No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୫ ମଇ ବୁଧବାର )ହିଞ୍ଜିଳିକାଟୁ :- ରାଜ୍ୟର ୮ଜିଲ୍ଲାରେ କାଳ ବୈଶାଖୀର ପ୍ରଭାବ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା।ଗଞ୍ଜାମ ଜିଲ୍ଲା ସମେତ ଅନ୍ୟ ଜିଲ୍ଲା ମାନଙ୍କୁ ୟେଲୋ ୱାର୍ନିଗ କରିଥିଲା ପାଣିପାଗ ବିଭାଗ।ଏ ସମସ୍ତ ଜିଲ୍ଲାରେ ଘଡଘଡି ସହ ବର୍ଷାର ପ୍ରଭାବ ଅନୁଭୂତ ହେବା ସମ୍ଭାବନା ରହିଛି ବୋଲି ପୂର୍ଵ ସୂଚନା ପ୍ରଦାନ କରିଥିଲା ବିଭାଗ।ଗତ ୨ ଦିନ ଧରି ହିଞ୍ଜିଳି କାଟୁ ସମେତ ଏହାର ଆଖପାଖ ଅଞ୍ଚଳରେ କାଳ ବୈଶାଖୀର ପ୍ରଭାବ ସାମାନ୍ୟ ଅନୁଭୂତ ହୋଇଛି।ସାମାନ୍ୟ ବର୍ଷା ସହ ଘଡଘଡିର ପ୍ରଭାବ ଦେଖିବାକୁ ମିଳିଥିଲା । କିନ୍ତୁ ବୁଧବାର ଅପରାହ୍ନ ପ୍ରାୟ ୫ ଘଣ୍ଟା ସମୟରେ କାଳ ବୈଶାଖୀର ଅସଲ ସ୍ୱରୂପ ଦେଖିବାକୁ ମିଳିଛି ।

ପ୍ରଚଣ୍ଡ ଘଡଘଡି ଶବ୍ଦ ସହ ପାଖାପାଖି ଅଧ ଘଣ୍ଟାଏ ପର୍ଯ୍ୟନ୍ତ ବର୍ଷା ସହ ପବନ ର ତୀବ୍ରତା ପରିଲକ୍ଷିତ ହୋଇଛି।ଏହାର ପ୍ରକୋପରେ ସ୍ଥାନୀୟ ଅଞ୍ଚଳ ରେ ଯାତାୟାତରେ ବାଧା ସୃଷ୍ଟି ହୋଇଛି।ଜାତୀୟ ରାଜପଥ ୫୯ନଂ ର ଆସିକା-ବ୍ରହ୍ମପୁର ରାସ୍ତାର ବୁରୁପଡା ନିକଟରେ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ଜଣାପଡିଛି।ବିଦ୍ୟୁତ ସରବରାହ ବନ୍ଦ ରହିବା ସହ ରାସ୍ତା ଉପରେ ଗଛର ଭଗ୍ନାବଶେଷ ବହୁ ସମୟ ଧରି ପଡି ରହିବା ଫଳରେ ରାସ୍ତା ଅବରୋଧ ଅବ୍ୟାହତ ରହିଛି।ଜରୁରୀ କାର୍ଯ୍ୟରେ ନିୟୋଜିତ ଥିବା ଆମ୍ବୁଲାନ୍ସ ଗାଡି କଷ୍ଟେ ମଷ୍ଟେ ରୋଗୀ ପରିବହନ କରିଥିବା ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି। ( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result