No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୫ ମଇ ବୁଧବାର ) ଖଲ୍ଲିକୋଟ :- ରାମ ମୂର୍ତ୍ତି ବିସର୍ଜନ କରୁଥିବା ବେଳେ ଚିଲିକାରେ ବୁଡି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଅଛନ୍ତି। ମୃତକ ଜଣକ ହେଲେ ଓଡିଆ ଆଲପୁର ଗ୍ରାମର ବିଭୁତି ତରେଇ , ସୂଚନା ମୁତାବକ ଚିଲିକା ନିକଟବର୍ତ୍ତୀ ଓଡିଆ ଆଲପୁର ଗ୍ରାମରେ ୧୪ ଦିନ ଧରି ରାମ ନବମୀ ପୂଜା ଚାଲିଥିଲା । ତେବେ ମୂର୍ତ୍ତି ବିସର୍ଜନ କରିବା ପାଇଁ ବୁଧବାର କିଛି ଯୁବକ ଡଙ୍ଗା ସାହାଯ୍ୟରେ ଚିଲିକା ଭିତରକୁ ଯାଇଥିଲେ । ହଠାତ୍ ଗଭୀର ପାଣି ଭିତରକୁ ଚାରିଜଣ ଖସି ପଡିଥିଲେ। ପରେ ପାଖରେ ଥିବା ଡଙ୍ଗା ସାହାଯ୍ୟରେ ଗ୍ରାମବାସୀ ୩ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଜଣେ ନିଖୋଜ ଥିଲେ । ଉଦ୍ଧାର ତିନି ଗୁରୁତରଙ୍କୁ ଖଲ୍ଲିକୋଟ ମେଡିକାଲ ଭର୍ତ୍ତି କରାଯାଇଛି ।
ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା । ଅଗ୍ନିଶମ ବାହିନୀ ଓ ପଥରା ଗ୍ରାମର ଯୁବ ଗୋଷ୍ଠୀ ମିଳିତ ଭାବେ ଦୀର୍ଘ ୪ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ କରିବା ପରେ ନିଖୋଜ ଥିବା ଯୁବକୁ ଉଦ୍ଧାର କରିଥିଲେ । ପରେ ଅଗ୍ନିଶମ ବାହିନୀ ଗାଡ଼ି ଯୋଗେ ଯୁବକଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ଯୁବକଙ୍କ ମୃତ ଘୋଷଣା କରିଥିଲେ।
No Result
View All Result