No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୦୪ ମେ , ମଙ୍ଗଳବାର ) ଭୁବନେଶ୍ୱର :– ଗତ କିଛି ଦିନ ଧରି ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ କାର୍ଯ୍ୟ ଜାରି ରହିଛି । ଅଦ୍ୟାବଧି ୨୮୧ ଟି ଟ୍ୟାଙ୍କର୍ ଯୋଗେ ୫୧୨୫.୪୧୨ ଟନ୍ରୁ ଅଧିକ ଅକ୍ସିଜେନ୍ ବିଭିନ୍ନ ରାଜ୍ୟକୁ ପଠାଯାଇଛି । ଅନୁଗୁଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ମହାରାଷ୍ଟ୍ର, ଉତରପ୍ରଦେଶ, ହରିୟାଣାକୁ ଅକ୍ସିଜେନ୍ ପଠାଯାଇଛି । ଅକ୍ସିଜେନ୍ ନେଇ ଯାଉଥିବା ଟ୍ୟାଙ୍କର୍ଗୁଡ଼ିକର ସହଜ ଯାତାୟତ ନିମନ୍ତେ ଏକ ସ୍ୱତନ୍ତ୍ର ଗ୍ରୀନ୍ କରିଡ଼ର୍ ପ୍ରସ୍ତୁତ କରାଯାଇଛି ।
ରାଜ୍ୟ ତଥା ରାଜ୍ୟ ଦେଇ ବାହାରକୁ ଅକ୍ସିଜେନ୍ ନେଇ ଯାଉଥିବା ଟ୍ୟାଙ୍କର୍ଗୁଡ଼ିକର ଯାତାୟତରେ ଯେମିତି କିଛି ଅସୁବିଧା ନ ଉପୁଜିବ ସେ ନେଇ ରାଜ୍ୟ ପୋଲିସ୍ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅନୁଗୁଳ ଜିଲ୍ଲାରୁ ୩୧ଟି ଟ୍ୟାଙ୍କର୍ ଯୋଗେ ୫୧୭.୯୪ ଟନ୍, ଢେଙ୍କାନାଳ ଜିଲ୍ଲାରୁ ୬୪ଟି ଟ୍ୟାଙ୍କର୍ ଯୋଗେ ୯୮୧.୦୮ଟନ୍ , ଯାଜପୁର ଜିଲ୍ଲାରୁ ୭୪ଟି ଟ୍ୟାଙ୍କର୍ ଯୋଗେ ୧୫୦୮.୬୨ ଟନ୍ ଏବଂ ରାଉରକେଲାରୁ ୧୧୨ଟି ଟ୍ୟାଙ୍କର୍ ଯୋଗେ ୨୧୧୭.୭୭୨ ଟନ୍ ଅକ୍ସିଜେନ୍ ବିଭିନ୍ନ ରାଜ୍ୟକୁ ପଠାଯାଇଛି ।
୮୩ଟି ଟ୍ୟାଙ୍କର୍ରେ ଆନ୍ଧ୍ରପ୍ରଦେଶକୁ ୧୭୦୨.୯୮ ଟନ୍, ୭୬ଟି ଟ୍ୟାଙ୍କର୍ ଯୋଗେ ତେଲେଙ୍ଗାନାକୁ ୧୨୬୭.୭୩୯ ଟନ୍, ତାଲିମନାଡୁକୁ ୭ଟି ଟ୍ୟାଙ୍କର୍ ଯୋଗେ ୧୩୬.୪୨ ଟନ୍, ହରିୟାଣାକୁ ୩୫ଟି ଟ୍ୟାଙ୍କର୍ରେ ୬୫୪.୪୮୨ ଟନ୍, ମହାରାଷ୍ଟ୍ରକୁ ୧୩ଟି ଟ୍ୟାଙ୍କର୍ରେ ୨୧୧.୧୬ ଟନ୍, ଛତିଶଗଡ଼କୁ ୧୪ଟି ଟ୍ୟାଙ୍କର୍ରେ ୨୧୪.୩୯୧ ଟନ୍, ଉତରପ୍ରଦେଶକୁ ୨୪ଟି ଟ୍ୟାଙ୍କର୍ ଯୋଗେ ୪୩୭.୬୯ ଟନ, ୨୬ଟି ଟ୍ୟାଙ୍କର୍ ଯୋଗେ ୪୩୮.୨୩ ଟନ୍୍ ମଧ୍ୟପ୍ରଦେଶକୁ, ୦୨ଟି ଟ୍ୟାଙ୍କର୍ ଯୋଗେ ଦିଲ୍ଲୀକୁ ୩୩ ଟନ୍, ୦୧ଟି ଟ୍ୟାଙ୍କର୍ ଯୋଗେ ପଞ୍ଜାବକୁ ୨୯.୩୨ ଟନ୍ ଅକ୍ସିଜେନ ଯୋଗାଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ପୋଲିସ୍ ପକ୍ଷରୁ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରାଯାଇଛି ।
ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ୍ ଓ ଶୃଙ୍ଖଳା) ଯଶୋୱନ୍ତ ଜେଠୱାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅକ୍ସିଜେନ୍ ଯୋଗାଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି । ଜିଲ୍ଲାର ସମସ୍ତ ଏସ୍ପି/ଡିସିପି/ରେଂଜ ଡିଆଇଜି/ଆଇଜିଏବଂ ପୋଲିସ୍ କମିଶନର ନିଜ ନିଜ ଅଂଚଳରେ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅକ୍ସିଜେନ୍ ଅଭାବର ସମ୍ମୁଖୀନ ହେଉଥିବା ରାଜ୍ୟଗୁଡ଼ିକରେ ଟ୍ୟାଙ୍କର୍କୁ ସୁରକ୍ଷିତ ଭାବେ ନିର୍ଦ୍ଧାରିତ ସ୍ଥାନରେ ପହଁଚାଇବାକୁ ରାଜ୍ୟ ପୋଲିସ୍ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ ରହିଛି ।
No Result
View All Result