୍ଷେପ ନ କରି ବାଇକ ଧରି ଚକ୍କର ମାରିବା ଓ ସାହି ଗଳିରେ ଆଡ୍ଡା ଜମାଉଥିବା ଜଣାପଡିଛି । ଏଣୁ ଅଧିକ ଭିଡ଼ ଜମୁଥିବା ସ୍ଥାନ ଗୁଡିକରେ ଚଢ଼ାଉ କରି ଅଣାୟତ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଲେ ସ୍ଥିତି ନିୟନ୍ତ୍ରଣ ହେବା ମତ ପ୍ରକାଶ ପାଇଛି । ( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result